ମାୟାଧର ମିଜାଇଲ-17: ମଣିପୁରରେ ‘ରକ୍ତଯୁଦ୍ଧ’

0

‘//TATKAL ODISHA//

  • ମଣିପୁରରେ ରକ୍ତଯୁଦ୍ଧ
  • +++++++++++
  • ମାୟାଧର ନାୟକ
  • +++++++++++

ମଣିପୁରରେ ଚାଲିଛି ରକ୍ତଯୁଦ୍ଧ । ରକ୍ତ ଆଉ ପାଉଁଶରେ ଜୁଡୁବୁଡୁ ମଣିପୁର । ସରକାରୀ ଅଫସଦପ୍ତର ବିଶେଷକରି ବିଜେପିନେତାଙ୍କ ଘରପୋଡୁଛନ୍ତି । ଆକ୍ରମଣ ପ୍ରତିଅଆକ୍ରମଣରେ ଥରହର ପାହାଡ,ପର୍ବତ, ସମତଳ ଅଞ୍ଚଳ । ରୁଷ-ୟୁକେନ୍‍ରେ ବର୍ଷାଧିକକାଳ ପ୍ରଳୟଙ୍କର ଯୁଦ୍ଧ ଚାଲିଛି । ଯୁଦ୍ଧରେ ସୈନିକମାନଙ୍କ ସହ ସାଧାରଣମଣିଷର ଜୀବନ ଚାଲିଯାଉଛି ।

ଯୁଦ୍ଧ ଥମିବାର ନାଁ ଧରୁନି । ବଂର ଉଭୟଦେଶକୁ ସମର୍ଥନକରି ଅନ୍ୟଦେଶମାନେ ନିଆଁରେ ଘିଅ ଢାଳୁଛନ୍ତି । ସେଇଭଳି ଭାରତର ଏକ ଛୋଟ ପାହାଡିଆରାଜ୍ୟରେ ମରାମରି, ହଣାକଟା, ପୋଡାପୋଡିରେ ସାଧାରଣଲୋକ ବଳିପଡୁଛନ୍ତି । ମଣିପୁର ହିଂସା ଦିନକୁଦିନ ପ୍ରବଳ ହେବାରେ ଲାଗିଛି । ଭାରତର ପାହାଡିଆ ରାଜ୍ୟ ମଣିପୁରରେ କୁକି ଓ ମେଇଟେଇ ସଂପ୍ରଦାୟ ମଧ୍ୟରେ ବିବାଦ କେଉଁକାଳୁ ଲାଗିରହିଛି । ମଣିପୁର ହିଂସା ଆରମ୍ଭ ହେଲା ମେ’୩, ୨୦୨୩ରେ । ହାଇକୋର୍ଟଙ୍କ ରାୟ – କୁକି ସଂପ୍ରଦାୟକୁ ଏସ୍‍.ଟି. କାଟାଗୋରୀ ଦିଆଗଲା । ଏହି ରାୟ ବାରୁଦଗଦାରେ ନିଆ ଖେଞ୍ôଚଦେଲା । ଏହା ବିରୁଦ୍ଧରେ ଅଲ୍‍ ଟ୍ରାଇବାଲ୍‍ ଷ୍ଟୁଡେଣ୍ଟସ୍‍ ୟୁନିୟନ୍‍ ମଣିପୁର ହାଇକୋର୍ଟ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ । ବୁରାଚନ୍ଦପୁର ହିଂସାର କେନ୍ଦ୍ରସ୍ଥଳୀ । ସେଠାରେ ଥିବା ଜଙ୍ଗଲ ବିଭାଗର ଅଫିସ ପୋଡିଦେଲେ । ସେହି ଗ୍ରାମର ଲୋକମାନଙ୍କୁ ଆକ୍ରମଣ କଲେ । ପ୍ରତିଆକ୍ରମଣ ସେହି ରାତିରେ କୁକି ସଂପ୍ରଦାୟ ଆରମ୍ଭକଲେ । ପୁଲିସ୍‍ ଓ ପାରାମିଲିଟାରୀ ଫୋର୍ସ ନିରବଦର୍ଶକ ସାଜିଲେ । ବନ୍ଧୁକ ମହଜୁଦ୍‍ ଗୋଦାମ ଓ ପୁଲିସ୍‍ ଷ୍ଟେସନରେ ଲୁଟପାଟ ହେଲା । ବହୁ ଜୀବନହାନି, ସଂପତ୍ତି ଲୁଟ୍‍ପାଟ ହେଲା । ସାଧାରଣ ଲୋକେ ସବୁଠୁ ବେଶି କ୍ଷତିଗ୍ରସ୍ତ ହେଲେ । ହିଂସା, ସଂଘର୍ଷ ଲାଗିରହିଛି । ଏବେ ମଣିପୁରର କେନ୍ଦ୍ରମନ୍ତ୍ରୀଙ୍କ ଘର ପୋଡିଦେଇଛନ୍ତି । ରକ୍ତରେ ବୁଡୁଛି ମଣିପୁର । କେବଳ ମଣିପୁର ନୁହେଁ – ସାରାଭାରତରେ ଦୁର୍ଘଟଣା, ହଣାକଟାରେ ଖାଲି ରକ୍ତ ଆଉ ରକ୍ତ । ରୁଷ-ୟୁକ୍ରେନ୍‍ ଯୁଦ୍ଧରେ ରକ୍ତନଦୀ ବୋହିଯାଉଛି । ସମଗ୍ରବିଶ୍ୱରେ ପ୍ରାକୃତିକ, ମନୁଷ୍ୟକୃତ ବିପର୍ଯ୍ୟୟଦ ଦୁର୍ଘଟଣାରେ ଧରଣୀ ମା’ ରକ୍ତାକ୍ତ ।

