ବକେୟା ମୋଟର ଯାନ ଟିକସ ଛାଡ଼: ୫୦ ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ
- କ୍ୟାବିନେଟ୍ ମୋହର
ଭୁବନେଶ୍ୱର,//TATKAL ODISHA //
ବକେୟା ମୋଟର ଯାନ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର
ଏଥଯୋଗୁ ରାଜ୍ୟରେ ୫୦ ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ I ଏସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ୍ରେ ମଞ୍ଜୁରୀ ପାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଶେଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତରେ ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି ଯେ, ୨୦୨୨ରେ ଟ୍ୟାକ୍ସ ରିକଭରି ନୋଟିସ୍ ଓ ସ୍ୱତନ୍ତ୍ର ଡ୍ରାଇଭ୍ ହୋଇଥିଲା । କେବଳ ୪୬୬୮ ମାଲିକଙ୍କ ଠାରୁ ବଜେୟା ଟିକସ ସଂଗ୍ରହ କରାଯାଇପାରିଛି ।
ଜଣେ ଗାଡ଼ି ମାଲିକ ଟିକସ ସଠିକ୍ ସମୟରେ ନଦିଏ, ତାହା ପୌନଃପୌନିକ ଭାବେ ବୃଦ୍ଧି ପାଏ । ଶେଷରେ ଗାଡ଼ି ମାଲିକ ତାହାକୁ ଭରଣା କରିପାରେ ନାହିଁ । କେତେକ କ୍ଷେତ୍ରରେ ମାଲିକମାନେ ଟିକସ ଛାଡ଼ ପାଇଁ ଅଦାଲତରେ ବି ମାମଲା ଦାୟର କରନ୍ତି । ତାହା ବହୁଦିନ ଧରି ଚାଲେ । ଏହି ସମସ୍ୟାକୁ ହୃଦବୋଧ କରି ଭାରତ ସରକାରଙ୍କର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପୁରୁଣା ତଥା ପ୍ରଦୂଷଣ କରୁଥିବା ଯାନଗୁଡିକୁ ହଟାଇବା ପାଇଁ ପରାମର୍ଶ ଦେଇଛନ୍ତି ।
“ଯେଉଁ ମାଲିକ ଗାଡ଼ିଗୁଡିକ ସ୍କ୍ରାପ୍ କରିବାକୁ ଇଚ୍ଛୁକ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ଼। ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ, ସେମାନଙ୍କ ପାଇଁ ଜରିମାନା ସଂମ୍ପୂର୍ଣ ଛାଡ଼ ସହିତ ଗାଡ଼ିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ”..
ପୁରୁଣା ଗାଡ଼ିଗୁଡ଼ିକର ଗାଡ଼ି ମାଲିକମାନଙ୍କୁ ଏଥିପାଇଁ ଆକର୍ଷିତ କରିବା ପାଇଁ ଅନାଦେୟ ଟିକସ ଛାଡ଼ ପାଇଁ ଏକକାଳୀନ ଘୋଷଣା କରିବାକୁ ଅନୁରୋଧ କରାଯାଇଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା କେନ୍ଦ୍ରରେ ଯାନଗୁଡ଼ିକୁ ବିନା ପ୍ରଦୂଷଣରେ ବୈଜ୍ଞାନିକ ପଦ୍ଧତିରେ ସ୍କ୍ରାପ୍ କରାଯାଇପାରିବ ।
ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବକେୟା ମୋଟର ଯାନ ଟିକସ ଛାଡ଼ ଓ ରିହାତି ଘୋଷଣା କରିବାକୁ ନିଷ୍ପତ୍ତିି ନେଇଛନ୍ତି । ଯେଉଁ ମାଲିକମାନେ ଗାଡ଼ିଗୁଡିକ ସ୍କ୍ରାପ୍ କରିବାକୁ ଇଚ୍ଛୁ ଇଚ୍ଛୁକ ଥିବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ଼ କରିବାର ବ୍ୟବସ୍ଥା ହୋଇଛି । ଯେଉଁମାନେ ମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ, ସେମାନଙ୍କ ପାଇଁ ଜରିମାନା ସଂମ୍ପୂର୍ଣ ଛାଡ଼ କରାଯିବା ସହିତ ଗାଡ଼ିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ରହିବ । ଏହା ଦ୍ୱାରା ବହୁ ପୁରୁଣା ଯାନଗୁଡ଼ିକର ମାଲିକମାନେ ସେମାନଙ୍କ ଗାଡ଼ିଗୁଡିକୁ ଷ୍ଟ୍ରାପ୍ ଓ ପଞ୍ଜୀକରଣ ରଦ୍ଦ କରିବାକୁ ଆଗେଇ ଆସିବେ । ସେହିପରି ଅନ୍ୟ ଯାନଗୁଡ଼ିକର ଗାଡ଼ି ମାଲିକମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ । ଏହାଦ୍ୱାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହିତ ଗାଡ଼ି ମାଲିକମାନେ ଅଧିକ ଲାଭବାନ ହେବେ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।