ଉପଭୋକ୍ତାଙ୍କୁ ୨୭୨୭ କୋଟି ଫେରସ୍ତ ନେଇ ଭଣ୍ଡୁଛି ଓଇଆରସି

0
  • ଘେରିଲେ ବିଦ୍ୟୁତ ବିଶେଷଜ୍ଞ

ଭୁବନେଶ୍ୱର//TATKAL ODISHA //

ଚଉଦ ବର୍ଷଧରି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇ ଆରସି)ନିଜ କୋର୍ଟ ବାହାରେ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ମନଇଚ୍ଛା ବିଜ୍ଞାପିତ କରି ଉପୋଭୋକ୍ତା ମାନଙ୍କୁ ବୋକା ବନେଇ ଲୁଣ୍ଠନ କରି ଆସୁଛନ୍ତି। ଯେତେବେଳେ ଆମେ ଏହି ବେନିୟମ କାର୍ଯ୍ୟକୁ ଲୋକଲୋଚନକୁ ଆଣି ହିସାବ ରଖିଲୁ ଯେ ଗତ ତିନି ବର୍ଷରେ ଉପୋଭୋକ୍ତାଙ୍କ ଠାରୁ ୨୭୨୭ କୋଟି ଟଙ୍କା ଅଧିକ ଅସୁଲ ହୋଇଛି ଏବଂ ତାହା ବିଦ୍ୟୁତ୍ ଆଇନ, ୨୦୦୩ ଧାରା ୬୨(୬) ଅନୁସାରେ ସୁଧ ସହିତ ଫେରସ୍ତ କରାଯିବ, ସେତେବେଳେ ଆୟୋଗ ଖସି ଯିବାକୁ ଚେଷ୍ଟା କରି ଭଣ୍ଡୁଛି ।

ବିଶିଷ୍ଟ ବିଦ୍ୟୁତ ସମୀକ୍ଷକ ଆନନ୍ଦ ମହାପାତ୍ର ଏହି ଅଭିଯୋଗ କରିଛନ୍ତି I ସେ କହିଛନ୍ତି ଯେ,ସରଲ ଉପୋଭୋକ୍ତା ମାନଙ୍କୁ ଦିନ ଦ୍ୱିପହରରେ ନିୟାମକ ଆୟୋଗ ବୋକା ବନେଇ ୧୪ ବର୍ଷଧରି ଲୁଣ୍ଠନ କରୁଛି କିନ୍ତୁ ଏଥି ସମସ୍ତେ ଚୁପ୍ ରହିଛନ୍ତି।

ଏହା କିପରି ବିଦ୍ୟୁତ୍ ନିୟାମକ ବ୍ୟବସ୍ଥା?? ଏହାକୁ ଓଡ଼ିଶାର ଏକ କୋଟି ଉପୋଭୋକ୍ତା ଏବେ କିପରି ବରଦାସ୍ତ କରିବେ??

Leave A Reply

Your email address will not be published.