ନବୀନଙ୍କୁ ଭେଟିଲେ ନୀତିଶ : ଆଲୋଚନାର ବିଷୟ କ’ଣ ଥିଲା ?
- ବିହାର ଭବନ ପାଇଁ ପୁରୀରେ ଜମି ଦେବେ କହିଲେ ମୁଖ୍ୟମନ୍ତ୍ରୀ
- ଭୁବନେଶ୍ୱର//TATKAL ODISHA//
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗବାର ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ହେଲେ କାହିଁକି ? ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ କଣ ଥିଲା? ସମ୍ମୁଖରେ ବିଭିନ୍ନ ସରକାରୀ କାର୍ଯ୍ୟ କଥା କୁହାଯାଉଥିଲେ ହେଁ ବାସ୍ତବରେ 2024 ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧୀ ମେଣ୍ଟ କଥା ଆଲୋଚନା ହୋଇଥିବା ଚର୍ଚ୍ଚା ଜୋର ଧରିଛି I
ତେବେ ନବୀନ କିମ୍ବା ନୀତିଶ ତାହା ସ୍ପଷ୍ଟ କରି ନାହାନ୍ତି I
ଯେବେ ହେବ ଆପଣ ଜାଣିବେନି :ନୀତିଶ କୁମାରମେଣ୍ଟ ଉପରେ କିଛି ଆଲୋଚନା ହୋଇନି:ନବୀନ
ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ । ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ।