ଗାଁ ଲୋକଙ୍କୁ ଉତ୍ତମ ଚକିତ୍ସା ସୁବିଧା
//TATKAL ODISHA//
- କଟକ, ନିଶ୍ଚିନ୍ତକୋଇଲି
ଗ୍ରାମାଞ୍ଚଳର ଲୋକଙ୍କୁ ଉତ୍ତମ ଚକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ବ୍ରଜଗୋରି ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି I
କଟକ ଜିଲ୍ଲା ନିଛିନ୍ତକୋଇଲି ଖଣ୍ଡାସାହି ହରପ୍ରିୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରେ ଆୟୋଜିତ ଏହି ନିଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିରରେ କିମ୍ସ ର ମେଡ଼ିସିନ, ଶିଶୁ ରୋଗ, ଦନ୍ତ ରୋଗ, ଚକ୍ଷୁ ରୋଗ, ମଧୁମେୟ, ସ୍ନାୟୁ, କର୍ଣ୍ଣ ନାସା ଗଳା, ସ୍ତ୍ରୀ ଓ ପ୍ରସୁତି, ଚର୍ମ, ଅର୍ଥଓ, ହୃଦ ରୋଗ ଆଦି 11ରୁ ଉର୍ଦ୍ଧ ବିଭାଗରେ 31 ଜଣ ବରିଷ୍ଠ ବିଶେଷାଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ସେବା କରାଇଥିଲା I
ଏହା ସହ ମାଗଣା ରକ୍ତ ପରୀକ୍ଷା ଏସିଜି କରାଯାଇ ମାଗଣା ଔଷଧ ବଣ୍ଟନ କରାଯଇଛି. ଦୁଇ ହଜାର ରୁ ଉର୍ଦ୍ଧ ରୋଗୀଙ୍କୁ ଚିକିତ୍ସା କରାଯାଇଛି. ଅର୍ଥ ଅଭାବ ସାଙ୍ଗକୁ ସଚେତନତା ନଥିବା କାରଣରୁ ଗାଁ ଲୋକେ ସେମାନଙ୍କ ରୋଗ ପରୀକ୍ଷା କରି ପାରିନଥାନ୍ତି. ସେଥିପାଇଁ ମାନବ ସେବା ମାଧବ ସେବା ବ୍ରତରେ ବ୍ରଜଗୌରୀ ଟ୍ରଷ୍ଟ ଗାଁ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ଏଭଳି ସେବା ଶିବିର ଆୟୋଜନ କରାଯାଇଛି I
ଟ୍ରଷ୍ଟର ଅଧକ୍ଷ ଡକ୍ଟର ଦେବ ମହାନ୍ତି କହିଛନ୍ତି,ଘର ପାଖରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ମାନଙ୍କୁ ପାଇ ଏବଂ ସୁବିଧାରେ ରୋଗୀମାନେ ଚିକିତ୍ସିତ ହୋଇଥିବାରୁ ସ୍ଥାନୀୟ ବ୍ରଜ ଗୌରୀ ଟ୍ରଷ୍ଟ ର ଚେୟାରମେନ ଡଃ ଦେବ ମହାନ୍ତି ଙ୍କ ଏହି ପ୍ରୟାସ କୁ ସାଧୁବାଦ ଜଣାଇଛନ୍ତି ଆସିଥିବା ରୋଗୀ ଓ ଅଂଚଳବାସୀ।