ଦୁଇ ଦିନରେ 300 କୋଟି ଜବଦ, ଆୟକର ବିଭାଗ ତାଜୁବ
- ବଲାଙ୍ଗିର, ସମ୍ବଲପୁର //TATKAL ODISHA//
ଆୟକର ଫାଙ୍କି ଅଭିଯୋଗରେ ଟିଟିଲାଗଡ଼ ମଦ ବ୍ୟବସାୟୀଙ୍କ ଘରେ ଦୁଇ ଦିନ ଧରି ଚାଲିଛି ରେଡ୍ । ଏହା ଏକ ସଙ୍ଗେ ବଲାଙ୍ଗୀର ଓ ସମ୍ବଲପୁରରେ ଚଢ଼ାଉ ଜାରି ରହିଛି I ଏହି ଘଟଣା ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ହୋଇଛି I
” 300 କୋଟି ନଗଦ ଟଙ୍କା ଜବଦ ଘଟଣାରେ ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ସମ୍ପୃକ୍ତି ଅଭିଯୋଗ”
ଆଳୁ ଖୁଳୁ ଖୁଳୁ ମହାଦେବ ଦର୍ଶନ ଭଳି କଥା ହୋଇଛି I
ଗତକାଲି ଅର୍ଥାତ ବୁଧବାର ସମ୍ପୃକ୍ତ ମଦ ମାଲିକଙ୍କ ଟ୍ରଙ୍କରୁ ଜବତ ହୋଇଥିଲା ଶହେ କୋଟି ଟଙ୍କା I ଗୁରୁବାର ଜବତ ହୋଇଛି ୨୦୦ କୋଟି ଟଙ୍କା । ସେସବୁ ନଅ ଆଲମାରୀରେ ଥିଲା I
ଦୁଇ ଦିନରେ ବର୍ତ୍ତମାନ ସୁଦ୍ଧା ତିନି ଶହ କୋଟିର ନଗଦ ଟଙ୍କା ବାହାରିଛି I
ଟଙ୍କା ଜବତ ପରେ ଆଜି ବି ଚାଲିଛି ରେଡ୍, ବାହାରୁଛି ବଣ୍ଡୁଲି ବଣ୍ଡୁଲି ଟଙ୍କା । ଏଥିପାଇଁ ଅଠରରୁ ଅଧିକ ଟଙ୍କା ଗଣା ମେସିନ ନିୟୋଜିତ ହୋଇଛି I