ଆରପାରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟା
ଭୁବନେଶ୍ୱର //TATKAL ODISHA//
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଭଉଣୀ ଗୀତା ମେହେଟା ଆଉ ଇହ ଜଗତରେ ନାହାନ୍ତି I
ନୂଆଦିଲ୍ଲୀରେ ଶନିବାର ତାଙ୍କର ଦେହାନ୍ତ ହୋଇଛି ।
୧୯୪୩ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତା ଗୀତା ମେହେଟା ଭାରତର ନୂଆଦିଲ୍ଲୀରେ ଶିକ୍ଷା ଲାଭ କରି ଇଂଲଣ୍ଡ ଯାଇଥିଲେ । ସେଠାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରି ସାମ୍ବାଦିକ ଭାବେ ବେଶି ପ୍ରତିଷ୍ଠା ଭାଲ କରିଥିଲେ । ସେ ଏକାଧାରରେ ଥିଲେ ଲେଖକ, ସାମ୍ବାଦିକ ଓ ଡକ୍ୟୁମେଣ୍ଟାରୀ ପିଲ୍ମ ନିର୍ମାତା । କେବଳ ଭାରତରେ ନୁହେଁ ବିଦେଶରେ ସେ ଖୁବ୍ ସୂନାମ ଅର୍ଜିଥିଲେ ।
” ଗୀତାଙ୍କ କାଳଜୟୀ 5 ପୁସ୍ତକ
“କର୍ମ କୋଲା, ସ୍ନେକ ଆଣ୍ଡ ଲାଡର, ଏକ ରିଭର ସୂତ୍ର, ରାଜ୍ ଓ ଇଟରନାଲ ଗଣେଶ”
ସେ ପାଞ୍ଚଟି କାଳଜୟୀ ପୁସ୍ତକ ରଚନା କରି ଖୁବ୍ ଚର୍ଚ୍ଚିତ ହୋଇଥିଲେ । ସେଗୁଡ଼ିକ ହେଉଛି କର୍ମ କୋଲା, ସ୍ନେକ ଆଣ୍ଡ ଲାଡର, ଏକ ରିଭର ସୂତ୍ର, ରାଜ୍ ଓ ଇଟରନାଲ ଗଣେଶ ।
ସ୍ୱର୍ଗତା ମେହେଟା ଆମେରିକାର ଜଣାଶୁଣା ପ୍ରକାଶକ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ । ତାଙ୍କର ବି କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା ।