ସମ୍ବଲପୁରର ନୂଆ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ

0
  • ଗୌତମ ବୁଦ୍ଧ ଦାସ ଦେବଗଡ଼ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର// TATKAL ODISHA//

ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ର ସହ ସମ୍ବଲପୁର ଦାୟିତ୍ୱ ସମ୍ଭାଳିବେ। ସେହିଭଳି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ କରାଯାଇଥିବା ବେଳେ ଅମରେଶ ଜେନାଙ୍କ ଜାଗାରେ ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଏବଂ ଅମରେଶଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।


ଶନିବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନମୋଦନ କ୍ରମେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି I

ନୂଆ ନିଯୁକ୍ତି ପରେ ସାଂସଦ ଶ୍ରୀ ମଙ୍ଗରାଜ ଗଣମାଧ୍ୟମକୁ କହିଥିଲେ, ଚାଲେଂଜ ଭାବେ ଗ୍ରହଣ କରିଛନ୍ତି I ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା ରଖିଥିବାରୁ ସେ ନିଶ୍ଚିତ ସାକାର କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

  • ଅନ୍ୟପକ୍ଷରେ TATKAL ODISHAକୁ ଗୌତମ ବୁଦ୍ଧ ଦାସ କହିଥିଲେ ମୋ ଉପରେ ଆସ୍ଥା ସ୍ଥାପନ କରି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସଂଗଠନ ସଂପାଦକ ପ୍ରିୟ ବବି ଭାଇ ମୋତେ ଦେବଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଥିବାରୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ଏହି ଅବସରରେ ଦେବଗଡ଼ ବିଜେଡିର ସମସ୍ତ କର୍ମକର୍ତ୍ତା, ଅଗଣିତ କର୍ମୀ ଏବଂ ରାଜ୍ୟ ବିଜୁ ଜନତା ଦଳ ମଧ୍ୟରେ ସେତୁବନ୍ଧ ଭଳି କାର୍ଯ୍ୟ କରିବା ସହ ସମସ୍ତଙ୍କ ସହଯୋଗରେ ଆଗାମୀ ନିର୍ବାଚନରେ ଦେବଗଡ଼ରେ ବିଜୁ ଜନତା ଦଳକୁ ବିଜୟୀ କରାଇବାକୁ ସଂକଳ୍ପ ନେଉଛି।

Leave A Reply

Your email address will not be published.