ନବୀନଙ୍କ ରଜ ଭେଟି,ବଢିଲା 4% ମାହାଙ୍ଗା ଭତ୍ତା

0
  • 7 ଲକ୍ଷ ସରକାରୀ କର୍ମଚାରୀ, ପେନସନଭୋଗୀ ହେବେ ଉପକୃତ

ଭୁବନେଶ୍ୱର//TATKAL ODISHA//

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଲା ।

ଏହା ଜାନୁୟାରୀ ପହିଲା ୨୦୨୩ରୁ ପିଚ୍ଛିଲା ଭାବରେ ଲାଗୁ ହେବ । ଏହି ବର୍ଜିତ ମହଙ୍ଗା ଭତ୍ତା ଚଳିତ ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ।

ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ୍ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ବାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ ।

Leave A Reply

Your email address will not be published.