ମନ୍ତ୍ରୀମଣ୍ଡଳ ଶପଥୋତ୍ସବ, ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ?

0
  • ଫେରୁଛନ୍ତି ମହାମହିମ ରାଜ୍ୟପାଳ
  • ରାଜଭବନ ଚଳଚଞ୍ଚଳ

ଭୁବନେଶ୍ୱର//TATKAL ODISHA//

ପ୍ରତୀକ୍ଷାର ଅନ୍ତ ଘଟିଛି I ପ୍ରସ୍ତୁତି ଶେଷ ହୋଇଛି I ତାଲିକା ଚୂଡାନ୍ତ ହୋଇଛି I ତେଣୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଖୁବଶୀଘ୍ର ହେବ I ସମ୍ଭବତ ଗୁରୁବାର ବା ଶୁକ୍ରବାର ନୂଆ ମନ୍ତ୍ରୀମାନେ ଶପଥ ନେବେ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ମୋହର ଲଗାଇଛନ୍ତି I

ହେଲେ ସରକାରୀ ଭାବେ କିଛି କୁହାଯାଇନାହିଁ I

ଓଡ଼ିଶା ରାଜଭବନ

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସାପ୍ତାହ ଧରି ଛୁଟିରେ ଥିବା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ମେ 22ରେ ଭୁବନେଶ୍ୱର ଫେରିବାର ଥିଲା I ହେଲେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସେ ବୁଧବାର ସନ୍ଧ୍ୟା 7ରେ ରାଜଭବନ ଫେରୁଛନ୍ତି I ଫେରିବା ପରେ ସେ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ନୂଆ ମନ୍ତ୍ରୀଙ୍କୁ ଶପଥ ନେଇ ସ୍ଥିତି ପରଖିବେ I ତେବେ ମନ୍ତ୍ରୀମଣ୍ଡଳ ଶପଥ ଉତ୍ସବ ନେଇ ରାଜଭବନ ପକ୍ଷରୁ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ I ତେଣୁ 2024 ନିର୍ବାଚନକୁ ନଜର ଦେଇ ବହୁତ ଭାବିଚିନ୍ତି ‘ଟିମ ନବୀନ’ ତାଲିକା ପ୍ରସ୍ତୁତ କରିଛନ୍ତି I

  • ଅଧିକାଂଶ ମନ୍ତ୍ରୀଙ୍କ ବିଭାଗ ପଦଳିବ I
  • ନୂଆ ମନ୍ତ୍ରୀ ଭାବେ ତିନି ଜଣ ଶପଥ ନେବେ I
  • ଦ୍ଵିତୀୟରେ ବାଚସ୍ପତି ଭାବେ ପୁଣି ପ୍ରଦୀପ କୁମାର ଅମାତ ଫେରିବାର ସମ୍ଭାବନା ରହିଛି I
  • ବରିଷ୍ଠ ବିଧାୟକ ଦେବୀ ମିଶ୍ର, ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ପ୍ରଫୁଲ୍ଲ ସାମଲଙ୍କ ନାଁ ବି ଶୁଣାଯାଉଛି I

କେଉଁମାନେ ମନ୍ତ୍ରୀ ହେବେ?

କେଉଁମାନେ ମନ୍ତ୍ରୀ ହେବେ ତାକୁ ନେଇ ଉଠିଛି ପ୍ରଶ୍ନ I ଚର୍ଚ୍ଚାନୁସାରେ ଲତିକା ପ୍ରଧାନ ମନ୍ତ୍ରୀ ହେବାର ସମ୍ଭାବନା ରହିଛି I ଖୁବଶୀଘ୍ର ସମ୍ଭାବ୍ୟ ତାଲିକା ଆମେ ଦେଉଛୁ…

Leave A Reply

Your email address will not be published.