ମେ’୨୮ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦଭବନ ଲୋକାର୍ପଣ କରୁଛନ୍ତି – ସେତିକିବେଳେ କୁକିମାନେ ଇମ୍ଫାଲ ଉପତ୍ୟକାରେ ଥିବା ମେଇଟେଇ ସଂପ୍ରଦାୟ ଉପରେ ଭୀଷଣ ଆକ୍ରମଣ ଚଳାଇଥିଲେ । ପ୍ରତିଆକ୍ରମଣ ମଧ୍ୟ ହେଲା । ଜାତି-ଜାତି ମଧ୍ୟରେ ସଂଘର୍ଷକୁ ସରକାର ଯେଭଳି ସତର୍କ ହେବାର ଥିଲା – ତାହା ହେଲାନି । ମିଆଁମାରରୁ ସଶସ୍ତ୍ରବାହିନୀଙ୍କ ପ୍ରବେଶ ନିଆଁରେ ଘିଅ ଢାଳିବାରେ ଲାଗିଲେ । ମେଇଟେଇ ଏବଂ ମେଇଟେଇ ପାଙ୍ଗଲସ୍‍, ନାଗା ଏବଂ କୁକି କିମ୍ବା କୁକି-ଯୋମିଗ୍ରୁପ୍‍ (କୁକି ଏବଂ ପାଇଟେ, କୁକି ଏବଂ ହାମର) ସଂପ୍ରଦାୟ ସମସ୍ତେ କ୍ଷତିଗ୍ରସ୍ତ । ଏହି ସଂପ୍ରଦାୟର ଯେଉଁମାନେ ଦିନେ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଥିଲେ ଆଜି ସେମାନେ ପରଷ୍ପର ପରଷ୍ପର ସହ ଶତ୍ରୁତା କରୁଛନ୍ତି । ସମାଧାନର ସୂତ୍ର ବାହାରିପାରୁନି । ଯାହାବି ପ୍ରସ୍ତାବ ଦିଆଯାଉଛି – ଦୁଇ ପରଷ୍ପର ଆକ୍ରମଣକାରୀ ଗୋଷ୍ଠୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।

  • ମଣିପୁରରେ କେବେଠୁ ଆସାମ ରାଇଫଲ ପାରାମିଲିଟାରୀବାହିନୀ ଜମିରହିଛନ୍ତି । ୨୦୦୪ ଜୁଲାଇ ୧୫ରେ ମା’ମାନେ ଓ ନାରୀନେତ୍ରୀମାନେ ଏପରିକି ୧୨ଜଣ ମା’ ଲଙ୍ଗଳାହୋଇ ପ୍ଲାକାର୍ଡରେ ଲେଖି ସ୍ଲୋଗାନ୍‍ ଦେଇଥିଲେ – ଭାରତୀୟ ସୈନ୍ୟମାନେ ଆମକୁ ରେପ୍‍ କରିବେ କି ? ହାଜତରେ ରେପ୍‍ କରି ୩୨ ବର୍ଷିୟା ମନୋରମାକୁ ମର୍ଡର କରିଥିଲେ । ମନୋରମା ଯେହେତୁ ବିଦ୍ରୋହିଣୀ ଥିଲେ – ତାଙ୍କୁ ଅମାନୁଷିକ ଅତ୍ୟାଚାରକରି ମର୍ଡର କରିବା ଘଟଣା ସାରାଦେଶକୁ ସ୍ତବ୍ଧ କରିଦେଇଥିଲା । ଏବେ ମଣିପୁର ହିଂସାକାଣ୍ଡରେ ଗୃହବିଭାଗ ସଂପୂର୍ଣ୍ଣ ଅସହାୟ । ଖାଲି ଭାଷଣ ଦେବାରେ ବ୍ୟସ୍ତ । ସୁବ୍ରମନିୟମ୍‍ ସ୍ୱାମୀ କହିଛନ୍ତି – ଅମିତ୍‍ ଶାହାକୁ ଗୃହବିଭାଗରୁ ତଡି ଖେଳବିଭାଗ ଦିଆଯାଉ ।
  • ଏଇ ଦୁଇ ଆଦିବାସୀ ସଂପ୍ରଦାୟ ପୁଲିସ୍‍, ସୈନ୍ୟବାହିନୀ, ମାନବାଧିକାର ସଂଗଠନ, ରାଜନୈତିକ ଦଳନେତା, ସରକାର, କେନ୍ଦ୍ରସରକାର, ଦେଶର ବୁଦ୍ଧିଜୀବୀ ସମସ୍ତଙ୍କ ମିଳିତ ଉଦ୍ୟମରେ ମଣିପୁର ମହାସମସ୍ୟା ସମାଧାନକରିବା ଏକାନ୍ତ ଆବଶ୍ୟକବେଳେ ସେଭଳି କେହି ମୁଣ୍ଡ ଖେଳେଇଲେନାହିଁ । ହିଂସା, ନରହତ୍ୟା, ପୋଡାପୋଡି ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି । ଏହା ଦେଶପାଇଁ ସତର୍କଘଣ୍ଟି । ପ୍ରଧାନମନ୍ତ୍ରୀ କରୁଛନ୍ତି କ’ଣ ? ଆମେରିକାକୁ ଏତେ ଦଉଡିଛନ୍ତି କାହିଁକି ? ଆମେରିକାବାଲା ମଣିପୁର, କୁସ୍ତିଗିରୀ କଥା ପଚାରିଲେ – କି ସଫେଇଦେବେ ? ବିଦେଶଗସ୍ତ ବନ୍ଦକରି ପ୍ରଥମେ ମଣିପୁରକୁ ଶାନ୍ତକର !

