କି’ଏ ହେବେ ନୂଆ CS?
- କାହା ମୁଣ୍ଡରେ ସୁନା କଳସ!
- ଜଣେ ‘ଓଡ଼ିଆ’ ଧରିବେ ମଙ୍ଗ!!
ଭୁବନେଶ୍ୱର//TATKAL ODISHA//
ଗୋପରେ ବଢ଼ୁଛି କଳା କହ୍ନେଇ….
ଏହି ଲୋକବାଣୀ ସହ ଓଡ଼ିଆ ଲୋକେ ଢେର ପରିଚିତ I ଏହାର ଅର୍ଥ ହେଉଛି ଆମ ଅଗୋଚରରେ ଗୋପରେ ବଢୁଥିବା କଳା କହେଁଇ ହିଁ ଅସଲରେ ଆକର୍ଷଣର କେନ୍ଦ୍ରବିନ୍ଦୁ I
ଯଦି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଆସନକୁ ନେଇ ଏହାକୁ ସଂଯୋଜିତ କରାଯାଏ, ତାହାଲେ ଏଠି କଳା କହେଁଇ କିଏ?
ସେ କଣ ହେବେ ରାଜ୍ୟ ମୁଖିଆ? ତାଙ୍କ ମୁଣ୍ଡରେ ସୁନା କଳସ??
ଏସବୁ କହିବାର ତାପର୍ଯ୍ୟ ହେଉଛି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପିକେ ଜେନାଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷ ସୁଦ୍ଧା ସରୁଛି I ଆଉ କାର୍ଯ୍ୟକାଳ ବଢ଼ିଲା ଭଳି ଲାଗୁ ନାହିଁ I ଯଦି ତାଙ୍କର ଚାକିରୀ ଅବସର ପରେ ନ ବଢ଼େ କେଉଁ ନୂଆ ଅଧିକାରୀ ଆସିବେ ତାକୁ ନେଇ ଉଠିଛି ପ୍ରଶ୍ନ I
- TATKAL ODISHA ଏହା ଉପରେ କିଛି ତଥ୍ୟ ଖୋଜିବାକୁ ଚେଷ୍ଟା କରାଯାଇଛି I ସୂଚନାନୁସାରେ ଆଉ ଜଣେ ବରିଷ୍ଠ ଓଡ଼ିଆ ଅଧୀକାରୀ ରାଜ୍ୟ ପ୍ରଶାସନର ନୂଆ ମୁଖିଆ ହେବେ I ଅଣ ଓଡ଼ିଆ ଗୁରୁତ୍ୱପୂର୍ଣ CS ପଦବୀରେ ଆସୀନ ହେବେ ନାହିଁ I ରାଜ୍ୟ ସରକାର ଅପାତତଃ ନାମ ଚୟନ କରି କେନ୍ଦ୍ରକୁ ଜଣାଇ ସାରିଲେଣି I
- ତାଙ୍କ ନାଁ ଆମେ ପ୍ରକାଶ କରୁନାହୁଁ I ଖୁବଶୀଘ୍ର ଜଣାପଡ଼ିଯିବ I
ଓଡ଼ିଶାରେ ଏବେ ଅଣ ଓଡ଼ିଆ ‘ବିରୋଧୀ ଗୁଞ୍ଜରଣ’ ହାୱା ସୃଷ୍ଟି ହୋଇଥିବାସ୍ଥଳେ ପୂର୍ବତନ ସାଂସଦ ତଥା ଏକ ଖବରକାଗଜ ସମ୍ପାଦକ ତଥାଗତ ଶତପଥୀ ଟ୍ୱିଟ କରି ଅଣ ଓଡ଼ିଆ ଅଧିକାରୀଙ୍କ ନିୟନ୍ତ୍ରଣରେ ରାଜ୍ୟ ପ୍ରଶାସନ ବୋଲି ଚେଙ୍ଗି ଦେଇଥିଲେ I ଏହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି I
ତେଣୁ ରାଜ୍ୟ ସରକାର କିଛି ରିସ୍କ ନେବାକୁ ପସନ୍ଦ କରୁ ନାହାନ୍ତି I ଯାହାକୁ କଣଠେସା କରାଯାଇଛି ତାଙ୍କୁ ସ୍ୱାଗତ କରି ତାଙ୍କ ମୁଣ୍ଡରେ ସୁନା କଳସ ଢଳା ଯାଉଛି I
ଏକଥା ସରକାରୀ ଭାବେ କିଛି କୁହାଯାଇ ନାହିଁ I
- ଦେଖନ୍ତୁ IAS ତାଲିକା
- ତୁହିନକାନ୍ତ ପାଣ୍ଡେ – 1987
- ରାଜକୁମାର ଶର୍ମା -1987
- ରାଜେଶ ବର୍ମା -1987
- ସିଜେ ଭେନୁଗୋପାଳ -1988
- ପ୍ରଦୀପ୍ତ ମହାପାତ୍ର -1988
- ପି କେ ଜେନା -1989
- ମୋନା ଶର୍ମା -1989
- ଡ଼ ନୀତେନ ଚନ୍ଦ୍ର -1990
- ମନୋଜ ଆହୁଜା -1990
- ଆରତୀ ଆହୁଜା -1991
- ଅନୁ ଗର୍ଗ -1991
- ସତ୍ୟବ୍ରତ ସାହୁ -1991