ମହାଗିରି ପାହାଡ଼ର ‘ଅଶୋକ ଝର’, ଓଃ କି ସୁନ୍ଦର!

0
  • ଆସନ୍ତୁ ବୁଲିଯିବା

*ଯାଜପୁର ରୋଡ //TATKAL ODISHA //

ଦୂରରୁ ପ୍ରାଚୀର ଭଳି ଲମ୍ବି ଯାଇଛି ନିଳ ପାହାଡ଼..ଚତୁଃର୍ଦିଗରେ ବ୍ୟାପ୍ତ ହୋଇଛି ଆକାଶକୁ ଛୁଇଁଥିବା ଶାଳ, ପିଆଶାଳ ଭଳି ବିରାଟ ବୃକ୍ଷରାଜି, କେତେ ରକମର ଜଙ୍ଗଲୀ ଗୁଳ୍ମରେ ଆଚ୍ଛାଦିତ ହୋଇଛି ଏଇ କ୍ଷେତ୍ର  I ଆଉ ସେଇ ଶାନ୍ତ, ସ୍ନିଗ୍ଧ ଓ  ମନଲୋଭା ପାହାଡ଼ ଚୂଡ଼ାରୁ ଅହର୍ନିସୀ ଝରି ଚାଲିଛି -‘ଅଶୋକ ଝର’..

ଓଃ କି ସୁନ୍ଦର ! କି ମନୋରମ !!

କେମିତି ଯିବେ? : 1. ଭୁବନେଶ୍ୱରରୁ ପାଣିକୋଇଲି ଦେଇ ପ୍ରଥମେ ଯାଜପୁର ପହଞ୍ଚିବେ, ସେଠାରୁ ଦକ୍ଷିଣ ଦିଗକୁ ସୁକିନ୍ଦା ଛକ ଅତିକ୍ରମ କରି ପ୍ରାୟ 8କିମି ଡାହାଣକୁ ମହାଗିରି ପାହାଡ଼କୁ ଲମ୍ବି ଯାଇଥିବା ରାସ୍ତାରେ ଯିବେ..
2. ଚଣ୍ଡିଖୋଲ ଛକରୁ ସିଧାସଳଖ ସୁକିନ୍ଦାରେ ପହଞ୍ଚି ଦକ୍ଷିଣ ଦିଗକୁ ଯାଇ ମହାଗିରି ପାହାଡ଼ ପାଦ ଦେଶରେ ଥିବା ଅଶୋକ ଝର ଦେଖି ପାରିବେ..
  • କେଉଁଠି ରହିବେ?:
  • ଯାଜପୁର ରୋଡ କିମ୍ବା ଚଣ୍ଡିଖୋଲରେ ଥିବା ହୋଟେଲରେ ରହିପାରବେ

ମହାଗିରି ପାହାଡର ଅଶୋକ ଝର ଆଜିର ନୁହେଁ, ଏହା ପଛରେ ରହିଛି ରାମାୟଣ ଯୁଗ ସହ ସଂଯୁକ୍ତ ଏକ ବିରାଟ ଐତିହ୍ୟ ସମ୍ପନ୍ନ ଇତିହାସ I କେତେ କିମ୍ବଦନ୍ତୀ ଓ କେତେ ଲୋକକଥା ସହ  ବି ଏହା  ଉତପ୍ରୋତଃ ଭାବେ ଜଡ଼ିତ I

ଆପଣ ଅଶୋକ ଝର ମନୋରମ ଦୃଶ୍ୟ ଦେଖିବା ସହ ପାହାଡ଼ ଚୁଡ଼ାକୁ ଯାଇ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ I ପୀଠ ମହାଦେବଙ୍କ ଠାରେ ପୂଜାର୍ଚନା କରିପାରିବେ I ବଣଭୋଜି କରିବାର ବି ବ୍ୟବସ୍ଥା ରହିଛି I

ବିଶିଷ୍ଟ ଶ୍ରମିକ ନେତା ତଥା ସାହିତ୍ୟିକ ମାୟାଧର ନାୟକ TATKAL ODISHAକୁ କହିଛନ୍ତି ଯେ,ଅଶୋକ ଝର ଭଳି  ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିହାତି ଜରୁରୀ I ଏହି ପୀଠରୁ  ତଳନଗଡ଼ାକୁ ସଂଯୋଗ କରୁଥିବା  ରାସ୍ତା ନିର୍ମାଣ ପାଇଁ ଡ଼ିଏମ ପାଣ୍ଟି ପାଣ୍ଠିରୁ 9.65 କୋଟି ଟଙ୍କା ବ୍ୟୟ କରାଯାଇଛି । ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା  ଲାଗି ପ୍ରାୟ 9 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି I ହେଲେ ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଜରୁରୀ I ଏଥି ସହ ଏକ ପୋଲିସ  ଫାଣ୍ଡି ବି ପ୍ରତିଷ୍ଠା କରାଯାଉ I ତାହା ହେଲେ ପର୍ଯ୍ୟଟକ ସଂଖ୍ୟା ଆହୁରି ବଢ଼ିଯିବ I “

ତାହେଲେ ଅସନ୍ତୁ ଅଶୋକ ଝାରକୁ ପରିବାର ସହ ବୁଜିଯିବା…

Leave A Reply

Your email address will not be published.