ଲଘୁଚାପ ଘନୀଭୂତ, ପ୍ରବଳ ଛେଚିବ
ଭୁବନେଶ୍ୱର//TATKAL ODISHA//
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର I ଏହାର ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ଶନିବାର ସକାଳରୁ ବର୍ଷା ଆରମ୍ଭ ହୋଇ ଯାଇଛି I ତାହା ୩ ତାରିଖ ଯାଏ ଛେଚିବ I
ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ I
ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର ଆକାଶ ମେଘଚ୍ଛନ୍ନ ରହିଛି I କଳା ବାଦଳ ଘଟିଛି I ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I ୪ତାରିଖରୁ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି I