ତତଲା ତାୱାରେ ଓଡ଼ିଶା, ଜୀବନ ଦୁର୍ବିସହ
- ଆଉ ତିନି ଦିନ ଜଳାଇବ
ଭୁବନେଶ୍ୱର, ସମ୍ବଲପୁର, ଭବାନୀପାଟଣା, ବାଲେଶ୍ୱର, କେନ୍ଦୁଝର // TATKAL ODISHA//
ତତଲା ଟାୱାରେ ଏବେ ଓଡ଼ିଶା I ତାତି ଓ ଗୁଳୁଗୁଳି ଅସହ୍ୟ I ଆଗାମୀ ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତାତିର ପ୍ରଭାବରେ ଆଗାମୀ ୨ ଦିନ ଯାଏ ଉପକୂଳରେ ଗୁଳୁଗୁଳି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ।
ଭୁବନେଶ୍ୱର ରେ ଦିନ ୨.୩୦ମିନିଟ ରେ ତାପମାତ୍ରା ୪୩.୮℃ ରେକର୍ଡ
ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ଅଛି I ତେଣୁ ଜୀବନ ଦୁର୍ବିସହ ହୋଇଛି I
IMD REPORT —-
ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ , ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ | ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା |
·
ତେବେ ସୋମବାର ସକାଳ ସାଢ଼େ ୫ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡ଼ିଗ୍ରୀ ରହିଥିବା ବେଳେ ଆଦ୍ରତା ୮୮% ରହିଛି I ତେଣୁ ବିନା କାରଣରେ ଘରୁ ଦିନ ଏଗାରରୁ ଅପରାହ୍ନ ତିନି ଯାଏ ପଦାକୁ ବାହାରନ୍ତୁ ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରି ଦେଇଛି।