ବିଜେଡିରୁ ବହିସ୍କୃତ ହେଲେ ଆଉ ଦୁଇ ନେତା

0

ଭୁବନେଶ୍ୱର//TATKAL ODISHA//

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି I ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ପରିଡ଼ାଙ୍କୁ ବହିସ୍କୃତ କରିବା ପରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ନେତାଙ୍କୁ ସମଦଶା ଭୋଗିବାକୁ ପଡ଼ିଛି I

ସେମାନେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ସଭ୍ୟ ଜଲେନ୍ ନାୟକ ଏବଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତିରିଙ୍ଗି ବ୍ଲକର ଅଧ୍ୟକ୍ଷ ପରମେଶ୍ୱର ସମ୍ପଦ I ଶନିବାର ଏହି ଦୁଇ ନେତା ବିଜୁ  ଜନତା ଦଳରୁ ବିତାଡିତ ହୋଇଛନ୍ତି।

ଏମାନେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି I

ସେଥିପାଇଁ ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦେଶ ମୁତାବକ ଏହି ଦୁଇ ନେତାଙ୍କ ଉପରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି I 

Leave A Reply

Your email address will not be published.