ପତ୍ନୀ ସରସ୍ବତୀ ଦେବୀଙ୍କ ସ୍ମୃତି ଆଲେଖ୍ୟ : ‘ସାରଦା ଓ ନିଃଶବ୍ଦ କବିତା’
//TATKAL ODISHA//
- ++++++++++
- ସରସ୍ବତୀ ଦେବୀ
- ++++++++++
ସାରଦା ଆଜକୁ ସାତବର୍ଷ ହେବ ପୃଥିବୀରୁ ବିଦାୟ ନେଇ ଅନ୍ୟ ଏକ ଅପହଞ୍ଚ ଇଲାକାର ଅଧୀଶ୍ଵର ହୋଇସାରିଛନ୍ତି । ସେ ଚାଲିଯିବା ପରେ ତାହା ପରିବାର ପାଇଁ ଓ ଖାସ କରି ମୋ ପାଇଁ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି I
– ଆବିର୍ଭାବ: 01,02,1962
– ତିରୋଧାନ :17,04,2016
ଖୁବ୍ ସୁନ୍ଦର ମଣିଷ। ତାଙ୍କ ଭାବନାରେ ବା ତାଙ୍କ ମିଶିବାରେ କୌଣସି ମତଭେଦ ନଥିଲା। ଆବାଳ ବୃଦ୍ଧବନିତା ସମସ୍ତଙ୍କୁ ଭଲ ପାଉଥିଲେ। ଆପତତଃ ଗୋଟେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ସୃଜନୀ ରେ ଗପ ହେଉ କି ଉପନ୍ୟାସ ର ପ୍ଲଟ ଭିନ୍ନ ଧାରଣର ଓ ଭିନ୍ନ ସ୍ଵାଦର ଥିଲା। ସେଥିପାଇଁ ତାଙ୍କର ବନ୍ଧୁ ସୂର୍ଯ୍ୟ ମିଶ୍ର ଲେଖିଲେ, “
ସାରଦା ବହିଲେ ନଇ
ଯାହା ଲେଖିଲେ ବହି,
ଯାହା ଗାଇଲେ ଶାସ୍ତ୍ରୀୟ,
ସେ ଆଜନ୍ମ ସରସ୍ଵତୀଙ୍କ ପ୍ରିୟ “।
ଏଭଳି ଲେଖକ କର୍କଟ ରୋଗରେ ଆକ୍ରାନ୍ତ ହୋଇ 2016।ଏପ୍ରିଲ 17ରେ ସେ ଆରପାରିକୁ ଚାଲିଗଲେ। ସେଥିପାଇଁ ତାଙ୍କ ସୃଜନଶୀଳତାର ପରିସମାପ୍ତି ଘଟିଲା।
ମୋତେ ତାଙ୍କର ଅନୁପସ୍ଥିତିରେ ବହୁତ କଷ୍ଟ ଲଗିଲେ ବି ମୁଁ ଚେଷ୍ଟା କଲି, ତାଙ୍କର ଛାଡି ଯାଇଥିବା କୃତିକୁ ଉଜ୍ଜିବିତ କରି ରଖିବାପାଇଁ। ଅଦ୍ୟାବଧି ଜାରି ରହିଛି। ଏବେବି ମୋତେ ବିଶ୍ଵାସ ହେଉ ନାହିଁ, ଯଦିଓ ସାତବର୍ଷ ହେଇଗଲାଣି। ଯେତେବଡ଼ ବିପଦ ଆସିଲେ ମଧ୍ୟ ସେ କେବେବି ବ୍ୟସ୍ତ ବା ବିବ୍ରତ ହେବା ମୁଁ ଦେଖିନାହିଁ। ଏମିତିକି ଯିଏ ବିପଦ ଅବସ୍ଥାରେ ଥାଇ ତାଙ୍କ ପାଖକୁ ଆସୁଥିଲେ ସେ ତତ୍କାଳ ସମାଧାନର ରାସ୍ତା ବତାଇ ଦେଉଥିଲେ। ସେଥିପାଇଁ ରାଜଭବନରେ ପ୍ରାକ୍ତନ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ କାମ କରୁଥିବା ସମୟରେ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ ସାରଦାଙ୍କ CCRରେ ଲେଖିଥିଲେ “ସାରଦା ହେଉଛି “Instant solution” I ତାଙ୍କର ସହକର୍ମୀ ଓ ସହପାଠୀ ସମସ୍ତେ କୁହନ୍ତି ତା’ଭଳି ବିଚକ୍ଷଣ ବୁଦ୍ଧି ଓ ନିର୍ମଳ ଆତ୍ମା ମିଳିବା କଷ୍ଟକର ।
