ଆଉ ଦୁଇ ମନ୍ତ୍ରୀଙ୍କ ଗଡ଼ିବ ମୁଣ୍ଡ?
ଭୁବନେଶ୍ୱର//TATKAL ODISHA//
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଥମୁ ନ ଥିଲାବେଳେ ଆଉ ଦୁଇ ମନ୍ତ୍ରୀ ଇସ୍ତଫା ଦେବାର ସମ୍ଭାବନା ରହିଛି I
ସେଇ ମୁଣ୍ଡ ଗଡୁଥିବା ଦୁଇ ମନ୍ତ୍ରୀ କିଏ କିଏ?
ଯାହା ଶୁଣାଯାଉଛି ଜଣେ ଉପକୂଳ ଜିଲ୍ଲାର ମନ୍ତ୍ରୀ ଓ ଅନ୍ୟଜଣେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମନ୍ତ୍ରୀ I ନୂଆ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏମାନେ ଇସ୍ତଫା ଦେଇପାରନ୍ତି I
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ I ତେଣୁ 2024 ନିର୍ବାଚନକୁ ନଜର ଦେଇ ବହୁତ ଭାବିଚିନ୍ତି ‘ଟିମ ନବୀନ’ ତାଲିକା ପ୍ରସ୍ତୁତ କରିଛନ୍ତି I
- ଅଧିକାଂଶ ମନ୍ତ୍ରୀଙ୍କ ବିଭାଗ ବଦଳିବ I
ପୂର୍ବରୁ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ସହ ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇ ସାରିଛନ୍ତି I ଶ୍ରୀ ଆରୁଖ ସଂଗଠନ ଦାୟିତ୍ୱରେ ରହିବେ ବୋଲି କହୁଥିଲେ ହେଁ ତାଙ୍କୁ ପୁନଶ୍ଚ ଜଙ୍ଗଲ, ପରିବେଶ, ସଂସଦୀୟ ବ୍ୟାପାର ଓ ପଞ୍ଚାୟତିରାଜ ମନ୍ତ୍ରୀ ମିଳିବା ନେଇ ଚର୍ଚ୍ଚା ହେଉଛି I ଅନ୍ୟପକ୍ଷରେ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଅଭିଯୁକ୍ତ ସମୀର ଓ ଶ୍ରୀକାନ୍ତଙ୍କ ଭାବମୂର୍ତ୍ତି କ୍ଷୁର୍ଣ ଯୋଗୁଁ ଦଳରେ କାଣଠେସା ହେବା ନିଶ୍ଚିତ ବୋଲି ଭିତିରିଆ ସୂତ୍ରରୁ ଜଣାପଡ଼ିଛି I
ରାଜ୍ୟପାଳ ଛୁଟିରୁ ଫେରିଲେ ମନ୍ତ୍ରୀମାନେ ସଫଥ ନେବେ I ହେଲେ ତାରିଖ ଧାର୍ଯ୍ୟ ହୋଇ ନାହିଁ I