ଅତନୁ କହିଲେ ‘ବ୍ଲାକମେଲର’, ତାଚ୍ଛଲ୍ୟରେ ଉଡ଼ାଇଦେଲେ ସୌମ୍ୟ
ଭୁବନେଶ୍ୱର,//TATKAL ODISHA//
ପ୍ରଥମେ ବିଧାୟକ ଅରୁଣ ସାହୁ I ଦ୍ଵିତୀୟରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ I
ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏମିତି ଜଣେ ପରେ ଜଣେ ବିଜେଡିର ବରିଷ୍ଠ ନେତା ଅଟାକ କରିବାକୁ ଆଗେଇ ଆସିଛନ୍ତି I ଉଭୟ ନେତା ତାଙ୍କୁ ‘ବ୍ଲାକ ମେଲର’ ଭାବେ ଅବହିତ କରିଛନ୍ତି I
ହେଲେ ସୌମ୍ୟରଞ୍ଜନ ଏହାକୁ ତାଚ୍ଛଲ୍ୟରେ ଉଡ଼ାଇ ଦେଇ କହିଛନ୍ତି ଯେ, ତାଙ୍କର ପେଟ ପାଟଣା କଥା I ମନ୍ତ୍ରୀ ପଦ ଚାଲିଯିବା ଭୟରେ ଏପରି ସେ କହୁଛନ୍ତି I ମାତ୍ର ତାହା ତାଙ୍କର କଥା ନୁହେଁ, କାହା ପ୍ରରୋଚନାରେ ହିଁ କହୁଛନ୍ତି I
କ’ଣ ପାଇଁ ବାରମ୍ବାର ଦଳ ବଦଳାଉଛନ୍ତି?? ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ…
“ସୌମ୍ୟ କହିଲେ, ମୁଖ୍ୟମନ୍ତ୍ରୀ ବି ୧୫ ଦିନରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ନେଇ ନିଷ୍ପତ୍ତି ବଦଳାଉଛନ୍ତି I ପରିବର୍ତ୍ତିତ ସମୟ ସହ ତାଳ ଦେଇ ନିଷ୍ପତ୍ତି ବଦଳାଇବାରେ କିଛି ଅସୁବିଧା ନାହିଁ I”
ସୌମ୍ୟ ରଞ୍ଜନ ପଟ୍ଟନାୟକ
ମନ୍ତ୍ରୀ ଅତନୁ କହିଛନ୍ତି, ଗୋଟିଏ ଦଳରେ ରହି ବ୍ଲାକମେଲିଂ କରିବା ଠିକ ନୁହେଁ I ଏହି ପ୍ରୟାସ ତାଙ୍କର ସଫଳ ହେବ ନାହିଁ I
ଅତନୁ ପୁଣି କହିଛନ୍ତି ଯେ,
ନିଜର ଖବରକାଗଜରେ ଦଳ ଓ ସରକାର ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି ସୌମ୍ୟ ରଞ୍ଜନ I ହେଲେ ଲୋକେ ତାହାକୁ ଗ୍ରହଣ କରିବେନାହିଁ । ପଥରକୁ ଢ଼େଲା ମାରିଲେ ସେ ପଥର ଫେରିଆସି ତାଙ୍କ ଉପରେ ପଡ଼ିବ I