ନୀଳଗିରି ଉପଖଣ୍ଡସ୍ଥ ସନ୍ତରାଗଡ଼ିଆ ନୋଡାଲ ସ୍କୁଲରେ ‘ART OF GIVING’

0

ନୀଳଗିରି// TATKAL ODISHA//

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥ ସନ୍ତରାଗଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ କିଟ୍ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ପାଳିତ ହେଉଥିବା ଦଶମ ଆନ୍ତର୍ଜାତିକ “ଆର୍ଟ ଅଫ ଗିଭିଂ” ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି I

ଉକ୍ତ ଦିବସ ଉପଲକ୍ଷେ ସାନ୍ତରାଗଡିଆ ଇଲାକାରେ ଦଶ ଜଣ ବ୍ୟକ୍ତିଙ୍କୁ କିଛି ସାହାଯ୍ୟ ପ୍ରଦାନ କରାଯାଇଛି । ସେମାନେ ହେଉଛନ୍ତି ବୁଦ୍ଧି ରାମ ବାରିକ – କୋଳିଗଡି, ବାଇଧର ସାମଲ – କୋଳିଗଡି, ପ୍ରଶାନ୍ତ ରାଉତ – କୋଳିଗଡି , ରଥିଆ ମୁଦୁଲି – ଦଲଦଲି, ଦୟାନିଧି ମହାପାତ୍ର – ଦ୍ବାରିକା, ଦୀନବନ୍ଧୁ ପାତ୍ର – କାଇଁଶିପାଳ , ଶ୍ରୀମତୀ ପାତ୍ର – କାନପୁର , ତିଳୋତ୍ତମା ପରିଡ଼ା – ଶ୍ରିଦେଇପୂର୍ , ବୁଦ୍ଧି ମଣି ପ୍ରଧାନ – କାନପୁର , ସାବିତ୍ରୀ ଓଝା – କାନପୁର , ଚାନ୍ଦ ମଣି ବିନ୍ଧାଣି – କାନପୁର ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ପରିଚାଳନା ସମିତିର ସଭାପତି ଡକ୍ଟର ଅକ୍ଷୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି, ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ମୁଖ୍ୟ ବକ୍ତା,ସଙ୍ଗୀତ ନିର୍ଦ୍ଦେଶକ ଟୁନୁ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ।

ଏଥିରେ ଶିକ୍ଷକ ସଞ୍ଜୟ କୁମାର ବାରିକ, କୃଷ୍ଣ ଚନ୍ଦ୍ର ମହାପାତ୍ର , ଶିକ୍ଷୟିତ୍ରୀ ନମିତା ମିଶ୍ର , କର୍ମଚାରୀ ମିହିର ମହାରଣା , ଭାଗବତ ବେହେରା, କଟି ସେଠୀ ଏବଂ ପରିଚାଳନା ସମିତିର ସଭ୍ୟ ରମାକାନ୍ତ ସ , କୈଳାଶ ରାଉତ୍ , ଚୈତନ୍ୟ ସିଂ, ସଭ୍ୟା ଶ୍ରୀମତୀ ଅନୂଜା ପରିଡ଼ା , ଉର୍ମିଳା ନାୟକ, ରିତା ରାଣୀ ଜେନା, କବିତା ପରିଡ଼ା, ସେବୟନ୍ତି ଖିଲାର , କାଦମ୍ବିନୀ ବାନା ଇତ୍ୟାଦି ଉପସ୍ଥିତ ଥିଲେ । ଶେଷରେ ସମାଜ ସେବୀ ମୁକ୍ତି କାନ୍ତ ବାରିକ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.