ଉପଯୁକ୍ତ ଲୋକଙ୍କୁ ରାଜ୍ୟ ବା ଦେଶର ଶାସନର ଦାୟିତ୍ୱ ଦେବା ଉଚିତ : ବିଶ୍ୱଭୂଷଣ

0
  • ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଜନସାଧାରଣଙ୍କ ଅଧିକାର
  • ବୁଦ୍ଧିଜିବୀମାନେ ସ୍ୱର ଉତୋଳନ କରିବାକୁ ହେବ

ଭୁବନେଶ୍ୱର,TATKAL ODISHA//

ଗଣତନ୍ତ୍ରକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରି ଏକ ସୁସ୍ଥ ସୁନ୍ଦର ଦେଶ ଗଠନ କରିବା ପ୍ରତ୍ୟେକ ନାଗରିକଙ୍କର ଧ୍ୟେୟ ହେଉ । ଉପଯୁକ୍ତ ଲୋକଙ୍କୁ ରାଜ୍ୟ ବା ଦେଶର ଶାସନର ଦାୟିତ୍ୱ ଦେବା ଉଚିତ । ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ସଚେତନ ହୁଅନ୍ତୁ । ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନ ଜନସାଧାରଣଙ୍କର ଅଧିକାର । ଏଥିପାଇଁ ଆଜିର ସମୟରେ କୌଣସି ବ୍ୟକ୍ତି ଦୁର୍ନୀତି ବିରୋଧରେ ଲଢ଼େଇ କରୁନାହାନ୍ତି ବୋଲି ରାଜ୍ୟପାଳ ଉକ୍ତ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟାୟ, ଅନୀତି, ଅତ୍ୟାଚାର ବିରୋଧରେ ବୁଦ୍ଧିଜିବୀମାନେ ସ୍ୱର ଉତୋଳନ କରିବାକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି।

ମଙ୍ଗଳବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ନେତା ସ୍ୱର୍ଗତ ପ୍ରଦୀପ୍ତ କିଶୋରା ଦାସଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ୍ତ କିଶୋର ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କର ସମାଜସେବା, ନେତୃତ୍ୱ ଓ ନିଷ୍ଠାପରତା ଉପରେ ଉଦବୋଧନ ଦେଇଥିଲେ ।


ସ୍ୱର୍ଗତ ଦାସଙ୍କୁ ରାଜ୍ୟପାଳ ଜଣେ ସଚ୍ଚୋଟ ଓ ଦୁର୍ନୀତିମୁକ୍ତ ନେତା ଭାବରେ ବର୍ଣ୍ଣନା କରିଥିଲେ । ସ୍ୱର୍ଗତ ଦାସ ଜଣେ ସ୍ୱଚ୍ଛତା ସଂପୂର୍ଣ୍ଣ ମନ୍ତ୍ରୀ ଥିଲେ । ଆଇନ ଓ ନୀତିଗତ କାର୍ଯ୍ୟଧାରାକୁ ସମ୍ମାନ ଦେବା ସହିତ ତାହା ସେ କାର୍ଯ୍ୟରେ ପରିଣତ କରୁଥିଲେ । କୃଷି ଓ କୃଷକଙ୍କର ଉନ୍ନତି ଓ ସୁରକ୍ଷା ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ । ଓଡ଼ିଶା ଲୋକଙ୍କ ସେବା ଓ ସମାଜସେବାକୁ ସେ ପ୍ରାଧାନ୍ୟ ଦେଉଥିଲେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ରାଜ୍ୟପାଳ ଗଣତନ୍ତ୍ରକୁ ହତ୍ୟା କରି ଯେଉଁଭଳି ଭାରତ ବର୍ଷରେ ଜରୁରୀ ପରିସ୍ଥିତି ଜାରି ହୋଇଥିଲା ତାହା ବର୍ଣ୍ଣନା କରିଥିଲେ। ଗଣତନ୍ତ୍ରକୁ ସୁରକ୍ଷା ପାଇଁ ଲୋକନାୟକ ଜୟପ୍ରକାଶ ନାରାୟଣ ସଂପୂର୍ଣ୍ଣକ୍ରାନ୍ତି ଆନେ୍ଦାଳନ କରିଥିଲେ I ପରେ ଏହି ଆନ୍ଦୋଳନ ଗଣତନ୍ତ୍ରର ସୁରକ୍ଷା ଆନ୍ଦୋଳନ ପରିଣତ ହୋଇଥିଲା । ଏହା ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ଭାରତ ବର୍ଷର ହଜାର ହଜାର ବୁଦ୍ଧିଜୀବି, ଓକିଲ, ଛାତ୍ର, ନେତା ଆଦି ପ୍ରତ୍ୟେକ ବର୍ଗର ଲୋକ ସାମିଲ୍ ହୋଇଥିଲେ ।

ସେହିପରି ରାଜ୍ୟପାଳ ଓଡ଼ିଶାକୁ ଏକ ବୀର ଜାତିବୋଲି ସଂବୋଧନ କରିଥିଲେ ଏବଂ ପାଇକ ବିଦ୍ରୋହର ଦୁର୍ଦ୍ଧଶ ସଂଗ୍ରାମକୁ ମନେ ପକାଇ ଅନୀତି, ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ଆହ୍ୱାନ ଦେଇଥିଲେ । ଦିଗବିଜୟୀ ଖାରବେଳେ ଓ କବିଳେନ୍ଦ୍ର ଦେବଙ୍କ କଥା ମନେପକାଇ ଓଡ଼ିଆ ଜାତୀର ବୀରତ୍ୱକୁ ପ୍ରତ୍ୟେକ ବ୍ୟକ୍ତି ସ୍ମରଣ କରାଇଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେପରି ସେମାନଙ୍କ ଅଧିକାର ସୂଚାରୁ ରୂପେ ମିଳିପାରିବ ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନା ହେବା ଜରୁରୀ । ଆଇନ୍ର ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ସହିତ ଏକ ଦୁର୍ନୀତି ମୁକ୍ତ ଶାସନ ପ୍ରତ୍ୟେକ ଜନସାଧାରଣଙ୍କୁ ମିଳୁବୋଲି ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଦପ୍ତ କିଶୋର ଦାସଙ୍କ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ବିଜୟାନ୍ଦ ସିଂହ ତାଙ୍କ ବିଷୟରେ ସମ୍ୟକ ଆଲୋଚନା କରିଥିଲା ବେଳେ ଅନୁଷ୍ଠାନର ସଭାପତି କାର୍ତିକ ଚନ୍ଦ୍ର ବରାଳ ସଭାର ସଭାପତିତ୍ୱ କରିଥିଲେ । ସେହିପରି ବିଶିଷ୍ଟ ସାହିତି୍ୟକ ଡ. ବିଭୂତି ପଟ୍ଟନାୟକ ଓ ବରିଷ୍ଠ ସମାଜବାଦୀ ନେତା କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ‘ପ୍ରଦୀପ୍ତ କିଶୋର ଦାସ ଜନ୍ମ ଶତବାର୍ଷିକୀ ସମ୍ମାନ’ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.