ଓଡ଼ିଶାର ଟେକ ରଖିଲେ ଶଶିକାନ୍ତ
ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//
ବିଶ୍ୱ ଦରବାରେ ପ୍ରଶଂସିତ ହୋଇଛନ୍ତି ସଫଳ ଓଡ଼ିଆ ପୁଅ ତଥା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ I ସେ ଓଡ଼ିଶାର ଟେକ ରଖିଛନ୍ତି ।
ବିଶ୍ୱ ବଜାରରେ ଅସ୍ଥିରତା ସତ୍ତ୍ୱେ ଭାରତରେ ଦରବୃଦ୍ଧି ନିୟନ୍ତ୍ରଣ ତଥା କୋଭିଡ୍ ମହାମାରୀ ବେଳେ ଇଏମ୍ଆଇ କିସ୍ତି ନଦେବା ନିଷ୍ପତ୍ତି କରି ବେଶ୍ ସଫଳ ହୋଇଥିବା ଏହି ଓଡ଼ିଆ ପୁଅ ତଥା ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତଙ୍କୁ ଲଣ୍ଡନର ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ସମ୍ମାନିତ କରାଯାଇଛି ।
ସେ ହୋଇଛନ୍ତି ‘ଗଭର୍ଣ୍ଣର ଅଫ୍ ଦି ଇୟର’ । ସେଥିପାଇଁ ପ୍ରତିଟି ଓଡ଼ିଆ ଗର୍ବିତ ହୋଇଛନ୍ତି ।