ନୂଆ ବାଚସ୍ପତି କିଏ? ସ୍ନେହାଙ୍ଗିନୀ ନା’ ପ୍ରମିଳା??

0

ଭୁବନେଶ୍ୱର// TATKAL ODISHA//

କିଏ ହେବେ ଓଡ଼ିଶା ବିଧାନସଭାରେ ନୂଆ ବାଚସ୍ପତି ? ଜଣେ ମହିଳା ବାଚସ୍ପତିରେ ଆସୀନ ହେବେ? ସେ ସ୍ନେହାଙ୍ଗିନୀ ନା’ ପ୍ରମିଳା? ନା’ ବର୍ତ୍ତମାନ ଥିବା କାର୍ଯ୍ୟକାରୀ ବାଚସ୍ପତିଙ୍କୁ ସ୍ଥାୟୀ କରିଦିଆଯିବ ??

     ଆସନ୍ତା 21ରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ I ଏନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି I ଏହାକୁ ମାତ୍ର ପାଞ୍ଚ ଦିନ ବାକି ଥିବାରୁ ଏଭଳି ଚର୍ଚ୍ଚା ହେବା ସ୍ୱାଭାବିକ I

 ବାଚସ୍ପତି ନିର୍ବାଚନ ପରଦିନ ଅର୍ଥାତ 22ରେ ମୌସୁମୀ ଅଧିବେଶନ ବସିବ I ଆରମ୍ଭରୁ ଅଧିବେଶନ ସରଗରମ ହେବା ସମ୍ଭାବନା ରହିଛି I ବିରୋଧୀ କଂଗ୍ରେସ ଓ ବିଜେପି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବୋଲି ସୂଚନା ଦେଇଛନ୍ତି I ଦ୍ଵିତୀୟରେ ପ୍ରଥମ ଦିନ ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ I ସେଥିପାଇଁ ଯିଏ ନୂଆ ବାଚସ୍ପତି ହେବେ ସେ ଏକ ଚାଲେଞ୍ଜର ସମ୍ମୁଖୀନ ହେବେ I

ବର୍ତ୍ତମାନ ସୁଦ୍ଧା କାହାରି ନାମ ଘୋଷଣା ହୋଇନାହିଁ I

TATKAL ODISHA ପକ୍ଷରୁ ଏନେଇ ଅନୁସନ୍ଧାନ କରାଯାଇଛି I ସୂଚନା ଅନୁସାରେ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡି ହିଁ  ବାଚସ୍ପତି ଆସନ ହାତେଇବା ନିଶ୍ଚିତ । ତେଣୁ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ବିଜେଡି ଗୋଟିଏ “ବଡ଼ ଖେଳ” ଖେଳିବା ସମ୍ଭାବନା ରହିଛି I ସେଇ ଖେଳ ହେଉଛି –ମହିଳା କାର୍ଡ I

ତେଣୁ ଦୁଇ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି I ସେମାନେ ହେଉଛନ୍ତି..

1.ସ୍ନେହାଙ୍ଗିନୀ  ଛୁରିଆ

2. ପ୍ରମିଳା ମଲ୍ଲିକ

ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୋରିଆ ଥିବା ବେଳେ ରାଜସ୍ୱ ମନ୍ତ୍ରୀ ଅଛନ୍ତି ପ୍ରମିଳା ମଲ୍ଲିକ…

ସ୍ନେହାଙ୍ଗିନୀ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲାବେଳେ ମନ୍ତ୍ରୀ ପ୍ରମିଳା ଉପକୂଳ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି I ଉଭୟ ଗୁରୁଦାୟିତ୍ୱ ଥିଲେ ସୁଦ୍ଧା ସେମାନେ ତାହା ଛାଡ଼ିବେ I  ହେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ପ୍ରାର୍ଥୀ କରିବେ ତାହା ଦେଖିବା କଥା I 

ଯଦି ବିଧାନସଭାରେ ମହିଳା ବାଚସ୍ପତି ଆସନ ଅଳଙ୍କୃତ କରିନ୍ତି,  ତାହାଲେ ସକାରାତ୍ମକ ସଂକେତ ନେଇ ବିଜେଡି  ରାଜନୈତିକ ମୈଦାନକୁ ଉଲ୍ହାଇବ ଏବଂ ମହିଳା ଭୋଟ ହାତେଇବା ସମ୍ଭାବନା ରହିଛି I

ଓଡ଼ିଶା ଏକମାତ୍ର ରାଜ୍ୟ ଲୋକସଭାରେ ଏକ ତୃତୀୟାଂଶ ମହିଳା ସଦସ୍ୟ ରହିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଘେନି ବିଲ୍‍ ପାରିତ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି I ଏଥର ସଫଳତା ମିଳିଲେ ବିଜେଡି ଅନୁରୂପ ଦାବି ଆହୁରି ଜୋରଦାର କରିବ I

Leave A Reply

Your email address will not be published.