ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା: କେମିତି କରିବେ ଅନଲାଇନ ଆବେଦନ? ଜାଣନ୍ତୁ…
- କେବଳ କାର୍ଯ୍ୟରତ ସାମ୍ବାଦିକ ଆବେଦନ କରିପାରିବେ..
ଭୁବନେଶ୍ୱର// TATKAL ODISHA//
ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ସରଳ ଉପାୟ
ଆପଣ ଜାଣି ଥିବେ ନିକଟରେ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବା helth CARD କଥା ହେଉ । ଏହାକୁ ଆବେଦନ ପାଇଁ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ଖୋଲାଯାଇଛି। ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ପାଇଁ ଅନଲାଇନରେ ଆବେଦନ କରିଭାକୁ ପଡିବ । ତେବେ ଏହି ଅନଲାଇନ ଆବେଦନ ପାଇଁ ଅନେକ ବନ୍ଧୁ ଫୋନ କରୁଛନ୍ତି। ଏଥିପାଇଁ ଏଠାରେ ମୁଁ କିଛି ଆପଣ ମାନଙ୍କୁ ଟିପସ ଦେଉଛି, ଯାହାକି ଆପଣଙ୍କୁ ଏହା ଆବେଦନ କରିବାକୁ ସୁବିଧା ହେବ।
କିପରି ଆବେଦନ କରିବେ :
★ଅନଲାଇନ କରିବା ପୂର୍ବରୁ ପ୍ରଥମେ କଣ କଣ ରେଡି କରିବେ ଜାଣି ରଖନ୍ତୁ :
- ୧. ପ୍ରଥମେ ଆପଣଙ୍କର ମାଟ୍ରିକ ସାରିଫିକେଟ, ଶିକ୍ଷାଗତ ଯୋଗ୍ୟତାର ସାରିଫିକେଟ, ଆଧାର କାର୍ଡ ଉଭୟ ପାର୍ଶ୍ଵ ଗୋଟିଏ ପୃଷ୍ଠା ଲେଖାଏଁ (ଆପଣ, ଆପଣଙ୍କର ପତ୍ନୀ /ସ୍ୱାମୀ ଓ ସମସ୍ତ ପିଲାଙ୍କର ଆଧାର), ପ୍ରେସ ଆଇ କାର୍ଡ, ଡିଆଇପିଆରଓ ଚିଠି ବା ନିଯୁକ୍ତି ପତ୍ରକୁ ସ୍କାନିଂ କରି ଗୋଟିଏ ଫୋଲଡର ରେ ରଖନ୍ତୁ ।
- ୨.ଧ୍ୟାନ ଦେବେ ପ୍ରତେକ ସ୍କାନିଂ ଫାଇଲ PDF format ରେ ହେବ ଓ ଯେପରି ପ୍ରତେକ ଫାଇଲ ଡ଼କ୍ୟୁମେଣ୍ଟ 2MB ମଧ୍ୟରେ ସୀମିତ ରହିବ।
- ଆପଣ ତଥା ଆପଣଙ୍କ ପତ୍ନୀ ବା ସ୍ୱାମୀ , ଆପଣଙ୍କ ପୁଅ ଓ ଝିଅ ମାନଙ୍କ ଅର୍ଥାତ ଆପଣଙ୍କ ଉପରେ ନିର୍ଭରଶୀଳ ପ୍ରତେକଙ୍କ (ବାପା ଓ ମା ନୁହଁ) ପାସପୋର୍ଟ ଫୋଟୋ ଗୁଡିକୁ ଅଲଗା ଅଲଗା କରି (soft copy ) Jpg format ରେ (ଯେପରି ପ୍ରତେକ ଫଟୋ ଫାଇଲ 100KB ମଧ୍ୟରେ ସୀମିତ ରହିବ) ଅଲଗା ଅଲଗା ଫାଇଲ ନାଁ ରଖିବେ।
● ତା ପରେ ଅ ନ ଲାଇନ କୁ ଆରମ୍ବ କରନ୍ତୁ । - https://owjws.odisha.gov.in ରେ କ୍ଲିକ କରନ୍ତୁ ।