ମଣିପୁର ଛୋଟ ରାଜ୍ୟ ହେଲେବି ଏହାର ଐତିହ୍ୟ ମହାନ୍‍ । ମହାଭାରତର ମହାବୀରଅର୍ଜ୍ଜୁନ ଏଇ ରାଜ୍ୟରେ ବିବାହ କରିଥିଲେବୋଲି ମହାଭାରତ ଗ୍ରନ୍ଥରୁ ଜଣାପଡେ । ମଣିପୁରୀ ନୃତ୍ୟ ମଧ୍ୟ ବିଶ୍ୱପ୍ରସିଦ୍ଧ । ଏହି ରାଜ୍ୟରେ ବିଜେପିର ସରକାର ଅଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରସରକାର ଏ ସମସ୍ୟାର ସମାଧାନ କରିବାରେ ହେଳା କରୁଛନ୍ତି – ଯାହା ଆଜି ହିଂସା ଉଗ୍ରରୂପ ଧାରଣକରିଛି । ମଣିପୁର ହାଇକୋର୍ଟ ପରାମର୍ଶ ଦେଇପାରେ – ରାୟ ନୁହେଁ । କିଏ କେଉଁ ଜାତିରେ ରୂପାନ୍ତରିତ ହେବେ – ଏହାର ଦାୟିତ୍ୱ କେନ୍ଦ୍ରସରକାରଙ୍କ ଅନ୍ୟସଂସ୍ଥା ହାତରେ । ହାଇକୋର୍ଟଙ୍କ ହସ୍ତକ୍ଷେପ ସବୁଗଣ୍ଡଗୋଳ କରିଦେଲା ।

କେବଳ ମଣିପୁର ଜଳୁଛି ତା’ ନୁହେଁ– ସାରାଦେଶରେ ଅଶାନ୍ତିଅସନ୍ତୋଷର ବହ୍ନି ବିଷ୍ଫୋରଣ ହେବାରେ ଲାଗିଛି । ଏଇ କେତେଦିନ ହେଲା – କୁସ୍ତିଗୀର ଝିଅ ଛାତି, ପେଟରେ ହାତଚଳାଇବାର ଅଭିଯୋଗ କୁସ୍ତିସଂସ୍ଥାର ଅଧ୍ୟକ୍ଷ ବ୍ରିଜ୍‍ଭୂଷଣଙ୍କ ନାଁରେ ଆସିଲା । ସେ ବିଜେପିର ଲୋକସଭା ସଦସ୍ୟ । ଗୁରୁତର ଜଘନ୍ୟ ଅଭିଯୋଗ ଆସିଥିଲେ ବି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ନିରବ । କୁସ୍ତିଗୀର ଯୁବକଯୁବତୀ ଧାରଣା ଆନ୍ଦୋଳନ ଚଳାଇଛନ୍ତି । ଅଭିଯୁକ୍ତ ବ୍ରିଜ୍‍ଭୂଷଣ ଗିରଫ କରାଗଲେ କାଳେ ସରକାରଙ୍କ ମୁହଁ ପୋଡିଯିବ – ସେଥିପାଇଁ ଗାଲେଇ ଦେଉଛନ୍ତି । ସେ ଝିଅଟି ଯଦି ଆମ ଘରର ହୋଇଥାନ୍ତା – ଆମେ କ’ଣ ଚୁପ୍‍ହୋଇ ବସିଥାନ୍ତେ । ସରକାରଙ୍କର ଶୁଭବୁଦ୍ଧି ଉଦୟ ହେଉ – ବ୍ରିଜଭୂଷଣକୁ ଗିରଫକରି ଜେଲରେ ଠୁକନ୍ତୁ ।

ମଣିପୁର ଛୋଟ ରାଜ୍ୟ ହେଲେବି ଏହାର ଐତିହ୍ୟ ମହାନ୍‍ । ମହାଭାରତର ମହାବୀରଅର୍ଜ୍ଜୁନ ଏଇ ରାଜ୍ୟରେ ବିବାହ କରିଥିଲେବୋଲି ମହାଭାରତ ଗ୍ରନ୍ଥରୁ ଜଣାପଡେ ।

କେବଳ କୁସ୍ତିଗୀରଙ୍କ ଘଟଣା ନୁହେଁ – ସାରାଦେଶରେ ନାରୀଜାତି ଉପରେ ଯେଉଁ ଯୌନାଚାର, ବ୍ୟଭିଚାର ଚାଲିଛି – ତାହା ଆମେ ଗଣମାଧ୍ୟମରେ ପ୍ରତିଦିନ ଦେଖୁଛେ, ଶୁଣୁଛେ । କାଁଭାଁ ପ୍ରତିବାଦ ହେଉଛି । ସେ ପୁଣି ଅଳ୍ପ କେତେକଙ୍କ ଦ୍ୱାରା । ଆମେ ସବୁ ଚୁପ୍‍ଚାପ୍‍ । ହଁ-ଆମଘରେ ହୋଇନିତ ? ଆମେ କ’ଣ ସତରେ ଅମଣିଷ ହୋଇଗଲେ ।

