ପୁଣି ଅଘଟଣ, ଟ୍ରେନରେ କଟିଲେ 4 ଶ୍ରମିକ
- ଯାଜପୁର, କଟକ,//TATKAL ODISHA//
ଯାଜପୁର ରୋଡ଼ ରେଳଷ୍ଟେସନ ନିକଟରେ ପୁଣି ଏକ ଅଘଟଣ ଘଟିଛି। ଟ୍ରେନରେ କଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ମୃତ୍ୟୁବରଣ କରିଥିବା ସମସ୍ତେ ଶ୍ରମିକ ହୋଇଥିବା ସୂଚନା I
ମିଳିଥିବା ସୂଚନାନୁସାରେ କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବା ପାଇଁ ଛିଡ଼ାଥିବା ଟ୍ରେନ୍ ବଗିତଳେ ଆଠ ଜଣ ଆଶ୍ରୟ ନେଇଥିଲେ । ମାତ୍ର ବର୍ଷା କମି ନ ଥିଲେ ହେଁ ଟ୍ରେନଟି ଚାଲିବା ଯୋଗୁଁ ଏଭଳି ଦୁଖଃଦ ଅଘଟଣ ଘଟିଛି I