ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଓ ତାଙ୍କ ଟିମକୁ ‘ଭୂମି ସମ୍ମାନ’ : ପ୍ରଶଂସାର ସୁଅ 

0
  • ନିଜ ଜନ୍ମମାଟି ନୀଳଗିରି ପାଇଁ କିଛି କରିବାକୁ ଚାହେଁ :ସରୋଜ

ନୀଳଗିରି, ଭୁବନେଶ୍ୱର//TATKAL ODISHA//

ଭୁ-ସଂସ୍କାର ଓ ଜମିଜମା ରେକର୍ଡର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଓ ତାଙ୍କ ଟିମକୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭୂମୀ ସଂଶୋଧନ ବିଭାଗ ପକ୍ଷରୁ ଭୂମି ସମ୍ମାନ-୨୦୨୩ ପ୍ଲାଟିନମ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।ଏହି ସମ୍ମାନ ଦେଇଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଦିଆଯାଇଛି I 

  ସ୍ୱାଭିମାନର ମାଟି ନୀଳଗିରି ବ୍ଳକ ତେନ୍ତୁଳିଆ ଗ୍ରାମର ଆଦର୍ଶ ଶିକ୍ଷକ ଗୁରୁପ୍ରସାଦ ସେଠୀ, ମତା ରାହାସମଣୀ ସେଠୀଙ୍କ ପୁଅ ହେଉଛନ୍ତି ସରୋଜ ବାବୁ। ସେ ଅଯୋଧ୍ୟା ସ୍କୁଲରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି  ପରେ ବାଲେଶ୍ଵର ଏଫ୍ଏମ୍ କଲେଜରେ ସେ ଶିକ୍ଷାଲାଭ କରିଥିଲେ I ଏହା ପରେ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଶେଷ କରି ପ୍ରଶାସନିକ କ୍ଷେତରେ ପାଦ ଦେଇ ବେଶ ସଫଳତା ପାଇଛନ୍ତି I 

ଏନେଇ ତାଙ୍କ ଜନ୍ମମାଟି ନୀଳଗିରିର ବୁଦ୍ଧିଜୀବୀ ମହଲରେ ଶ୍ରୀ ସେଠୀଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କ କାର୍ଯ୍ୟ  ଦକ୍ଷତାକୁ ଉଚ୍ଚ ପ୍ରଶଂସା କରାଯାଇଛି । 

Leave A Reply

Your email address will not be published.