ରାଜକୋଷ ଲୁଣ୍ଠନ, ଦୁର୍ନିତୀ ଆଜି ନୀତିରେ ପରିଣତ ହୋଇଗଲାଣି । କୋଟିକୋଟି ଟଙ୍କା ରାଜକୋଷ ଲୁଣ୍ଠନକରି ଆଜିବି ସେମାନେ ନେତା – କୌଣସି ନା କୌଣସି କ୍ଷମତାଥିବା ଦଳର ମନ୍ତ୍ରୀ, ଏମ୍‍.ପି., ଏମ୍‍.ଏଲ୍‍.ଏ., ୱାର୍ଡମେମ୍ବର ପର୍ଯ୍ୟନ୍ତ । ଆମର ଆଇନ୍‍ ବ୍ୟବସ୍ଥା ଅଜବଧରଣର । ଅଭିଯୁକ୍ତ ପ୍ରମାଣ ନହେଲା ପର୍ଯ୍ୟନ୍ତ ତାକୁ ଦୋଷୀ କହିପାରିବାନାହିଁ । କେଶ୍‍ ୩୦ବର୍ଷରୁ ୪୦ବର୍ଷ ଚାଲିଲେ ମଧ୍ୟ ଅଭିଯୁକ୍ତ ମରିଯାଇଥିବ । ରାଜକୋଷଲୁଟ୍‍ ଧନକୁ ତା’ ପରିବାର ଭୋଗ କରୁଥିବେ । ଲୋକେ ସବୁ ଜାଣୁଛନ୍ତି – ଦେଖୁଛନ୍ତି – ହେଲେ କିଛି ପ୍ରତିବାଦ କରିପାରୁନାହାଁନ୍ତି । ପୁଣି ସେଇ ପରିବାରସଦସ୍ୟଙ୍କ ପାଖରୁ ଟଙ୍କାନେଇ ମୁଣ୍ଡରେବସାଇ ଭୋଟ୍‍ଦେଇ କ୍ଷମତାସୀନ କରୁଛନ୍ତି ।

ଆଜି ସମାଜରେ ଭଲ ମଣିଷ, ଆଦର୍ଶମଣିଷ ଆଉ ଦେଖାଯାଉନାହାଁନ୍ତି । ଯେଉଁ କେତେଜଣ ଅଛନ୍ତି – ସେମାନେ ଚୁପ୍‍ଚାପ୍‍ – କାରଣ ସେମାନଙ୍କୁ ପରିବାର, ଜନସାଧାରଣ, ସରକାର ହେଜ୍ଞାନ କରନ୍ତି । ଆଜିକାଲି ଗଣମାଧ୍ୟମକୁ ସବୁ ମାଲିକମାନେ ଚଳାଉଛନ୍ତି । ସେମାନଙ୍କ ସ୍ୱାର୍ଥ ଓ ମର୍ଜିରେ ସାମ୍ବାଦିକମାନେ ଲେଖିବାକୁ ବାଧ୍ୟ । ଯେଉଁମାନେ ଅବାଧ୍ୟ – ସତ ଲେଖିଦେଉଛନ୍ତି – ସେମାନେ ଚାକିରୀରୁ ତଡା ଖାଇବେ । ଗଣମାଧ୍ୟମ ଆଜି ଗଣଙ୍କର କଣ୍ଠସ୍ୱର ନହୋଇ ମାଲିକସରକାର କଣ୍ଠସ୍ୱରରେ ପରିଣତ । ସବୁବେଳେ ମିଛସମ୍ବାଦ ପରିବେଷଣ । ଗୋଟାଏ ମିଛକୁ ବାରମ୍ବାର ବିଭିନ୍ନ ଚ୍ୟାନେଲ୍‍, ସମ୍ବାଦପତ୍ରରେ କୁହାଇଲେ ‘ତିନି ତୁଣ୍ଡରେ ଛେଳି କୁକୁର’ ହୋଇଯାଉଛି । କାଁଭାଁ ଗଣମାଧ୍ୟମ ସତକହିଲେ କି ଲେଖିଲେ – ତାହା ଲୋକଙ୍କପାଇଁ ଶୁଭ ହେଲେବି ସରକାର, ଶିଳ୍ପପତି, ଲୁଟେରାଙ୍କ ପାଇଁ କାଳ ।

