ବାଲେଶ୍ୱର ରାଜନୀତିର ଗୋଲିଆ ପାଣି-1 : ‘କଙ୍କଡ଼ା’ ସ୍ଥିତି
- ବାଲେଶ୍ୱର, ଭୁବନେଶ୍ୱର//TATKAL ODISHA//EXCLUSIVE//
‘ଢିଙ୍କିଶାଳ କଥା ନ ଜାଣି ଢେଙ୍କାନାଳ କଥା କହିବା’
ଓଡ଼ିଆର ଏହି ବହୁଚର୍ଚ୍ଚିତ ଲୋକବାଣୀ ଆପଣ ବାରମ୍ବାର ଶୁଣିଥିବେ I ଏହାର ଅର୍ଥ ହେଉଛି-‘ଘର କଥା ନଜାଣି ପଡ଼ୋଶୀ ଘର କଥାରେ ମୁଣ୍ଡ ପୁରାଇବା’ I ଏହି ସ୍ଥିତି ସ୍ୱାଭିମାନର ମାଟି ବାଲେଶ୍ୱର ଜିଲ୍ଲାର କିଛି ଶାସକ ଦଳ ନେତାଙ୍କ କ୍ଷେତ୍ରରେ ହୋଇଛି I ‘ସଉତୁଣୀ ପଛେ…‘ ନ୍ୟାୟକୁ ବିଶ୍ୱାସ ରଖୁଥିବା ଏହି ନେତାମାନେ ନିଜେ ‘କଙ୍କଡା‘ ନୀତିକୁ ବି ଆପଣେଇଛନ୍ତି I ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ବଳି ଦେବାକୁ ସେମାନେ ପଛାଉ ନାହାନ୍ତି I
ସେଥିପାଇଁ ବେଶ କେଇ ଦିନ ଧରି ବାଲେଶ୍ୱର ରାଜନୀତି ସରଗରମ ରହିଛି I ସାଧାରଣ ନିର୍ବାଚନ-2024 ପୂର୍ବରୁ ଏଭଳି ସ୍ଥିତି ଉପୁଜିବା ସ୍ୱାଭାବିକ I ହେଲେ ‘ଅତ୍ୟଧିକ’ ହୋଇଛି I ନିଜ ପାଦ ତଳୁ ମାଟି ଖସିବା ଆରମ୍ଭ ହୋଇଥିବାରୁ ଉକ୍ତ ନେତାମାନେ ରାଜନୀତିକ ପାଣିକୁ ଜାଣିଶୁଣି ଗୋଲିଆ କରୁଛନ୍ତି I ଅନୁଶାସନ ଭିତରେ ସେମାନେ ରହୁନାହାନ୍ତି I
ଏଇ କଥା ଆଉ ଅଛପା ନାହିଁ I ଦଳର ସୁପ୍ରିମୋଙ୍କ ପାଖରେ କଥା ପହଞ୍ଚି ସାଲିଲାଣି I
କଣ ସେ ଘଟଣା? କେଉଁ ନେତା ବିଭ୍ରାଟ କରୁଛନ୍ତି??
