ଦିଲ୍ଲୀରେ ଅନୁଗୋଳର ଆମ୍ବ, କେନ୍ଦ୍ରମନ୍ତ୍ରୀ ଖୁସି
ଅନୁଗୋଳ ଜିଲ୍ଲାର ଆମ୍ବର ଅନନ୍ୟ ସ୍ୱାଦ ଦିଲ୍ଲୀବାସୀଙ୍କୁ ଆକୃଷ୍ଟ କରିବ -ଧର୍ମେନ୍ଦ୍ର
- • ଅନୁଗୋଳ ବାଗଡିଆ ଖମାର ଗାଁରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଆମ୍ରପାଲି, ମଲ୍ଲିକା ଆମ୍ବ ପାଇ ଆନନ୍ଦିତ
• ସଫଲ ପ୍ରଡକ୍ଟ , ଲାଇଭିଲି ହୁଡ୍ ଅଲଟରନେଟିଭ୍ ଏବଂ ମାଆ ବାୟାଣୀ ଏଗ୍ରୋଫେଡ୍ ଏଫପିଓର ମିଳିତ ସହଯୋଗରେ ବଗିଚାର ଆମ୍ବ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରିଛି
• ଏହି ପଦକ୍ଷେପ ଯୋଗୁଁ ଗ୍ରାମୀଣ ଉତ୍ପାଦକ ଏବଂ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି
• ଓଡ଼ିଶାର ଏହି ସୁସ୍ୱାଦୁ ଆମ୍ବ, ଦିଲ୍ଲୀରେ ଥିବା ଆମ୍ବ ପ୍ରେମୀମାନେ ଉପଭୋଗ କରିବେ
• ଏହି ଉଦ୍ୟମ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର କିଷାନର ପରିକଳ୍ପନାକୁ ସାକାର କରୁଛି
ଭୁବନେଶ୍ୱର,//TATKAL ODISHA//
ନୂଆଦିଲ୍ଲୀରେ ଅନୁଗୋଳରୁ ଆସିଥିବା ସୁସ୍ୱାଦୁ ଆମ୍ବ ପାଇ ଖୁସିବ୍ୟକ୍ତ କରିବା ସହ ଦିଲ୍ଲୀକୁ ଆସୁଥିବା ଏହି ଆମ୍ବର ଅନନ୍ୟ ସ୍ୱାଦ ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମୋର ଗୃହ ଜିଲ୍ଲା ଅନୁଗୋଳ ବାଗଡିଆ ଖମାର ଗାଁରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଆମ୍ରପାଲି, ମଲ୍ଲିକା ଆମ୍ବ ଦିଲ୍ଲୀରେ ପାଇ ଆନନ୍ଦିତ । ଆମ୍ବ ପ୍ରଦାନ କରିଥିବା ସଫଲ୍ ପ୍ରଡକ୍ଟ କମ୍ପାନୀର ଅଧିକାରୀ ପ୍ରଦୀପ୍ତ ସାହୁ ଏବଂ ଚାଷୀ ଅଜିତ୍ କୁମାର ଗଡନାୟକଙ୍କୁ ଧନ୍ୟବାଦ ।