ସାଂସଦ ଅନୁଭବ କୋ ଗୁସ୍ସା କ୍ୟୁଁ?

0

କଟକ//TATKAL ODISHA//EXCLUSIVE//

କଥା କଥାରେ ଗର ଗର I ନାକ ଅଗରେ ରାଗ I କିଛି ରାଗ ବି ସୋସିଆଲ ମିଡିଆରେ ସେୟାର ହେଉଛି I

ହେଲେ ଏଇ ଗୁସ୍ସା କ୍ୟୁଁ? କିଏ ସେ?? 

  ଆପଣ ଶୁଣିଲେ ଆଦୌ ଆଶ୍ଚର୍ଯ୍ୟ ହେବେନାହିଁ I ଅତୀତରେ ଆପଣ ତାଙ୍କର ଏମିତି କେତେ ରାଗ ଦେଖିଛନ୍ତି I ସେଇ ମହାନୁଭବ ହେଉଛନ୍ତି କେନ୍ଦ୍ରାପଡ଼ାର ମାନ୍ୟବର  ସାଂସଦ ତଥା ଚର୍ଚ୍ଚିତ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି I ସେ ହସିଲେ ନିୟୁଜ, କାନ୍ଦିଲେ ନିୟୁଜ ଓ ରାଗିଲେ ନିୟୁଜ I ଏହା ପଛରେ ଥିବା କାରଣ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ I

ସେ ହସିଲେ ନିୟୁଜ, କାନ୍ଦିଲେ ନିୟୁଜ ଓ ରାଗିଲେ ନିୟୁଜ I ଏହା ପଛରେ ଥିବା କାରଣ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ“…

ତାଙ୍କର ରାଗ … “କହିଁ ପେ ନିଗାଏଁ, କହିଁପେ ନିଶାନା” ଭଳି...

ସେ ଜାଣି ସାରିଲେଣି ତାଙ୍କ ପାଦ ତଳୁ ମାଟି ଖସୁଛି ବୋଲି? ସେଇ ମାଟି ଧସିବା ଯୋଗୁଁ ତାଙ୍କ ଅଭିନେତା ଜୀବନ.. ରାଜନୈତିକ ଜୀବନ.. ଓ ଘରୋଇ ଜୀବନ…  ଛାରଖାର ହେବାକୁ ବସିଛି ବୋଲି ଆଶଙ୍କା କରିଛନ୍ତି ? ସେଥିପାଇଁ ସେ ହୁଏତ ପବିତ୍ର ସାବିତ୍ରୀ ବ୍ରତରେ ବି ଗୁସ୍ସା ହୋଇ କଣସବୁ କଥା ପୋଷ୍ଟ କରିଛନ୍ତି I ଆପଣ କାଳେ ଭାବୁଥିବେ, ଅନୁଭବଙ୍କୁ କୋର୍ଟର କାଠଗଡା଼କୁ ଟାଣିଥିବା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଉଦେଶ୍ୟରେ ସେ ଲେଖିଥବେ I ହେଲେ ସେ ତାହା ସ୍ପଷ୍ଟ କରି ନାହାନ୍ତି I ଇଙ୍ଗିତରେ ଅନେକ ଗୁଡିଏ ଗୁସ୍ସା କରି ପରୋକ୍ଷରେ ଗାଳି ଦେଇଛନ୍ତି I

ଆମର ଯାହା ଖବର ସାବିତ୍ରୀ ବ୍ରତରେ ଜଣେ ମହିଳାଙ୍କୁ କଟାକ୍ଷ କରିବା ଆଳରେ ସେ ନିଜର ଅସଲ ରାଗ କେଉଁଠି ଇଙ୍ଗିତ କରି ଦେଇଛନ୍ତି I ତାହା ହେଉଛି କେନ୍ଦ୍ରାପଡ଼ା ଆସନ ଟଳମଳ…. ଏବଂ ଶାସକ ଦଳରେ କଣଠେସା ପ୍ରସଙ୍ଗ??…. ଏହା ଏବେ ଚର୍ଚ୍ଚାର ପ୍ରମୁଖ ବିଷୟ…

ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଏବେବି କୋର୍ଟରେ ଡିଭୋର୍ସ କେସ ଚାଲିଛି… (ଫାଇଲ ଫଟୋ)

ତାହାଲେ ଆସନ୍ତୁ…ଅନୁଭବ ଫେସବୁକରେ କଣ “ଗୁସ୍ସା” କରି ପୋଷ୍ଟ କରିଛନ୍ତି ଦେଖିବା….