ଏବେବି ମୁଁ ତାଙ୍କର ସାହିତ୍ୟିକ ବନ୍ଧୁ ମାନଙ୍କ ପାଖକୁ ଗଲେ ସେମାନେ କୁହନ୍ତି ତା ଭଳି ବୁଦ୍ଧି, ତାର ସୃଜନଶୀଳତା ଆଉ ଦେଖିବାକୁ ମିଳିବ ନାହିଁ। ଅନେକ ଗୁଡିଏ ଗପ, ଉପନ୍ୟାସ, କବିତା ଓ ଅନୁବାଦ ଗଳ୍ପ ଲେଖି ପାଠକୀୟ ଆଦୃତି ପାଇ ସାରିଛନ୍ତି। ଆହୁରି ଉପରକୁ ହାତ, ଗଳ୍ପ ସଙ୍କଳନ ପାଇଁ-ଶିବରାମ ପାତ୍ର ସମ୍ମାନ ,ରାତ୍ରିର ଅଜବ ଦୃଶ୍ୟ ପାଇଁ-ଟାଇପ ପାସ ବୁକର ସମ୍ମାନ, ଅପହଞ୍ଚ ଇଲାକାର ଅଧୀଶ୍ଵର ପାଇଁ-ଭ୍ରାତୃ ସ୍ମୃତି ସମ୍ମାନ, କାଦମ୍ବିନୀ ସମ୍ମାନ, ନୀଳ କଇଁ ସମ୍ମାନ, ପ୍ରବନ୍ଧ-ଫମ୍ପା ମାଠିଆ ପାଇଁ ଗୋକର୍ଣ୍ଣିକା ସମ୍ମାନ, ଚଲାପଥ ସମ୍ମାନ 2012-13 ପାଇଁ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନ, ଚଲାପଥ ସମ୍ମାନ। ଏମିତି ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ। ସେ ଯଦି ଆଉ କିଛି ବର୍ଷ ବଞ୍ଚି ଥିଲେ, ଆଉ ଅଧିକ କିଛି ସୃଷ୍ଟି କରିପାରିଥାନ୍ତେ। ଏହା ସାହିତ୍ୟ ଜଗତପାଇଁ ଏକ ଅପୂରଣୀୟ କ୍ଷତି। ସେଥିପାଇଁ ସେ ଚାଲି ଯିବାପରେ ସମ୍ବାଦ-କଥାର ସମ୍ପାଦକ ଗୌର ହରି ଦାସ ଏକ ଆଲେଖ୍ୟ ସମ୍ବାଦରେ ଲେଖିଥିଲେ “କ୍ରୁଶବିଦ୍ଧ ରାଜହଂସ ଓ ଇର୍ଷୁକ ଇଶ୍ୱର “।
ସମସ୍ତେ ଦେଖି କହିଲେ ସାରଦା ଭାଇ ଆଜି କବିତା ପଢିବେ। ତାପରେ ସେ ସଭା ମଞ୍ଚକୁ ଯାଇ ପୋଡିଅମକୁ ଜାବୁଡି ଧରି କହିଲେ, ଏବେ ଶୁଣ, ମୋର କବିତାର ଶୀର୍ଷକ” ନିଃଶବ୍ଦ କବିତା “। ସାରଦା ପାଟି ପାକୁ ପାକୁ କରି ହାତ ହଲେଇ, ମଝିରେ ମଝିରେ ମୁଣ୍ଡ ଟୁଙ୍ଗାରି ନିଃଶବ୍ଦ କରି କବିତା ପଢିଲେ।ତାଙ୍କର ଅଭିନବ ଢଙ୍ଗର କବିତା ପଢ଼ା ଦେଖି ଉପସ୍ଥିତ ସମସ୍ତ ଲେଖକ ବନ୍ଧୁ ମାନେ ହୋ ହୋ ହୋଇ ହସିଲେ।
