ବ୍ରେନ ଡ୍ରେନ : ବାର ବର୍ଷରେ ଭାରତ ଛାଡ଼ିଲେ 17.50 ଲକ୍ଷ ନାଗରିକ
ନୂଆଦିଲ୍ଲୀ,//TATKAL ODISHA//:
ବିଗତ ବାର ବର୍ଷରେ ୧୭.୫୦ ଲକ୍ଷରୁ ଅଧିକ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି I ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି ହେଲେ ତାହା ସତ୍ୟ I
ହେଲେ କାହିଁକି? କଣ ପାଇଁ ଭାରତ ପ୍ରତି ଏତେ ବିମୁଖ??
ଭାରତ ସରକାରଙ୍କ ରିପୋର୍ଟ ଭିତ୍ତିରେକେବଳ ଚଳିତବର୍ଷ ଜୁନ୍ ସୁଦ୍ଧା ପ୍ରାୟ ୮୭,୦୨୬ ଭାରତୀୟ ସେମାନଙ୍କ ନାଗରିକତ୍ୱ ଛାଡ଼ିଛନ୍ତି। ବେଶୀ ଭାରତୀୟ ଆମେରିକାରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି I ଫଳରେ ଭାରତରେ ‘ବ୍ରେନ ଡ୍ରେନ‘ ହେବାକୁ ବସିଛି I
କେଉଁ ବର୍ଷ କେତେ ଦେଶ ଛାଡ଼ିଛନ୍ତି? ଦେଖନ୍ତୁ..
- ୨୦୧୧ରେ ୧.୨୨,୮୧୯,
- ୨୦୧୨ରେ ୧,୨୦, ୯୨୩
- ୨୦୧୩ରେ ୧,୩୧,୪୦୫,
- ୨୦୧୪ରେ ୧,୨୯,୩୨୮,
- ୨୦୧୫ରେ ୧,୩୧, ୪୮୯,
- ୨୦୧୮ରେ ୧,୩୪, ୫୬୧,
- ୨୦୧୯ରେ ୧,୪୪,୦୧୭,
- ୨୦୨୦ରେ ୮୫,୨୫୬,
- ୨୦୨୧ରେ ୧,୬୩,୩୭୦,
- ୨୦୨୨ରେ ୨,୨୫,୬୨୦
ଭାରତୀୟ ସେମାନଙ୍କ ନାଗରିକତ୍ୱ ଛାଡ଼ିଛନ୍ତି I
୨୦୨୧ରେ ଭାରତ ଛାଡି ଅନ୍ୟ ଦେଶରେ ଅବସ୍ଥାପିତ ହୋଇଥିବା ଭାରତୀୟ ନାଗରିକ..
- ଅଷ୍ଟ୍ରେଲିଆ-୨୩,୫୩୩
- କାନାଡା-୨୧,୫୯୭
- ବ୍ରିଟେନ -୧୪,୬୩୭
- ଇଟାଲୀ -୫,୯୮୬
- ନ୍ୟୁଜିଲାଣ୍ଡ- ୨,୬୪୩
- ସିଙ୍ଗାପୁର- ୨,୫୧୬
- ନେଦରଲାଣ୍ଡ-୨,୧୮୭
- ସ୍ବିଡେନ -୧,୮୪୧
- କେନ୍ – ୧,୫୯୫
କେବଳ ୨୦୨୧ରେ ୭,୮୮,୨୮୪ ବ୍ୟକ୍ତି ସେମାନଙ୍କ ଭାରତୀୟ ନାଗରିକତ୍ବ ପରିତ୍ୟାଗ କରି ଆମେରିକାରେ ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି।
କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ହେବ ଭାରତୀୟ ନାଗରିକମାନେ ବିଦେଶରେ ନିଯୁକ୍ତି ସମ୍ଭାବନା ଦେଖୁଛନ୍ତି । ବ୍ୟକ୍ତିଗତ ସୁବିଧା ପାଇଁ ଅଧିକାଂଶ ଭାରତୀୟ ବାହାର ଦେଶର ନାଗରିକରୁ ଗ୍ରହଣ କରୁଥିବା କୟଶଙ୍କର କହିଛନ୍ତି।