  • ଆମ ସନାତନ ଧର୍ମରେ ସଧବା ନାରୀ ର ପ୍ରତୀକ ହଉଛି ସିନ୍ଦୁର। ଏଇ ସିନ୍ଦୁର ଗୋଟେ ରଙ୍ଗ ନୁହେଁ କି କସ୍-ମେଟିକ୍ ନୁହେଁ। ଇଏ ହଉଛି ନାରୀର ଅଳଙ୍କାର। ସେଇଥିପାଇଁ ସିନ୍ଦୁରକୁ ଲଗା ଯାଏନି ପିନ୍ଧା ଯାଏ। ଖଣ୍ଡେ ପଥରରେ ଟୋପେ ସିନ୍ଦୁର ଲାଗିଲେ ସିଏ ଦେବୀ ଟିଏ ହେଇଯାଏ ଆଉ ନାରୀ ତ ରକ୍ତ ମାଂସ ଧାରୀ ମଣିଷ। ସେ ଟୋପେ ସିନ୍ଦୁର ପିନ୍ଧିଲେ ଦେବୀଠୁ ଆହୁରି ଉଚ୍ଚ ଆସନରେ ବସେ।”
  • ସିନ୍ଦୁର ହଉଛି ତା ପାଇଁ ଭଗବାନ। ସେଇଥିପାଇଁ ସିନ୍ଦୁର କିଣିଲା ବେଳେ ମୂଲ୍ ଚାଲ୍ କରା ଯାଏନି। ଯେମିତି କି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କିଣିଲା ବେଳେ ମୂଲ୍ ଚାଲ୍ କରା ଯାଏନି। ହେଲେ ଏଇ ସିନ୍ଦୁର ଆଜି କେତେ ଜଣ ନାରୀଙ୍କ ପାଇଁ ମୂଲ୍ୟ ହୀନ । ଆମେ ଶୁଣି ଥିଲୁ ସିନ୍ଦୂର ନୁହେଁ ଖେଳ ଘର ବୋଲି ହେଲେ ଏବେ ଦେଖିଲୁ ସିନ୍ଦୂର ତାଙ୍କ ପାଇଁ ପୁରା ଖେଳ ଘର।”
  • ଅନୁଭବ କହିଛନ୍ତି…କଥାରେ କହନ୍ତି ‘”ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ’। ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୁର ରେ ଛିନ୍ନ ମସ୍ତା। ହେଲେ ଆଜି ସାବିତ୍ରୀ ଓଷା ଦିନ ଦେଖେଇ ହବା ପାଇଁ ସିନ୍ଦୁର ପିନ୍ଧି ଏକ୍-ଦମ୍ ସତୀ ସାବିତ୍ରୀ ପତିବ୍ରତା। ଧନ୍ୟ କହିବ ଏ ନାରୀ ମାନଙ୍କୁ। ଓ ମ୍ୟାଡାମ୍ , ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ ତାହେଲେ ଥରେ ସାବିତ୍ରୀ ଓଷାର ବହି ଟା ପଢ଼ । ତାପରେ ସିନ୍ଦୁର ଆଉ ସ୍ୱାମୀ ର ମାନେ କଣ ବୁଝିବ।”
  • ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏ କଥା କହୁନି। କାହିଁକି ନା ଯେମିତି ଆଜିକାଲି ସୋସିଆଲ୍ ମେଡିଆ ରେ ଫେକ୍ ଆଇଡି ଆଉ ରିଅଲ୍ ଆଇଡି ଦୁଇ ପ୍ରକାର , ସେମିତି ଆଜିକାଲି ସମାଜରେ ଦୁଇ ପ୍ରକାର ସାବିତ୍ରୀ ବାହାରିଛନ୍ତି। ଗୋଟେ ରିଅଲ୍ ସାବିତ୍ରୀ ଆଉ ଗୋଟେ ଫେକ୍ ସାବିତ୍ରୀ। ରିଅଲ୍ ସାବିତ୍ରୀ ତ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ।”
  • ହେଲେ ଏଇ ଫେକ୍ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୁର ଲଗେଇ ଓ ଶୋଉତୁଣୀ। ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୁରରେ ଖାଲି ସମ୍ପର୍କ ଯୋଡି ହୁଏନି। ସମ୍ପର୍କ ଯୋଡି ହବା ପାଇଁ ଦୁଇଟା ହୃଦୟ ଦରକାର। ସିନ୍ଥିରେ ସିନ୍ଦୁର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ ଆଉ ସିନ୍ଦୁର କିମ୍ବା ସାବିତ୍ରୀ ଓଷାର ବଦ୍-ନାମ୍ କରନ୍ତୁ ନାହିଁ। ଦେହକୁ ନେବେନି। ”

Leave A Reply

Your email address will not be published.