ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ
ଭୁବନେଶ୍ୱର//TATKAL ODISHA//
5T ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି।
ଗତକାଲି ଅର୍ଥାତ ଶନିବାର ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।
ଭାସ୍କରଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ତାଙ୍କୁ ଛାଡ଼ିଥିବା ସୂଚନା ମିଳିଛି।
ଭାସ୍କର ସାହୁର ପ୍ରତିକ୍ରିୟା
“ସେ କୌଣସି ଦଳର ନେତା କିମ୍ବା ସଦସ୍ୟ ନୁହନ୍ତି।ନିଜ ଗାଁକୁ ଭଲ ରାସ୍ତା କି ପାଣି ନାହିଁ। ଏହାକୁ ନେଇ ନିଜ ଭିତରେ ଅସନ୍ତୋଷ ଥିଲା। ତେଣୁ ପ୍ରତିବାଦରେ ଏଭଳି କରିବାକୁ ନିଷ୍ପତ୍ତି ନେଲି ।ହେଲେ କାଳିମାଡ କରିବେ ବୋଲି ସେ ପୂର୍ବରୁ ଯୋଜନା କି ଭାବିନଥିଲେ। ହଠାତ ତାଙ୍କ ମୁଣ୍ଡକୁ କାଳିମାଡ କରିବାକୁ ଚିନ୍ତା କରିଥିଲେ। ପରେ ସେ କାଳିମାଡ କଲେ ।”