ବଢ଼ିବ ସାମ୍ବାଦିକଙ୍କ ବୀମା ରାଶି?

0
  • 7ରେ ନୂଆ ୱେବ ସାଇଟ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,//TATKAL ODISHA//
କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଖୁସି ଖବର I ରାଜ୍ୟ ସରକାର 2018 ଜୁନ ପହିଲାରୁ ଲାଗୁ କରିଥିବା  ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ର ବୀମାରାଶି ବୃଦ୍ଧି କରିବାକୁ ଯାଉଛନ୍ତି I

ଥିଲା ଦୁଇ ଲକ୍ଷ, ହେବ 5 ଲକ୍ଷ !!

ହେଲେ ସରକାରୀ ଭାବେ କିଛି ଘୋଷଣା ହୋଇନାହିଁ I

କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ର ନୂଆ ୱେବ ସାଇଟକୁ ଶୁକ୍ରବାର(07.07.2023)ରେ ଭରଚୁଆଲରେ ଲୋକାର୍ପିତ କରିବେ I ଆବଶ୍ୟକ ପଡ଼ିଲେ ବୀମା ରାଶି ଆହୁରି ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି I

  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଉଛନ୍ତି। ସ୍ୱାସ୍ଥ୍ୟ ବୀମା କାର୍ଡଗୁଡ଼ିକ ସଂପୃକ୍ତ ସାମ୍ବାଦିକଙ୍କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଛି । ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା  ‘ପଞ୍ଜିକୃତ ନମ୍ବର’ ବ୍ୟବହାର କରି ଏହି ସୁବିଧା 2018 ଜୁନ ପହିଲାରୁ ପାଉଛନ୍ତି ।

ପ୍ରଥମ ପର୍ଯ୍ୟାୟରେ  3233 ଜଣ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ପରେ ଏହି ସଂଖ୍ୟା 7 ହଜାରକୁ ଟପିଛି I ଏବେ ବୀମା ରାଶି ବଢ଼ିଲେ ସାମ୍ବାଦିକମାନେ ବେଶ ଉପକୃତ ହେବେ I 

Leave A Reply

Your email address will not be published.