ଜନଜାତି ଡଙ୍ଗରିଆ କନ୍ଧଙ୍କ ଶାଲ୍ ‘କପଡ଼ାଗୁନ୍ଦା’ ଓ ଲାଞ୍ଜିଆ ସଉରାଙ୍କ ପେଣ୍ଟିଂସ୍ ‘ଇଡିତାଲ’କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

0

ଭୁବନେଶ୍ୱର,//TATKAL ODISHA//

ଓଡ଼ିଶା ପାଇଁ ପୁଣି ଏକ ଗର୍ବର ଦିନ I ରାଜ୍ୟର ଅନ୍ୟତମ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଶାଲ୍ ‘କପଡ଼ାଗୁନ୍ଦା’ ଓ ଲାଞ୍ଜିଆ ସଉରାଙ୍କ ପେଣ୍ଟିଂସ୍ ‘ଇଡିତାଲ’କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

‘ ବିଶିଷ୍ଟ ଗବେଷକ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଓ ଡ଼ଙ୍ଗରିଆ କନ୍ଧଙ୍କ ଉପରେ ପର୍ଯ୍ୟବେଶିତ ପୁସ୍ତକ ”ଡ଼ଙ୍ଗରାନ କୁଂଆଁ”ରେ ବିସ୍ତୃତ ବିବରଣୀ ରହିଛି I ପଢନ୍ତୁ..


 ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ମଧ୍ୟବର୍ତ୍ତୀ ନିୟମଗିରିରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା’ ଶାଲ୍ ଜିଆଇ ଟ୍ୟାଗ ମାନ୍ୟତା ପାଇବା ନିମନ୍ତେ ଓଡ଼ିଶା ସରକାର ୨୦୨୦ରେ ଆବେଦନ କରିଥିଲେ ।

ସେହିପରି ରାୟଗଡା ଜିଲ୍ଲାର ପୁଟାସିଂ ଅଞ୍ଚଳରେ ବସବାସ କରି ରହୁଥିବା ଲାଞ୍ଜିିଆ ସଉରାଙ୍କ ‘ଇଡିତାଲ’ ଚିତ୍ରକଳା ପାଇଁ ୨୦୨୧ରେ ବି ଅନୁରୂପ ଭାବେ ସରକାର ଆବେଦନ କରିଥିଲେ । ସବୁ ଦିଗରୁ ବୁଚାର କରି କେନ୍ଦ୍ର ସରକାର ଜିଆଇ ଟ୍ରାଗ୍ ମାନ୍ୟତା ପ୍ରଦାନ କରିଛନ୍ତି । ଫଳରେ ଡଙ୍ଗରିଆ କନ୍ଧଙ୍କ ଶାଲ ଓ ଲାଞ୍ଜିିଆ ସଉରାଙ୍କ ଚିତ୍ରକଳା ବିଶ୍ୱବ୍ୟାପୀ ଆଦୃତ ହୋଇପାରିବ ।

Leave A Reply

Your email address will not be published.