ଚଉଦ ମାସ ପରେ ଜେଲରୁ ମୁକୁଳିଲେ ଅର୍ଚ୍ଚନା ନାଗ
ଭୁବନେଶ୍ୱର//TATKAL ODISHA//
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଚଉଦ ମାସ ଧରି ଜେଲରେ ଥିଵା ଅର୍ଚ୍ଚନା ନାଗ ମଙ୍ଗଳବାର ସକାଳେ ପଦାକୁ ବାହାରିଛନ୍ତି I ହାଇକୋର୍ଟଙ୍କ ଦ୍ୱାରା ବେଲ୍ ମିଳିବାର ସପ୍ତାହେ ପରେ ସେ ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଛନ୍ତି।
ତାଙ୍କୁ ନେବା ପାଇଁ ଆସିଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ ।
- ସମସ୍ତ ୩ଟି ମାମଲାରେ ଅର୍ଚ୍ଚନାଙ୍କୁ ବେଲ୍ ମିଳିଛି ।୨୦୨୨ ଅକ୍ଟୋବର ୬ରେ ସେ ଗିରଫ ହୋଇଥିଲେ। ଖଣ୍ଡଗିରି ଥାନାରେ ତାଙ୍କ ବିରୋଧରେ ସେକ୍ସ କାରବାରରେ ବଡ଼ ବଡ଼ ଲୋକଙ୍କୁ ବ୍ଲାକ ମେଲିଙ୍ଗ କରୁଥିବା ଅଭିଯୋଗ ହୋଇଥିଲା I ପରେ ନୟାପଲ୍ଲୀ ଥାନାରେ ଆଉ ଗୋଟିଏ ମାମଲା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେସ ଦାୟର କରିଥିଲା ।
- ଏବେ ସେ ନିଜ ସତ୍ୟ ବିହାରସ୍ଥ ବାସଭବନରେ ଅଛନ୍ତି I
ହାଇକୋର୍ଟ ସର୍ତ୍ତ ଅନୁସାରେ, ଏବେ ଅର୍ଚ୍ଚନା ଯେଉଁ ସ୍ଥାନରେ ଅଛନ୍ତି ତାର ଠିକଣା ଦେଇଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ରହିବା ସ୍ଥାନ ପରିବର୍ତ୍ତନ କରି ପାରିବେ ନାହିଁ। ମୋବାଇଲ ନମ୍ବର ସୁଇଚ ଅଫ କରି ପାରିବେ ନାହିଁ କିମ୍ବା କିମ୍ବା ନମ୍ବର ପରିବର୍ତ୍ତନ କରି ପାରିବେ ନାହିଁ ।
ତେବେ ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି,କୋର୍ଟଙ୍କ ଉପରେ ଭରସା ଅଛି I କୋର୍ଟଙ୍କ ସବୁ ସର୍ତ୍ତ ମାନିବେ ଓ ତଦନ୍ତରେ ସହଯୋଗ କରିବେ । କୋର୍ଟଙ୍କ ଦ୍ୱାରସ୍ଥ ହେବେ । ସବୁ ତଥ୍ୟ ପ୍ରମାଣ ଦାଖଲ କରିବେ ।