ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା : ରବୀନ୍ଦ୍ର ଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ
- ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ଚାରି ଜିଲ୍ଲା ଯଥା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି ।
- ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଗଜପତି ଓ ରାୟଗଡ଼ା ଦାୟିତ୍ବ ।
- ଭୁବନେଶ୍ୱର//TATKAL ODISHA//
ନିର୍ବାଚନ 2024 ପୂର୍ବରୁ ବିଜେଡି ତାର ରଣନୀତିକୁ ଆହୁରି ଶାଣିତ କରିଛି I ଦଳର ଆଭ୍ୟନ୍ତରୀଣ ସ୍ଥିତିକୁ ମଜଭୁତ କରିବା ଉଦେଶ୍ୟରେ ତୃଣମୂଳ ସଂଗଠନକୁ ସଜାଡ଼ି ଦେବାକୁ ଚେଷ୍ଟା କରିଛି I ସେଇକ୍ରମରେ 30 ଜିଲ୍ଲାର ନୂଆ ପର୍ଯ୍ୟବେକ୍ଷକଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି I
- ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ନିଯୁକ୍ତି ଦିଆଯାଇଛି I
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I
ଦେଖନ୍ତୁ ତାଲିକା…