କାର୍ଯ୍ୟକାରୀ ହେବ ସୁବର୍ଣ୍ଣରେଖା ସଂସ୍କାର ଯୋଜନା
ବାଲେଶ୍ୱର ଭୋଗରାଇ//TATKAL ODISHA//
ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ଏବଂ ନଦୀ ଦୁଇ ପାର୍ଶ୍ଵରେ ସବୁଜ ବଳୟ ସୃଷ୍ଟି ନିମନ୍ତେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବାକୁ ପଦକ୍ଷେପ।
ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆମ ଭୋଗରାଇ ଗସ୍ତରେ ଆସୁଛନ୍ତି। ତାଙ୍କ ଆଗରେ ସଚେତନ ଭୋଗରାଇବାସୀଙ୍କ ତରଫରୁ ନିମ୍ନଲିଖିତ ପ୍ରମୁଖ ଦାବି ସମୂହ ଉପସ୍ଥାପିତ ହେବ।
୧. ଏସିଆର ସର୍ବବୃହତ ଶିବଲିଙ୍ଗ ଭୁଷଣ୍ଡେଶ୍ଵରଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ ଏହାର ପାରିପାର୍ଶ୍ଵିକ ବିକାଶ ।
୨. ଉଦୟପୁର ଓ ତାଳସାରି ବେଳାଭୂମିର ସୌନ୍ଦର୍ଯ୍ୟକରଣ, ପଥରବନ୍ଧ ଓ ମେରାଇନ ଡ୍ରାଇଭ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ପାଇଁ ପଦକ୍ଷେପ।
୩. ଚନ୍ଦନେଶ୍ଵର ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ପାରିପାର୍ଶ୍ଵିକ ବିକାଶ ପାଇଁ ପଦକ୍ଷେପ।
୪. ବାସୁଳୀ ପୀଠର ବିକାଶ ଏବଂ ପର୍ଯ୍ୟଟନସ୍ଥଳୀର ମାନ୍ୟତା ।
୫. ଦକ୍ଷିଣ ଭୋଗରାଇର ୩୨ଟି ପଞ୍ଚାୟତର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ।
୬. ଉତ୍ତର ଭୋଗରାଇର ଏକାଧିକ ପଞ୍ଚାୟତର ଜଳ ନିଷ୍କାସନ ପାଇଁ ସମୁଚିତ ପଦକ୍ଷେପ।
୭.
୮. ପାନ, ଖଡ଼ି ଓ ଇକଡ଼ ଚାଷକୁ କୃଷିର ମାନ୍ୟତା ଏବଂ ଚାଷୀଙ୍କୁ ସ୍ଵଳ୍ପ ସୁଧରେ କୃଷି ଋଣ ପ୍ରଦାନ ବ୍ୟବସ୍ଥା।
୯. ଭୋଗରାଇରେ ବିଜ୍ଞାନ ଶିକ୍ଷାର ପ୍ରଚାର ପ୍ରସାର ଏବଂ ଅନ୍ଧବିଶ୍ୱାସ ଦୂରିକରଣ ନିମନ୍ତେ ଏକ ବିଜ୍ଞାନ ଭବନ ନିର୍ମାଣ ।
୧୦. ଶଙ୍ଖାରୀଠାରେ ନିର୍ମାଣାଧୀନ ମନ୍ମଥ – ମନୋଜ ସ୍ମାରକୀର ନିର୍ମାଣ କାର୍ଯ୍ୟ ଯଥା ସମୟରେ ସମ୍ପନ୍ନ ପାଇଁ ପଦକ୍ଷେପ।
ଆମର ଦୃଢ଼ ଆଶା ଓ ବିଶ୍ବାସ ମୁଖ୍ୟମନ୍ତ୍ରୀ ଏହି ସବୁ ଦାବି ପୂରଣ କରିବା ସହିତ ଅନ୍ୟ ଅନେକ ସମସ୍ୟାର ସମାଧାନ କରିବେ। ଏଥି ସହିତ ଭୋଗରାଇ ବିକାଶର ନୂତନ ଯୁଗ ଆରମ୍ଭ ହେବ।
ତେଣୁ ଏହି ଅବସରରେ ୫-ଟି ସଚିବଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ଭୋଗରାଇର ସଚେତନ ନାଗରିକ, ବୁଦ୍ଧିଜୀବୀ, ଯୁବକ, ଯୁବତୀ ଓ ମା’ମାନଙ୍କୁ ବହୁ ସଂଖ୍ୟାରେ ଉପସ୍ଥିତ ରହିବାକୁ ବିନମ୍ର ନିବେଦନ କରୁଛି।