ଲିଭର ଯତ୍ନ, ଛାତ୍ର ଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ବିଶେଷଜ୍ଞ

0

ଭୁବନେଶ୍ୱର//TATKAL ODISHA//

ଯକୃତ ବା ଲିଭର୍ ବାବଦରେ ଶିକ୍ଷା ପାଇଁ The Indian National Association for Study of the Liver ଦ୍ଵାରା ଅଗଷ୍ଟ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ସଂଘର ୩୧ ତମ ବାର୍ଷିକ ସମାରୋହ(31st Annual Scientific Meeting) INASL-2023
ଭୁବନେଶ୍ୱର ର ହୋଟେଲ ମେ-ଫେୟାର ଲାଗୁନ୍ ପରିସରରେ ଆୟୋଜିତ ହେଉଥିବା ଏହି ସମାବେଶ ରେ ଦେଶ ବିଦେଶରୁ ବହୁ ବିଶେଷଜ୍ଞ ଙ୍କ ସମେତ ଶହ ଶହ ଲୋକ ଅଂଶ ଗ୍ରହଣ କରୁଛନ୍ତି। ବରିଷ୍ଠ ଡାକ୍ତର ଙ୍କ ଦ୍ଵାରା ସେମାନଙ୍କୁ ଦ୍ଵିତୀୟ ଦିନରେ ଭୁବନେଶ୍ୱର ର ବିଭିନ୍ନ ସ୍କୁଲ ରୁ ୪୦୦ରୁ ଉର୍ଦ୍ଧ ସ୍କାଉଟ୍,ଗାଇଡ ଛାତ୍ର ଛାତ୍ରୀ ଙ୍କ ସମାବେଶ କୁ ଦେଖି ବେଶ୍ ଉତ୍ସାହିତ ହୋଇଥିଲେ ଦେଶ ବିଦେଶରୁ ଆସିଥିବା ଅତିଥି ।


ଦ୍ଵିତୀୟ ଦିନରେ ସୁଦୂର ଆମେରିକା ରୁ ଆସିଥିବା ବିଶେଷଜ୍ଞ ପ୍ରଫେସର ନୋରାହ ଟେରଲ୍ଟ, ପ୍ରଫେସର ରାଜ୍ ରେଡ୍ଡୀ, ଦିଲ୍ଲୀ ରୁ ଆସିଥିବା ପ୍ରଫେସର ଆଶିଷ କୁମାର , ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ଲିଭର୍ ର ଯତ୍ନ ନେଇ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀ ଙ୍କୁ ନେଇ ଆୟୋଜିତ କର୍ମଶାଳା ରେ ସୁଦୂର ଆମେରିକା ରୁ ଆସିଥିବା ପ୍ରଫେସର ଡ଼ାକ୍ତର ରାଜ୍ ରେଡ୍ଡୀ ସମସ୍ତ ଛାତ୍ର ଛାତ୍ରୀ ଦେଶର ଆଗାମୀ ଭବିଷ୍ୟତ, ଏବଂ ସେମାନେ କାହିଁକି ଓ କିପରି ନିଜ ନିଜ ଲିଭର୍ ର ଯତ୍ନ ନେବେ ସେ ବାବଦରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଅନ୍ୟମାନଙ୍କ ସମେତ ସଭାପତି ପ୍ରଫେସର ଏସ.ପି. ସିଂ, ସାଧାରଣ ସମ୍ପାଦକ ପ୍ରଫେସର ଅଜୟ ଡିଶୁଜା , ସଂଘର ସାଂଗଠନିକ ସମ୍ପାଦକ, ବରିଷ୍ଠ ଡ଼ାକ୍ତର ପ୍ରଫେସର ମନୋଜ ସାହୁ ପ୍ରମୁଖ ମଞ୍ଚାସିନ ହେବା ସହିତ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ INASL-2023 ର ସହ ସାଂଗଠନିକ ସମ୍ପାଦକ ଡ଼ାକ୍ତର ସୁଶାନ୍ତ କୁମାର ସେଠୀ ଏବଂ ଡ଼ାକ୍ତର ମାନସ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.