ସୌର ମିସନ: ପୁଣି ଇତିହାସ ରଚିଲା ଭାରତ

0

ବେଙ୍ଗାଲୁରୁ//TATKAL ODISHA//

ଚନ୍ଦ୍ରଯାନ-୩ର ସଫଳତା ପରେ ପୁଣି  ଭାରତ  ସୂର୍ଯ୍ୟ ଅଭିଯାନ କରି  ଇତିହାସ ରଚିଛି । ଏହାର ନାମ  ରହିଛି  ଆଦିତ୍ୟ-ଏଲ୍-୧।

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଏହା ପ୍ରଥମ  ଓ ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ସୌର ମିସନ । ସେଥିପାଇଁ ଆମେରିକା, ଚୀନ, ରୁଷିଆ, ଜାପାନ ଓ ଫ୍ରାନ୍ସ ଭଳି ଦେଶ ବ୍ୟତୀତ ସମଗ୍ର ବିଶ୍ୱର ନଜର ଭାରତ ଉପରେ ଏବେ ନିକ୍ଷେପ ରହିଛି ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି ସି 57 ରାକେଟରେ ଏହା ମହାକାଶକୁ ପ୍ରେରଣ କରାଯାଇଛି I ଶନିବାର  ଠିକ ୧୧ଟା ୫୦ରେ  ଉତକ୍ଷେପଣ ହୋଇଛି । ଏହାର ପ୍ରାୟ  ଘଣ୍ଟାଏ  ପରେ ନିର୍ଦ୍ଧାରିତ କକ୍ଷପଥରେ ଆଦିତ୍ୟ-ଏଲ୍ ୧ ସ୍ଥାପିତ ହୋଇଛି I

 ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ଉତକ୍ଷେପଣ ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ଆଦିତ୍ୟ-ଏଲ୍ ୧ ମହାକାଶ ଯାନରେ ୭ଟି ପେଲୋଡ ଥିଲା ବେଳେ  ସେଥିରୁ ୪ଟି ପେଲୋଡ ସୂର୍ଯ୍ୟ ଉପରେ ଏବଂ  ୩ଟି ପେଲୋଡ୍ ଲାଗ୍ରାଞ୍ଜ ପଏଣ୍ଟ ଏଲ୍ ୧ ଉପରେ ପରୀକ୍ଷା ନିରୀକ୍ଷା କରିବ । ପ୍ରଥମ ପର୍ଯ୍ୟାୟରେ ଆଦିତ୍ୟ-ଏଲ୍ ୧କୁ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯିବ ଏବଂ  ପରେ  କକ୍ଷପଥରେ ପରିବର୍ତ୍ତନ କରାଯିବ ।

ପୃଥିବୀଠାରୁ ସୂର୍ଯ୍ୟର ଦୂରତା ୧୫ କୋଟି କିଲୋମିଟର ହୋଇଥିଲେ ହେଁ  ଆଦିତ୍ୟ-ଏଲ୍ ୧ ମୋଟ  ୧୫ ଲକ୍ଷ କିଲୋମିଟର ଦୂରତାରେ ଥିବା ସୂର୍ଯ୍ୟ-ପୃଥିବୀ ସିଷ୍ଟମର ଲାଗ୍ରାଞ୍ଜ ପଏଣ୍ଟ(ଏଲ୍ ୧) ପାଖରେ ହାଲୋ ଅର୍ବିଟରେ ସ୍ଥାପନ କରାଯିବ ।

  ଇସ୍ରୋ ଅଧ୍ୟକ୍ଷ ଶ୍ରୀ ସୋମନାଥ କହିଛନ୍ତି ଯେ, ଇସ୍ରୋ ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, ବାହ୍ୟସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ହେଲେ  ଏଲ୍ ୧ ବା ଲାଗ୍ରାଞ୍ଜ ପଏଣ୍ଟ୍-୧ ରେ ପହଞ୍ଚିବାକୁ ଆଦିତ୍ୟ-ଏଲ୍ ୧କୁ ୪ ମାସ(୧୨୭ ଦିନ) ସମୟ ଲାଗିବ । ଯଦି ସଫଳତା ମିଳେ ତାହାଲେ ଭାରତ ବଡ଼ ସଫଳତା ପାଇବ I  

 

 

Leave A Reply

Your email address will not be published.