ମିଳିଥିବା ସୂଚନାନୁସାରେ 8 ବିଧାନସଭା କ୍ଷେତ୍ରକୁ ନେଇ ବାଲେଶ୍ୱର ଜିଲ୍ଲା ଛିଡା ହୋଇଥିଲାବେଳେ କେବଳ ନୀଳଗିରିକୁ ଛାଡ଼ିଦେଲେ ବାକି ଆସନସବୁ ଶାସକ ବିଜେଡି ଅଧୀନରେ ରହିଛି I
ସେଇ ଆସନ ଗୁଡ଼ିକ ହେଉଛି…
- ଭୋଗରାଇ
- ବସ୍ତା
- ବାଲେଶ୍ୱର
- ରେମୁଣା
- ସୋରୋ
- ସିମୁଳିଆ
ମାତ୍ର ଦୁଃଖର କଥା ଏହି ଆସନ ଭିତରୁ ଲଗାଲଗି ହୋଇ ଥିବା ଦୁଇ ବିଧାନସଭା କ୍ଷେତ୍ରର ଦୁଇ ଶାସକ ବିଧାୟକ ବିଭ୍ରାଟ ସୃଷ୍ଟି କରୁଥିବା ଚର୍ଚ୍ଚା ଜୋର ଧରିଛି I ସେଥିରୁ ଜଣେ ବିଧାୟକ ଭିଜିଲାନ୍ସ ଜାଲରେ ପଡ଼ି ଛଟପଟ ହେଉଥିବା ବେଳେ ଅନ୍ୟ ଜଣେ ବିଧାୟକ ଚାଉଳ କେଳେଙ୍କାରୀ ଓ ବେଆଇନ ଚିଙ୍ଗୁଡ଼ି ଚାଷ କାର୍ଯ୍ୟରେ ବ୍ରତୀ ଅଛନ୍ତି I ସେମାନଙ୍କ ନାଁରେ ବିଭିନ୍ନ ମାମଲା ବି ଥିବା କୁହାଯାଉଛି I କିଛି ଅନୈତିକ ବଡ଼ ନେତାଙ୍କୁ ହାତଗୁଞ୍ଜା ଦେଇ ଦଳର ଷ୍ଟ୍ରାଟେଜିକୁ ଛାରଖାର କରିଦେଲେଣି ବୋଲି ଅଭିଯୋଗ ଉଠିଛି I ତାହା ଯଦି ସତ ନିଶ୍ଚିତ ଭାବରେ ସାଙ୍ଘାତିକ I
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସେଇ ଦୁଇ ଶାସକ ବିଧାୟକ ଲୋକଙ୍କ ଠାରୁ ଦୁରେଇ ଯାଇଥିବା ଅଭିଯୋଗ ହୋଇଛି I ସାରା ବର୍ଷ ନିଜ ନିର୍ବାଚନ ମଣ୍ଡଳୀ ନ ବୁଲି ବେଆଇନ ବେପାରରେ ମାତିଛନ୍ତି I ଏପରିକି ସରକାରୀ ଯୋଜନା ସବୁକୁ ଲୋକଙ୍କ ପାଖକୁ ନେବାରେ ସେମାନେ ଅସମର୍ଥ ହୋଇଛନ୍ତି I ନିର୍ବାଚନ ପାଖେଇ ଆସିଥିବାରୁ ବିନା କାରଣରେ ଗଣ୍ଡଗୋଳ କରୁଛନ୍ତି I ଭୁବନେଶ୍ୱର ଆସି ମିଛ ସତ କହି ଜିଲ୍ଲା ରାଜନୀତିର ସମନ୍ୱୟ ଭାଙ୍ଗି ଦେଇଛନ୍ତି I ଏହାର କୁ-ପ୍ରଭାବ ତୃଣ ମୂଳ ସ୍ତରରେ ପଡୁଛି I
ବିବାଦର ମୂଳ କାରଣ ରହିଛି ବିଜେଡି ଜିଲ୍ଲା ସଭାପତି ପଦ ପାଇଁ I
ବିନା ଅଭିଜ୍ଞତା, ଭାବମୂର୍ତ୍ତି ଓ ସାମନ୍ଵୟତା ଅଭାବରେ ସେମାନେ “ମୁଂଗେରିଲାଲ କି ହସିନୀ ସ୍ବପ୍ନ” ଦେଖୁଛନ୍ତି I ଏହି ଦୁଇ ନେତା(ବିଧାୟକ)ଙ୍କୁ ଗୁରୁତ୍ୱ ଦେଲେ ଦଳ ଆଗାମୀ ଦିନରେ ଖୁବ ବଦନାମ ହେବ ବୋଲି ବାଲେଶ୍ୱର ଜଣେ ବୁଦ୍ଧିଜୀବୀ ନିଜ ନାଁ ଗୁପ୍ତ ରଖିବା ସର୍ତ୍ତରେ ଏସବୁ କଥା କହିଛନ୍ତି I
ତେବେ ସେଇ ଦୁଇ କାର୍ପଟଦାର ବିଧାୟକଙ୍କ ଭିତିରି କେଳେଙ୍କାରୀ ଖୁବଶୀଘ୍ର ପ୍ରାମାଣିକ ତଥ୍ୟ ସହ ପ୍ରକାଶ କରାଯିବ I