କେସିଙ୍ଗା ଏନ୍ଏସି ଉପରେ ଶନିଦଶା !

0
  • କେସିଙ୍ଗା//TATKAL ODISHA//
  • ରିପୋର୍ଟ : ଚନ୍ଦ୍ରମଣି ସ୍ବାଇଁ
  • କିଛିଦିନ ହେଲା କେସିଙ୍ଗା ଏନ୍ ଏ ସିରେ ଟେଣ୍ଡର ଫିକ୍ସିଂକୁ ନେଇ ଅଭିଯୋଗ, ଯୁକ୍ତିତର୍କ, ମାଡପିଟ୍ ଓ ଥାନା ପର୍ଯ୍ୟନ୍ତ କେଶ୍ ଯାଇଥିଲା ବେଳେ ଆଜି ଦେଖିବାକୁ ମିଳିଥିଲା ସଫେଇ କର୍ମଚାରୀମାନଙ୍କ ଦ୍ବାରା ଅଫିସ ଘେରାଉ।

ସୂଚନା ଅନୁସାରେ କେସିଙ୍ଗା ଏନ୍ ଏ ସି ର ୧୨ ଟି ଓ୍ବାର୍ଡର ସଫେଇ କାର୍ଯ୍ୟ ପାଇଁ ଭୁବନେଶ୍ବରର ନିଶ୍ଚିତ ମଲ୍ଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ଼ ନାମକ ଏକ ସଂସ୍ଥା ବର୍ଷକୁ ପ୍ରାୟ ୭୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଡର ପାଇଛି। ଏଥିପାଇଁ ୬୦ ଜଣ ଠିକା କର୍ମଚାରୀ ନିଯୁକ୍ତି ଦେଇଥିଲା ବେଳେ ଦୈନିକ ୩୪୫ ଟଙ୍କା ମଜୁରି ଦେଉଛି । ହେଲେ ଠିକା କର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ ସେମାନେ ଆଜି ପର୍ଯ୍ୟନ୍ତ ସଂସ୍ଥାର ମାଲିକକୁ ଦେଖି ନଥିବାବେଳେ ପ୍ରତି ମାସରେ ଠିକ୍ ସମୟରେ ଦରମା ଓ ସୁରକ୍ଷା ସାମଗ୍ରୀ ନଦେବା ସହିତ ପ୍ରୋଭିଡେଣ୍ଟ ଟଙ୍କା ଜମା କରୁନଥିବାରୁ ଆମ୍ଭମାନଙ୍କୁ ଏନ୍ ଏ ସି ଅଧୀନରେ ନିଯୁକ୍ତି ଦିଆଯାଉ ଦାବି କରି ଗତ ଦୁଇ ଦିନ ହେଲା ସହରରେ ସଫେଇ କାର୍ଯ୍ୟ ବନ୍ଦ ରଖିଛନ୍ତି।

ଏନେଇ ଚେୟାରମେନ ଙ୍କୁ ପଚାରିବାରୁ ମୁଁ ଅନ୍ୟ କାମରେ ବ୍ୟସ୍ତ ଥିଲି। ତେଣୁ ଆସନ୍ତାକାଲି ସେମାନଙ୍କୁ ଡାକି ସମାଧାନ କରିବି ବୋଲି କହିଥିଲେ।


ସୂଚନାଯୋଗ୍ୟ ଗତକାଲି ଗୁରୁବାର ଏନ୍ ଏ ସି ସଭା ଗୃହରେ ଏକ ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ଏକ ପ୍ରକଳ୍ପର ଟେଣ୍ଡରକୁ ନେଇ ନଗରପାଳ ଓ ଜଣେ କାଉନସିଲରଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ମାଡପିଟ୍ ହେବା ଘଟଣାକୁ ନେଇ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ସେହିପରି ଗତ ୧୦/୧୨ ଦିନ ତଳେ ଏକ ପ୍ରକଳ୍ପର ପ୍ରାୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଡର ଫିକ୍ସିଂକୁ ନେଇ ଚେୟାରମେନ ଓ ଦୁଇ ଜଣ କାଉନସିଲରଙ୍କ ମଧ୍ୟରେ ବିବାଦ ଲାଗିରହିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.