- କ୍ଲିକ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଥିବା odisha working journalist welfare scheme application ବୋଲି ସ୍କ୍ରିନ ଆସିବ । 1.ବାମ ପାଖରୁ ପ୍ରଥମ ବା Aapply for Gopabandhu swarthy Nina yojana ଉପରେ କ୍ଲିକ କରନ୍ତୁ ।
୪. ପରେ ସ୍କ୍ରିନ୍ ଆପଣ ଯଦି BSKY ଯୋଜନାରେ ଅନ୍ତର୍ଭୁକ୍ତ ତେବେ yes ଯଦି ନୁହଁ ତେବେ No କ୍ଲିକ କରନ୍ତୁ
5.ଧ୍ୟାନ ଦିଅନ୍ତୁ ଯଦି ଆପଣ BSKY ଅନ୍ତର୍ଭୁକ୍ତ ବା yes କ୍ଲିକ କରନ୍ତି ତେବେ ଆପଣ ଏହି ସ୍ୱାସ୍ଥ୍ୟ ଯୋଜନାରେ ଅଯୋଗ୍ୟ ଓ ଆବେଦନ କରିପାରିବେ ନାହିଁ ।
◆ ଏହା ପରେ ସ୍କ୍ରିନ ରେ ଗୋଟିଏ ଧାଡି ବା ଗାରରେ ୪ଟି ଭାଗ (ଗୋଲ ଗୋଲ) ଦେଖିବାକୁ ମିଳିବ
■ ପ୍ରଥମ ଭାଗ:
Application details
୧. ଆପଣଙ୍କ ନାଁ ସହିତ ସମସ୍ତ ସୂଚନା ନିର୍ଭୁଲ ଭାବରେ ପୁରଣ କରନ୍ତୁ ।
୨. ନିଜର ପାସ ପୋର୍ଟ ଫୋଟୋ ଅପଲୋଡ଼ କରିବା ପରେ ଜନ୍ମ ତାରିଖ ଓ ପରେ ଡାହାଣ ପାଖେ ପ୍ରମାଣ ପତ୍ର ଭାବେ ଲେଖା ଥିବା birth certificate ବା ଆଧାର ବା ମାଟ୍ରିକ ବୋର୍ଡ ସାର୍ଟିଫିକେଟ ବା DL ହେଉ କୌଣସି ଗୋଟିକର(ଯେଉଁଥିରେ କି ଆପଣଙ୍କର ଜନ୍ମ ତାରିଖ ନିର୍ଭୁଲ ଭାବରେ ଲେଖା ଥିବ) ଅପଲୋଡ଼ କରିବେ।
୩. ପରେ ଆଧାର କାର୍ଡ ନମ୍ବର ଓ ଅପଲୋଡ଼ କରିବେ ।
୪. ଧ୍ୟାନ ଦେବେ ସମସ୍ତ ସୂଚନା ଓ ଅପଲୋଡ଼ ଠିକ ଅଛି କି ନାଁ ପୁଣି ଯାଞ୍ଚ କରିବା ପରେ ତଳେ ବ୍ଲୁ ରଙ୍ଗ ଲେଖା save & next ଉପରେ କ୍ଲିକ କରିବେ ।
~ପରେ ଦ୍ୱିତୀୟ ଭାଗ ଆସିବ ।
ତେବେ ବାମ ପାର୍ଶ୍ଵ ଉପରେ ଏକ application ନଂ ଆସିବ
Example: IPRJ20232024****
ଏହାକୁ ଦୟାକରି ଅଲଗା ଜାଗାରେ ଟିପି ରଖିବେ । ଏହା ଆପଣଙ୍କର ଆବେଦନ ପତ୍ର ନମ୍ବର
★ ଦ୍ୱିତୀୟ ଭାଗ:
୧.ଏହି ପୃଷ୍ଠାରେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସମସ୍ତ ସୂଚନା ପୂରଣ ଓ ସାର୍ଟିଫିକେଟ ଅପଲୋଡ଼ କରିବେ
୨. ଶେଷରେ ପୂର୍ବ ପୃଷ୍ଠା ପରି ଯାଞ୍ଚ ପରେ save & next ଉପରେ କ୍ଲିକ କରିବେ
◆ ଏଥର ତୃତୀୟ ଭାବ ବା dependant details ପୃଷ୍ଠା ଆସିବ
