ଚର୍ଚ୍ଚା : ୟୁଟୁବରେ ‘ଓଡ଼ିଶା ଜୋଇଁ’
- ***************************************
- ଚର୍ଚ୍ଚାରେ ସର୍ବଦା 5T ସଚିବ I ମୁଖ୍ୟମନ୍ତ୍ରୀଙ୍କ ପାଖରେ ସେ ସର୍ବଦା ଛାଇ ହୋଇ ରହୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିବା ସହ ସୋସିଆଲ ମିଡିଆରେ ତାଙ୍କୁ ନେଇ ଭାରି ତର୍ଜମା I ହେଲେ ସେ ନିରବ, କେବେ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି I ଏଭଳି ସ୍ଥିତିରେ ତାଙ୍କ ପତି-ପତ୍ନୀ ଯୁଗଳବନ୍ଦୀଙ୍କ ଫଟୋ ସଂଯୋଜିତ କରି ୟୁଟୁବରେ ଗ୍ରାଫିକ୍ସ ସହ ଏକ ଗୀତ “ଓଡ଼ିଶା ଜୋଇଁ ‘ ପୋଷ୍ଟ ହୋଇଛି I
କିଏ କରିଛି? କାହାଦ୍ୱାରା ହୋଇଛି? କଣ ପାଇଁ ହୋଇଛି? ତାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି I ମୁଣ୍ଡଉପରେ ନିର୍ବାଚନ ଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ….
- ++++++++++++++++++++++++++++++
- କଟକ, ଭୁବନେଶ୍ୱର//TATKAL ODISHA//
ୟୁଟ୍ୟୁବରେ ରିଲିଜ ହୋଇଥିବା ‘ପାଣ୍ଡିଆନ ଆମ ଓଡ଼ିଶା ଜୋଇଁ’ ଗୀତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ଗୀତରେ କୁହାଯାଇଛି- ‘5T ସଚିବ ସମସ୍ତେ କୁହନ୍ତି…ଓଡ଼ିଶାକୁ ଭାରି ଭଲ ସେ ପାଆନ୍ତି… ପଞ୍ଜାବ କ୍ୟାଡ଼ର IAS ଅଫିସର, ଓଡ଼ିଶା ମାଟିର କର୍ମବୀର, କିଛି ଲୋକ ଜାଣନ୍ତି, କିଛି ଲୋକ ଜାଣନ୍ତିନାହିଁ, ପାଣ୍ଡିଆନ ଆମ ଓଡ଼ିଶା ଜୋଇଁ’…
କଟକରେ ରେକଡିଙ୍ଗ ହୋଇଥିବା ଏହି ଗୀତକୁ ବିଭୁତି ସ୍ୱାଇଁ ଲେଖି ରିଲିଜ କରିଥିବାବେଳେ ସ୍ୱର ଦେଇଛନ୍ତି କଣ୍ଠଶିଳ୍ପୀ ବିଶ୍ୱଜିତ ଆଚାର୍ଯ୍ୟ।
ତେବେ ୟୁଟ୍ୟୁବରେ ଏହି ଗୀତଟି ପ୍ରଥମେ ଦର୍ଶକ-ଶ୍ରୋତାଙ୍କ ଦ୍ୱାରା ବିଶେଷ ଆଦୃତ ହୋଇପାରିନ ଥିଲା ।ଏବେ ଧରି ଧରି ଆସୁଛି…
ଆଗକୁ ନିର୍ବାଚନ ଆସୁଥିବାବେଳେ, ରାଜ୍ୟର କୌଣସି ପ୍ରଭାବଶାଳୀ ବାବୁଙ୍କ ଉପରେ ଗୀତ ତିଆରି ହେବା ଏକ ନୂଆ ଧାରା ସୃଷ୍ଟି କରିଥିବା କୁହାଯାଉଛି…
- ଦେଖନ୍ତୁ ସେଇ ଗୀତକୁ….