ଥରେ ସାରଦା ମୋତେ ବୁକ ଫେୟାର ନେଇକି ଯାଇଥିଲେ। ସେଠାରେ କବିତା ପାଠର ଆୟୋଜନ କରାଯାଇଥିଲା। ତାଙ୍କୁ ସମସ୍ତେ ଦେଖି କହିଲେ ସାରଦା ଭାଇ ଆଜି କବିତା ପଢିବେ। ସେ କହିଲେ ମୁଁ କିଛି କବିତା ଲେଖିକି ଆଣିନାହିଁ। ସମସ୍ତେ ବାଧ୍ୟ କଲେ ।ତାପରେ ସେ ସଭା ମଞ୍ଚକୁ ଯାଇ ପୋଡିଅମକୁ ଜାବୁଡି ଧରି କହିଲେ, ଏବେ ଶୁଣ, ମୋର କବିତାର ଶୀର୍ଷକ” ନିଃଶବ୍ଦ କବିତା “।ସମସ୍ତେ କରତାଳି ଦେଇ ଉତ୍ସାହିତ କଲେ। ସାରଦା ପାଟି ପାକୁ ପାକୁ କରି ହାତ ହଲେଇ, ମଝିରେ ମଝିରେ ମୁଣ୍ଡ ଟୁଙ୍ଗାରି ନିଃଶବ୍ଦ କରି କବିତା ପଢିଲେ।ତାଙ୍କର ଅଭିନବ ଢଙ୍ଗର କବିତା ପଢ଼ା ଦେଖି ଉପସ୍ଥିତ ସମସ୍ତ ଲେଖକ ବନ୍ଧୁ ମାନେ ହୋ ହୋ ହୋଇ ହସିଲେ। ଏଭଳି ଭାବରେ କଥା ନକହି ମଧ୍ଯ ଲୋକମାନଙ୍କୁ ହସାଇବାର କଳାଟି ତାଙ୍କ ପାଖରେ ଥିଲା।
ରବିବାର ହେଲେ ଭୁବନେଶ୍ବର ପୁରୁଣା ବସଷ୍ଟାଣ୍ଡରେ ଚା, ପାନ ସାଙ୍ଗକୁ ଯାବତୀୟ ଗୁଲି ଖଟି ଗପ କରନ୍ତି। ସେଇଟା ତାଙ୍କର ସ୍ଵତନ୍ତ୍ର ପରିଚୟ। ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ସେଇ ଆସରରେ ମଜ୍ଜି ଯାଆନ୍ତି। ଯେତେ ଦୁଷ୍ଟ ପିଲା ହେଇଥିଲେ ମଧ୍ୟ ତାଙ୍କ ଜାଦୁଗରୀ ରେ ବସ କରି ଦିଅନ୍ତି।
- ତାଙ୍କର ସହକର୍ମୀ ମାନେ ଏବେବି ସାରଦାଙ୍କ କଥା କୁହନ୍ତି, ସାରଦା ବାବୁ ଆମପାଇଁ ଅଭୁଲା ସ୍ମୃତି।
ସେ ରେଭେନ୍ସା ରେ ପଢିବା ସମୟରେ ମଧ୍ଯ ଖୁବ ଖଟି କରୁଥିଲେ। ମନୋରଞ୍ଜନ ପାଣିଗ୍ରାହୀ, ସୁଶାନ୍ତ ଦାସ, ଶୈଳେନ୍ଦ୍ର ଦ୍ଵିବେଦୀ ,ଶ୍ରୀମାନ୍ ସାମଲ ,ରଞ୍ଜୀତ ଦ୍ଵିବେଦୀ, ଧୀର ପଣ୍ଡା, ଚିରଞ୍ଜୀବ ବିଶ୍ୱାଳ ଏବଂ ଅନ୍ୟ ସାଙ୍ଗମାନେ ମିଶି ଖୁବ ମସ୍ତି କରୁଥିଲେ। ଥରେ ସୁଶାନ୍ତ ଭାଇ ଓ ଧୀର ଭାଇ ମିଶି ଆଲୋଚନା କରି ରାତି ପାହିଗଲା।ଗଲା, ବିଷୟ ବସ୍ତୁ ହେଲେ “ପୃଥିବୀ ରେ ଚିରନ୍ତନ ସତ୍ୟ କଣ “।ପ୍ରକୃତ ବନ୍ଧୁ କାହାକୁ କୁହଯାଏ, ତାଙ୍କର ସାଙ୍ଗ ମାନେ ପ୍ରତିପାଦିତ କରିଥିଲେ। ସେ ଥିବାବେଳେ ଯେମିତି ସମ୍ପର୍କ ତିଆରି କରି ଥିଲେ ତାଙ୍କର ଅବର୍ତ୍ତମାନରେ ମଧ୍ଯ ପରିବାର ସଦସ୍ୟ ଭଳି ପ୍ରତ୍ୟେକ ମୁହୂର୍ତ୍ତରେ ସେମାନେ ସାହାର୍ଯ୍ୟ ସହଯୋଗ କରିଛନ୍ତି। ମଧୁ ଭାଇ, ଅଭୟ ଭାଇ ,ବଟୁ ,ତାଙ୍କର ସମସ୍ତ ସାଙ୍ଗ ତାଙ୍କୁ ଯେତିକି ଭଲ ପାଉଥିଲେ, ଠିକ୍ ସେମିତି ଭଲ ପାଇବା ମୋ ପ୍ରତି ରହିଛି ଆଶା କରୁଛି ସେମିତି ରହିବ। ସଂସ୍କୃତରେ ଯେଉଁ ଶ୍ଲୋକ ମୁଁ ପଢିଥିଲି-
