ଆୟକର ପଞ୍ଝାରେ ଡିଏନ ଗ୍ରୁପ୍ : 25ରୁ ଜାଗାରେ ରେଡ, 30 କୋଟି ଜବଦ

0

ଭୁବନେଶ୍ୱର//TATKAL ODISHA//

ଟିକସ ଫାଙ୍କି ଅଭିଯୋଗରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ୨୫ରୁ ଅଧିକ ସ୍ଥାନରେ ରେଡ୍ ହୋଇଛି ।

ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା ଚର୍ଚ୍ଚା ହେଉଛି ।

   ସ୍ଥାନୀୟ ଆଇଆରସି ଭିଲେଜ୍ ସ୍ଥିତ ଡିଏନ ଗ୍ରୁପ୍ ର ମୁଖ୍ୟ କାର୍ଯ୍ୟାଳୟ ସମେତ ଘାଟିକିଆସ୍ଥିତ ବିପୁଳ ଗାର୍ଡେନ୍ ରେ ରହୁଥିବା ସଂସ୍ଥାର ମାଲିକ ଜଗଦୀଶ ପ୍ରସାଦ ନାୟକ, ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁଙ୍କ ଘରେ ବି ଚଢ଼ାଉ ହୋଇଛି I

ଡିଏନ ଗ୍ରୁପର ମାଲିକ ଜଗଦୀଶ ନାୟକ

ସେହିପରି କିଛି ଅଧିକାରୀଙ୍କର ଘର ଏବଂ ୟୁନିଟ୍-୪ ସ୍ଥିତ ବିଏସଏନଏଲ କଲୋନୀରେ ଭଡ଼ାରେ ରହୁଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଚଢ଼ଉ ହୋଇ କାଗଜପତ୍ର ସହ ପିପୁଳ ଟଙ୍କା ଜବଦ ହୋଇଛି I 

ଚଢ଼ାଓ ଜାରି ରହିଛି I

Leave A Reply

Your email address will not be published.