୧. ଏହି ପୃଷ୍ଠାରେ ଆପଣ ଆପଣଙ୍କ ନାଁ ବ୍ୟତୀତ ଆପଣଙ୍କ ପରିବାର ସଦସ୍ୟଙ୍କ ନାଁ ଯେପରି ପତ୍ନୀ ନାଁ, ସମ୍ପର୍କ , ଜନ୍ମ ତାରିଖ , ଜନ୍ମ ପ୍ରମାଣ ପତ୍ର ଭବେ ମାଟ୍ରିକ ବୋର୍ଡ ସାର୍ଟିଫିକେଟ ବା ଆଧାର କାର୍ଡ କୁ ଅପଲୋଡ଼ କରିବେ ଓ ପରେ ଫଟୋ ଉପଲୋଡ଼ କରିବାକୁ ଭୁଲିବେ ନାହିଁ।
୨. ଦୟାକରି ଧ୍ୟାନ ଦେବେ ସ୍ତ୍ରୀ ର ପୂରଣ ଓ ଉପଲୋଡ଼ ପରେ right side ତଳେ Add more ଉପରେ କ୍ଲିକ କରିବେ ।
ଏବଂ ଏପରି ଗୋଟି ଗୋଟି କରି ପିଲାଙ୍କର ସୂଚନା ଓ ପ୍ରମାଣ ପତ୍ର ସାଙ୍ଗକୁ ଫଟୋ ଉପଲୋଡ଼ ପରେ Add more କ୍ଲିକ କରି ଗୋଟି ଗୋଟି କରି ସମସ୍ତ ପିଲାଙ୍କର ଉଅପଲୋଡ଼ ପରେ ଯାଇ save & next ଉପରେ କ୍ଲିକ କରିବେ ।
★ ଏଥର ଶେଷ ପୃଷ୍ଠା
ଏହି ପୃଷ୍ଠାରେ present work details
୧. ଆପଣ କେଉଁ ମିଡିଆ କ୍ଲିକ କଲେ ତଳକୁ ତଳ ସବୁ ମିଡିଆ ହାଉସର ନାଁ ଦେଖାଇବ । ଆପଣଙ୍କର ଯେଉଁ ଟିଭି , କାଗଜ ବା ୱେବ ତକୁ ସିଲେକ୍ଟ କରିବେ।
୨. ନିଯୁକ୍ତି ତାରିଖ , ଏମ୍ପ୍ଲଇଜ ଆଇଡି(ଯଦି ଆପଣ ରେଗୁଲାର କର୍ମଚାରୀ) ପୂରଣ ସାଙ୍ଗକୁ appointment letter ଓ ଆଇକାର୍ଡ ଉପଲୋଡ଼ କରିବେ।
୩. ଯଦି ଆପଣ ରେଗୁଲାର ନୁହନ୍ତି ତେବେ DIPRO ଲେଟର ତାରିଖ କୁ ଆପଣ ନିଯୁକ୍ତି ତାରିଖ ଓ ଆଇ କାର ନମ୍ବର କୁ employee ID ଜାଗାରେ ପୂରଣ କରିବା ସହ ଉପଲୋଡ଼ କରିଦେବେ।
୪. ପରେ ଆପଣ କେଉଁ ଜିଲ୍ଲା silect କରିବେ, ବ୍ଲକ ଜାଗାରେ ଆପଣ ଯେଉଁଠି ରହୁଛନ୍ତି ବା ଘର ସେହି ବ୍ଲକ ବା ଏନ ଏସି ବା ମୁନିସିପାଳିଟି ସିଲେକ୍ଟ କରିବେ।
୫. ଆପଣ ଙ୍କ ପଦବୀ ଅର୍ଥାତ dist reporter, ବା sub division ବା block reporter ତାହା ସିଲେକ୍ଟ କରିବେ ସବୁ ସାରି ଯାଞ୍ଚ ପରେ ତଳେ submit ଜାଗାରେ କ୍ଲିକ କରି ଅପେକ୍ଷା କରିବେ ଯେ ପର୍ଯ୍ୟନ୍ତ
√ your apply successfull ନ ଆସିଛି ।
ଏହା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ମେସେଜ ଆସିଯିବ।
ଏହି କ୍ରମରେ ଆପଣ ଆବେଦନ କରି ସ୍ୱାସ୍ଥ୍ୟ ବିମାରେ ସାମିଲ ହେବାର ସୁଯୋଗ ହାସଲ କରିବେ ।
- ରିପୋର୍ଟ : ଶଶି ଭୂଷଣ ପ୍ରହରାଜ