ଉତ୍ସବେ ବ୍ୟସନେ ଚୈବ,
ଦୁର୍ଭି କ୍ଷେ ରାଷ୍ଟ୍ର ବିପ୍ଳବେ ,
ରାଜଦ୍ଵାରେ ଶ୍ମସାନେଚ
ଯାଃ ତିଷ୍ଠନ୍ତି ଶଃ ବାନ୍ଧଵଃ
- ଠିକ ସେହିପରି ତାଙ୍କ ଅନ୍ୟତମ ଚେଲା ହେଉଛନ୍ତି ଯୁବ ସାମ୍ବାଦିକ, ପ୍ରାମାଣିକ ଚଳଚିତ୍ର ନିର୍ମାତା ତଥା ଆଦିବାସୀ ଗବେଷକ ଜିତେନ୍ଦ୍ର ପଟ୍ଟନାୟକ I ତାଙ୍କୁ ସାରଦା କେତେବେଳେ ଓ କେଉଁ ସମୟରେ ଡାକୁଥିଲେ ତାର କିଛି ଠିକ ଠିକଣା ନ ଥିଲା I ଏମିତିକି ଶିତ ଦିନ ରାତି ସାଢ଼େ 11ରେ ଡ଼ାକିଥିବା ମୁଁ ଜାଣିଛି I ସବୁବେଳେ ତାଗିଦ ଭାଉଜକୁ କିଛି କହିବୁ ନାହିଁ I ଯଦି ଚେଲା ଏହାର ଉଲ୍ଲଘଂନ କରୁଥିଲେ ଦଣ୍ଡ ସ୍ୱରୂପ ସାଙ୍ଗ ସାଙ୍ଗେ ସଂସ୍କୃତରେ ଆଗ ଗାଳି କରୁଥିଲେ I କିଛି ସମୟ ପରେ ପୁଣି ଗେଲ୍ହା ଭାଇ କହି .. ଆରେ.. ଆରେ.. ବୋଲି ଡାକୁଥିଲେ I ଏହି ନାଟକ ମୁଁ ପ୍ରାୟ ଅଧିକାଂଶ ଦିନ ଦେଖୁଥିଲି I ମୋର ମନେ ଅଛି ସାରଦାଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ଉପସ୍ଥିତିରେ ମାଡାମ ରାଜେନ୍ଦ୍ରନଙ୍କ ବିରଳ ସାକ୍ଷାତକାର କରିଥିଲେ ମୋର ଦିଅର ସ୍ୱରୂପ ଜିତୁ I ତାହା ‘ସମୟ’ରେ ପୁରାପୃଷ୍ଠା ପ୍ରକାଶ ପାଇଥିଲା I
ଏତେସବୁ ଗୁଣ ର ଅଧିକାରୀ କୁ ଇଶ୍ୱର ସହିନପାରି ତାଙ୍କ ପାଖକୁ ନେଇଗଲେ। KIMS ଡାକ୍ତର ଖାନାରେ ଥିବା ସମୟରେ ସେ କଥା କହି ପାରୁନଥିଲେ। ସେଠାରେ ସେ ନିଜ ସହିତ ନିଜର ସାକ୍ଷାତକାର କରି ଥିଲେ। ଏଥିରୁ ଜଣାଯାଏ ଯେ କେତେ ସୁକ୍ଷ୍ମ ବୁଦ୍ଧି। ଏମିତି ଚିନ୍ତା ଧାରା କାହାର ହେବ?
ଆଶ୍ଚର୍ଯ୍ୟ ଲାଗେ। ସେଇ ଗୋଟଏ ସାକ୍ଷାତକାର ର ଏକପ୍ରଶ୍ନ ଏମିତି ଥିଲା- ଓଡ଼ିଆ ସାହିତ୍ୟରେ ଢେର ଦିନ ହେବ କିଛି ହଟଚମଟ ନାହିଁ, ଏହାର କାରଣ କଣ?ଉତ୍ତର ରେ ଲେଖିଥିଲେ ହଟଚମଟ ନାହିଁତ ନାହିଁ। କାରଣ ଖୋଜିବା କାହିଁକି,ସମୟ ନଷ୍ଟ ହେବ।
ଶେଷରେ ଏତିକି କହିବି ତୁମର ଅମର ଆତ୍ମାର ସଦଗତି ହେଉ।
- ସରସ୍ବତୀ ଦେବୀ, ସମ୍ପର୍କ : 977705455