ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ
- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅସଲ ମୁଖା ଖୋଲିଲେ
-ଉପନିର୍ବାଚନ ଜିତିଲେ, ଧାମନଗରବାସୀଙ୍କ ବିଶ୍ୱାସହରାଇଲେ
-ପ୍ରଚାର ବେଳେ ପାଞ୍ଚ ଥର ଆସି ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ
-ଜିତିଲାପରେଧାମନଗରବାସୀଙ୍କୁ ଧନ୍ୟବାଦ ଦେବାକୁବି ଭୁଲିଗଲେ
-ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି ମୁଖ୍ୟମନ୍ତ୍ରୀ
-୬ମାସ ଭିତରେ ଧାମନଗରକୁ ମିଳିଛି ୩୦୦କୋଟି
-୫ମାସ ଭିତରେ ଭଦ୍ରକକୁ ମିଳିଛି ୨୫୦କୋଟି ଟଙ୍କା
ଭୁବନେଶ୍ୱର,//TATKAL ODISHA//
ଭଦ୍ରକ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟିଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ଆଜିଧାମନଗରନିର୍ବାଚନମଣ୍ଡଳୀରେଜନତାଙ୍କୁଉଦବୋଧନଦେଲାବେଳେ ଧର୍ମେନ୍ଦ୍ରଙ୍କ ନାଁ ତୁଣ୍ଡରେନଧରିଲେବିତାଙ୍କଅସଲମୁଖାଖୋଲିଦେଇଛନ୍ତି ।ଶ୍ରୀପାଣ୍ଡିଆନ କହିଛନ୍ତି, ୧୧ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା । କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ । ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ । ଧାମନଗର ଭିନ୍ନ ଏକ ନିର୍ବାଚନମଣ୍ଡଳୀପାଲଟିଯିବ ।ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି? ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟହୋଇଯାଇଛି ।ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ । କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁକେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା । ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ, କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ । ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକସାଧାରଣ ସଭାକୁ ଉଦବୋଧନ ଦେଇ ୫-ଟିଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି ।
ଶ୍ରୀପାଣ୍ଡିଆନଆହୁରିକହିଥିଲେଯେଏବେ ଧାମନଗରରେ ଅନ୍ୟ ଦଳର ବିଧାୟକ ଅଛନ୍ତି । ସେଥିପାଇଁ ଧାମନଗର ନଯିବା ଲାଗି ତାଙ୍କୁ କିଛି ଲୋକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଧାମନଗର ଯାଇ ଧାମନଗରର ଉନ୍ନତି ଲାଗି ଯାହା ଆବଶ୍ୟକ ତାହା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶଦେଇଛନ୍ତି ।କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି । ସାଢ଼େ ୪କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର । ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ ।
ଅସୁରାଳିଜନସଭାରେଜୟ ଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଜୟ ବୋଲି କହି ୫-ଟିଅଧ୍ୟକ୍ଷ ତାଙ୍କ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଗତ ଜୁନ ୧୨ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ଅଭିଯୋଗ, ପ୍ରସ୍ତାବ ଗ୍ରହଣ କରିଥିଲେ । ଧାମନଗରବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ କାମ କରିବା ଲାଗି ପ୍ରେରଣା ଦେଇଛି । ଜୁନ ମାସଠୁ ଇତି ମଧ୍ୟରେ ୧୦୦କୋଟି ଟଙ୍କା ଧାମନଗର ପାଇଁ ମଂଜୁର ହୋଇଛି । ଖୁବଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ଟଙ୍କାରେ ଏଥିରେ ଯାତ୍ରା କରିପାରିବେ ।
ଧାମନଗର ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ୧୨କୋଟି ଟଙ୍କା ମଂଜୁର ହୋଇଛି ବୋଲିସୂଚନାଦେଇଶ୍ରୀପାଣ୍ଡିଆନକହିଥିଲେଯେଏହିନିର୍ବାଚନମଣ୍ଡଳୀର ୨୧ଟି କଲେଜର ରୂପାନ୍ତରଣ ପାଇଁ ୧୦କୋଟି ଟଙ୍କା, ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୨୨କୋଟି ଟଙ୍କା ମଂଜୁର ହୋଇଛି ।ତିହିଡିରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ପାଇଁ ୫୦ଲକ୍ଷ, ବିଭିନ୍ନ ଧର୍ମସ୍ଥଳୀ ପାଇଁ ୬କୋଟି ଟଙ୍କା ମଂଜୁର ହୋଇଛି । ଗତ ୬ମାସ ଭିତରେ ଧାମନଗର ନିର୍ବାଚନମଣ୍ଡଳୀକୁ ୧୦୦କୋଟି ଟଙ୍କା ଅନୁମୋଦନ ମିଳିଛି ।
ଅସୁରାଳି ପରେ ଭଦ୍ରକ ନେହରୁ ଷ୍ଟାଡିୟମରୁ ମଧ୍ୟବିକାଶ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ୫-ଟିଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ସେକହିଲେଯେ ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ । ।ମାନ୍ୟବରମୁଖ୍ୟମନ୍ତ୍ରୀଙ୍କନିର୍ଦ୍ଦେଶରେଯେଉଁଭଳିଭାବେଶ୍ରୀମନ୍ଦିରଠୁନେଇଲିଙ୍ଗରାଜମନ୍ଦିର, ଭଦ୍ରକାଳୀମନ୍ଦିରଠୁନେଇବିଭିନ୍ନମଠ, ମନ୍ଦିର, ମସଜିଦ୍ଓଚର୍ଚ୍ଚରଉନ୍ନତିକରଣଓରୂପାନ୍ତରୀକରଣଚାଲିଛି, ତାହାଦେଖିବିରୋଧୀମାନଙ୍କନିଦଭାଙ୍ଗିଯାଇଛି ।ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର । ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି । ସେମାନଙ୍କର ବିକାଶ ଉପରେ ବିଲକୁଲ୍ ବିଶ୍ୱାସ ନାହିଁ । ହେଲେ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଛନ୍ତି ମାନ୍ୟବରମୁଖ୍ୟମନ୍ତ୍ରୀ । ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କରୁଥିବାଏହି ବିରୋଧୀମାନଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ୫-ଟିଅଧ୍ୟକ୍ଷକଟାକ୍ଷକରିଥିଲେ ।
ଭଦ୍ରକ ନେହେରୁ ଷ୍ଟାଡିୟମ ସଭାରେ ଶ୍ରୀ କାର୍ତ୍ତିକପାଣ୍ଡିଆନ କହିଥିଲେ ଯେ, ସେ ଜୁନ୍ ୧୧ ତାରିଖରେ ଭଦ୍ରକ ଗସ୍ତରେ ଆସି ଲୋକଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀ କଥା କମ୍ କାମ ବେଶୀ କରନ୍ତି । ୫ମାସ ଭିତରେ ଅନେକ ଅଭିଯୋଗର ସମାଧାନ ହୋଇଛି । ୫ମାସରେ ଭଦ୍ରକ ପାଇଁ ମଂଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା । ଭଦ୍ରକ ସହର ପାଇଁ ରିଂ ରୋଡ୍ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା । ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଂଜୁର ହୋଇଛି ।