ଉତ୍କଳ ବିଶ୍ୱବିଦ୍ୟାଳୟରୁ 1976ରେ ପାଇଥିଲେ ନଅ IAS : ବିଜୟ
ଭୁବନେଶ୍ୱର//TATKAL ODISHA//
ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପୂର୍ବ ବର୍ଷମାନଙ୍କ ଭଳି ପ୍ରାୟତଃ ଭାରତୀୟ ପ୍ରଶାସନିକ ସେବା (IAS ) ପାଉନାହାନ୍ତି I ମାତ୍ର 1976ରେ ଏକାଥରେ ମୋ ସହ ନଅ ଜଣ IAS ପାଇଥିଲେ I ତେଣୁ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରା ନଯାଉ I
ଏହା କହିଛନ୍ତି ପୂର୍ବତନ ସଫଳ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ I
ସେ କହିଛନ୍ତି ଯେ, ଆମେ ଓଡ଼ିଆ ମିଡିୟମରେ ପାଠ ପଢ଼ିଥିଲୁ। ଉତ୍କଳ ବିଶ୍ୱବିଦ୍ୟାଳୟରେ ରହି ପ୍ରସ୍ତୁତି କଲାବେଳେ ଡ. ଶ୍ରୀରାମ ଦାସ, ଡ. ମନ୍ମଥନାଥ ଦାସଙ୍କ ଭଳି ତାରକା ପ୍ରଫେସର ଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ
ଅନ୍ୟ ଆଲାଏଡ଼ ସର୍ଭିସ ଛାଡ଼ି ମୋ ସହ ଉତ୍କଳରୁ ସେ ବର୍ଷ (୧୯୭୬ରେ) ୯ ଜଣ ଆଇଏଏସ ପାଇଥିଲେ। ଏ ସମସ୍ତ ଛାତ୍ର ପ୍ରାୟ ଓଡ଼ିଆ ମାଧ୍ୟମରେ ପଢ଼ିଥିଲେ। ଏବେ କାହିଁକି ଉତ୍କଳ ବିଶ୍ୱ ବିଦ୍ୟାଳୟ ବା ଅନ୍ୟ ଶିକ୍ଷାନୁଷ୍ଠାନରୁ ପିଲେ IAS ପାଉ ନାହାନ୍ତି ତାହା ଚିନ୍ତା କରିବାକୁ ହେବ I
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେଉଁ ମିଡ଼ିଅମରେ ପାଠ ପଢୁଛନ୍ତି ତାହା ବଡ଼ କଥା ନୁହେଁ, ପାଠ ପଢ଼ାର କନସେପ୍ଟ ଭଲ ରହିବା ଜରୁରୀ I ଏଥିପାଇଁ ସରକାର ଆଗୁଆ ଚିନ୍ତା କରିବା ସହ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି I