ବିଧିବଦ୍ଧ କାର୍ଯ୍ୟସୂଚୀ ବିଜ୍ଞପ୍ତି ପରେ କିଏ ପାଇଲା ଫୋନ କଲ? ଜାଣନ୍ତୁ…

0
  • ତିନି ଜଣଙ୍କୁ ଫୋନ କଲ ଯାଇଥିବା ସୂଚନା
  • ସୋମବାର ଲୋକସେବା ଭବନରେ ଶପଥ ଉତ୍ସବ
  • ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ  

ଭୁବନେଶ୍ୱର,//TATKAL ODISHA//

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟି ସରିବାର ଦିନକ ପୂର୍ବରୁ ଅର୍ଥାତ ରବିବାର ସଂଧ୍ୟାରେ ଭୁବନେଶ୍ୱର ଫେରିଆସିଛନ୍ତି I ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବିଧିବଦ୍ଧ କାର୍ଯ୍ୟସୂଚୀ ବିଜ୍ଞପ୍ତି ବି ପ୍ରକାଶ ପାଇସାରିଛି।

ଏଇଠି ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଶପଥପାଠ କରାଇବେ

ଶପଥ ଉତ୍ସବ ଲୋକସଭା ଭବନର କନଭେନସନ୍ ହଲରେ ସୋମବାର ପୂର୍ବାହ୍ନ 9.25ରେ ଆରମ୍ଭ ହୋଇ 9.50ରେ ଶେଷ ହେବ I ସେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ I 

ହେଲେ ନବୀନ ନିବାସରୁ କାହା ପାଖକୁ ଗଲା ଫୋନ କଲ?

ତିନି ଜଣଙ୍କ ପାଖକୁ ଫୋନ କଲ ଯାଇଥିବା ସୂଚନା I ସେମାନେ ହେଉଛନ୍ତି..

  • ବିକ୍ରମ କେଶରୀ ଆରୁଖ
  • ସୁଦାମ ମାରାଣ୍ଡି
  • ସାରଦା ପ୍ରସାଦ ନାୟକ

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡରେ ଶିକାର ହୋଇ ପ୍ରାଣ ହରାଇବା କାରଣରୁ ଗୋଟିଏ ମନ୍ତ୍ରୀ ଆସନ ଖାଲି ଥିଲା I ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ  ଶ୍ରମ ଓ ନିୟୋଜନ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ  ଇସ୍ତଫା ଦେବା ପରେ ଆଉ ଦୁଇ ଆସନ  ହେଲା I

ଫଳରେ ବର୍ତ୍ତମାନସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ 3 ମନ୍ତ୍ରୀ ପଦ ଖାଲି ପଡ଼ିଛି I ତେଣୁ ସୋମବାର ତିନି ମନ୍ତ୍ରୀ ଶପଥ ନେବେ I

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ I ମୁଣ୍ଡ ଉପରେ ସାଧାରଣ ନିର୍ବାଚନ I

ତେଣୁ 2024 ନିର୍ବାଚନକୁ ନଜର ଦେଇ ଓ  ବହୁତ ଭାବିଚିନ୍ତି ‘ଟିମ ନବୀନ’ ତାଲିକା ପ୍ରସ୍ତୁତ କରିଛନ୍ତି ବୋଲି ଜଣାପଡ଼ିଛି I 

********************+

ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ…

//TATKAL EXCLUSIVE//

ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ କେଉଁମାନେ?

Leave A Reply

Your email address will not be published.