ନୂଆ ମନ୍ତ୍ରୀ ଭାବେ ବିକ୍ରମ, ସୁଦାମ, ସାରଦା ଶପଥ ନେଲେ

0

ଭୁବନେଶ୍ୱର//TATKAL ODISHA//

ନୂଆ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ  ସାରଦା ପ୍ରସାଦ ନାୟକ ହେବେ  ଶପଥପାଠ କରିଛନ୍ତି I ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି I

  ଲୋକସେବା ଭବନ କନଭେନଶନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ହୋଇଛି ସପଥତ୍ସବ I ଏମାନେ ସମସ୍ତେ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ଠିକ  ସକାଳ ୯.୫୦ ମିନିଟ୍ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ଶପଥ ପାଠ କରାଇଛନ୍ତି ।

ପୂର୍ବରୁ ମନ୍ତ୍ରିମଣ୍ଡଳରେ ସାମିଲ ହେଉଥିବା ଏହି ତିନି ବରିଷ୍ଠ ନେତା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ଥିଲେ । ବିକ୍ରମ ଏକାଧିକ ଥର  ମନ୍ତ୍ରୀ ଥିଲା ବେଳେ ନବୀନଙ୍କ ତୃତୀୟ ପାଳିରେ ସାରଦା ନାୟକ ନଗର ଉନ୍ନୟନ, ଯୋଗାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଥିଲେ ।

ପଞ୍ଚମ ପାଳି ସରକାରରେ ବିକ୍ରମ ଏବଂ ସୁଦାମ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ମାତ୍ର ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଅନୁଷ୍ଠିତ ଅଦଳବଦଳରେ ମୁଖ୍ୟମନ୍ତ୍ରୀ ଏହି ଦୁଇଜଣଙ୍କୁ ମନ୍ତ୍ରିପଦରୁ ଅବ୍ୟାହତି ଦେଇଥିଲେ । ବିକ୍ରମଙ୍କୁ ବାଚସ୍ପତି ପଦ ଦିଆଯାଇଥିଲା ।

Leave A Reply

Your email address will not be published.