  • ମଣିପୁରରେ ୩୫ଲକ୍ଷ ଜନସଂଖ୍ୟାକୁ ୬୫ଲକ୍ଷ କେନ୍ଦ୍ରୀୟ ନିରାପତ୍ତାରକ୍ଷୀ ଜଗିଛନ୍ତି । ମଣିପୁରରେ ରକ୍ତତାଣ୍ଡବ-ରକ୍ତଯୁଦ୍ଧ । ଡବଲ୍‍ ଇଞ୍ଜିନ୍‍ ସରକାର ନିରବନିଚ୍ଛଳ । ଆମେରିକା ଦ୍ୱିତୀୟବାର ଯାଇ ଚର୍ଚ୍ଚିଲ, ନେଲ୍‍ସନ୍‍ ମାଣ୍ଡେଲାର ସମକକ୍ଷ ହୋଇ ‘ବିଶ୍ୱଗୁରୁ’ ହେବାର ପ୍ରବଳ ଇଚ୍ଛା ।

ଏଣେ ସେହି ବିଜେପିପରିଚାଳିତ ମଣିପୁର ସରକାରକୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଲାଗୁକରିବାକୁ ନିଜଦଳର ନେତା ଦାବୀ କରୁଛନ୍ତି । ଦେଶରେ ଶହଶହ ଅବ୍ୟବସ୍ଥା, ଅତ୍ୟାଚାର, ପାଇଁ ମୋଦୀଜୀଙ୍କ ଉତ୍ତର ନାହିଁ । ତାଙ୍କ ଗୃହମନ୍ତ୍ରୀ ଅମିତ୍‍ ଶାହା ‘ଆପଣା ଆଚାରି ଧର୍ମ ପରକୁ ଶିଖାଏ’ ଏ ବାଣୀ ଜାଣୁନାହାଁନ୍ତି କି ?

ଆଜି ବିଜେପିର ରାଜନୈତିକ ଦର୍ଶନ ଓ ମାନସିକତା ସଂକ୍ରାମକ ରୋଗଭଳି ମାଡିଯାଉଛି । ମଣିପୁରରେ ‘ହିନ୍ଦୁ’ ମେହତାଇ ବନାମ୍‍ ଖ୍ରୀଷ୍ଟିୟାନ୍‍ କୁକିମାନଙ୍କ ମଧ୍ୟରେ ପାରଷ୍ପରିକ ଅବିଶ୍ୱାସ, ଘୃଣା, ଦ୍ୱନ୍ଦଯୁଦ୍ଧ ଅବିଶ୍ରାନ୍ତ ଭାବେ ଚାଲିଛି । ରାଜ୍ୟେ ରାଜ୍ୟେ ବିଜେପି ସେହି ଧ୍ୱଂସର ରାଜନୀତି କରୁଛି । ଆଜି ମଣିପୁର କାଲି ହୁଏତ ଆଉ କେଉଁ ରାଜ୍ୟରେ ରକ୍ତଯୁଦ୍ଧ ଆରମ୍ଭ ହୋଇଯିବ ।

ଆମ ଦେଶର ଜଳସ୍ଥଳଆକାଶ ବିକ୍ରି ହୋଇଯାଉଛି । ଯେଉଁ କେତେଜଣଙ୍କୁ ସରକାର ବିକ୍ରିକରି କିମ୍ବା ଠିକାରେ ଦେଉଛନ୍ତି – ସେମାନେ ସରକାର ଚଳାଉଛନ୍ତି । ଲୋକଙ୍କୁ ମାଗଣା ବାଣ୍ଟି ନିଶାଗ୍ରସ୍ତ କରିଦେଲେ – ଲୋକେ ଆଉ କିଛି ବୁଝୁନାହାଁନ୍ତି । ଧର୍ମର ଅଫିମ, ଗଞ୍ଜେଇ ଖୁଆଇ ମଣିଷକୁ ଭୋଳକରି ରଖାଯାଉଛି । ଦେଶ ରହିଲେ କେତେ, ଭାଷିଗଲେ କେତେ – ସେମାନଙ୍କର ଯାଏଆସେନା । ପ୍ରବଳ ସାମାଜିକ, ସାଂସ୍କୃତିକ ବିଶୃଙ୍ଖଳା ଦେଖାଦେଇଛି । କେହି କାହାକୁ ମାନିବା ଅବସ୍ଥାରେ ନାହାଁନ୍ତି । ପ୍ରାକୃତିକ, ମନୁଷ୍ୟକୃତ ବିପର୍ଯ୍ୟୟ ମାଡିଆସୁଛି । ଆମେରିକା ବୈଜ୍ଞାନିକମାନେ ଭବିଷ୍ୟତବାଣୀ ଶୁଣାଇଛନ୍ତି – ଏଲନିନୋ ଆରମ୍ଭ ହୋଇଯାଇଛି – ୨୦୨୩ରେ ପୃଥିବୀ ଉପରେ ବଡବିପଦ ପଡିବ । ଭାରତର ମୌସୁମିବାୟୂ ଦୃର୍ବଳ ହେବ । ଦକ୍ଷୀଣଆମେରିକାରେ ପ୍ରବଳବର୍ଷା, ଅଷ୍ଟ୍ରେଲିଆ, ଆଫ୍ରିକାରେ ମରୁଡି, ଏସିଆ ମହାଦେଶ ଭାରତ, ଚୀନ୍‍, ଜାପାନ୍‍, ଆଫଗାନୀସ୍ଥାନ, ପାକିସ୍ଥାନ, ବଙ୍ଗଳାଦେଶ ପ୍ରମୁଖରେ ମାଟି ଶୁଖିଯିବ । ୨୦୨୪ ବେଳକୁ ବିଶ୍ୱ ତାପମାତ୍ରା ବୃଦ୍ଧିପାଇବ । ତାପମାତ୍ରା ଯୋଗୁ ଭୟଙ୍କର ମରୁଡି ପଡିବ । ବିଶ୍ୱ ଅର୍ଥନୀତି ସଂପୂର୍ଣ୍ଣ ବିଗିଡିଯିବ । ରୋଗ-ଭୋକରେ ଲୋକେ ପୋକମାଛିଭଳି ମରିଯିବେ । ଲୋକେ ଭେଜାଲ ବିଷରଭଣ୍ଡାରରେ ଉବୁଟୁବୁ ହେଉଛନ୍ତି । ମୃତ୍ୟୁ ହାତଠାରି ଡାକୁଛି । ଏ ମଣିଷ ମୃତ୍ୟୁପଛରେ ଧାଉଁଛି । ଠକ୍‍ଠାକ୍‍ ଜୀବନ ଚାଲିଯାଉଛି । ଆକାଶରୁ ନିଆଁ ବର୍ଷୁଛି । ତତଲା କଡେଇରେ ପଡି ଛଟପଟ ହେଉଛନ୍ତି । ତଥାପି ମଣିଷ ବୁଝୁନି । ନିଜ ମନକୁ ନିଜେ ପଚାରି ଆଗାମୀ ଭୟଙ୍କର ବିପଦରୁ କିଭଳି ବଞ୍ôଚବେ – ସେ ଉପାୟ କରନ୍ତୁ – ଯେତେ କଷ୍ଟ ହେଲେବି ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.