ସୌମ୍ୟଙ୍କ ନୀରବତା ଭଙ୍ଗ : ଚେଙ୍ଗି ଦେଲେ କି ?

0
  • ଭୁବନେଶ୍ୱର,//TATKAL ODISHA//
  • ରିପୋର୍ଟ : ମାନସ ରଞ୍ଜନ ପାତ୍ର


ବେଶ୍ କେଇ ଦିନ ନିରବତା ପରେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଲିସ୍ ଡିଜିଙ୍କୁ କଟାକ୍ଷ କରିିବା ସହ ନବ ଦାସ ହତ୍ୟା ଘଟଣାରେ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ନିଜେ ପିଏସ୍‌ଓ ରଖିବାକୁ ଡରୁଥିବା କଥା କହିଛନ୍ତି । ଫଳରେ ପ୍ରତି ଗଣମାଧ୍ୟମରେ ଏହା ଅନ୍ୟ ଏକ ପ୍ରମୁଖ ଖବର ହୋଇଛି ।

 – ତେବେ ସୌମ୍ୟବାବୁ ଅଜାଣତରେ କହିଲେ ନା’ ଜାଣିଶୁଣି ‘ଚେଙ୍ଗି’ ଦେଲେ?

 ତିନୋଟି ମଞ୍ଜି କଥା ସୌମ୍ୟ କହିଛନ୍ତି । ତାହା ହେଉଛି..

  • ପିଏସ୍‌ଓ ସମ୍ପର୍କରେ ..
     ୧. ‘ମୋତେ ବି ପିଏସ୍‌ଓ ମିଳିଛି । ସେ ବି ଗୋପାଳ ଦାସ ହୋଇପାରେ । ସେଥିପାଇଁ ଡର ଲାଗୁଛି । ଯେତେ ଡର ଲାଗିଲେ ବି ପୁଲିସ୍ ଉପରେ ଭରସା କରିବାକୁ ପଡ଼ିବ ।’
  • ନବଦାସ ହତ୍ୟା ସମ୍ପର୍କରେ ..
    ୨. ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୁଲିସ୍ ଗୁଳି କରି ହତ୍ୟା କରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ଏହା ବିଶ୍ୱାସ ହେଉନାହିଁ । ଜଣେ କ୍ଷମତାଶାଳୀ ମନ୍ତ୍ରୀଙ୍କୁ ପୁଲିସ୍ ଏଏସ୍‌ଆଇ ଗୁଳି କରିବା ଗ୍ରହଣଯୋଗ୍ୟ ନୁହେଁ । ଏନେଇ ମୁଁ ମ୍ରିୟମାଣ ହୋଇପଡ଼ିଛି । କାରଣ ଓଡ଼ିଶା ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ହରାଇଛି ।
  • ପୁଲିସ୍ ଡିଜିଙ୍କ ମନ୍ତବ୍ୟ ଉପରେ ..
     ୩. ‘ନବ ଦାସଙ୍କ ମୃତ୍ୟୁ କଥା ଜଗନ୍ନାଥ ଜାଣନ୍ତି’ ବୋଲି ପୁଲିସ୍ ଡିଜିଙ୍କ ମନ୍ତବ୍ୟ ଉପରେ ସୌମ୍ୟ କଟାକ୍ଷ କରି କହିଛନ୍ତି ଯେ, ପୁଲିସ୍ ଡିଜି ସ୍ୱପ୍ନରେ ହେଉ କି ଜଗନ୍ନାଥଙ୍କୁ ପଚାରି ସବୁ ଘଟଣାର ସତ୍ୟାସତ୍ୟ ଖବର ଆଣନ୍ତୁ ଓ ସର୍ବସାଧାରଣଙ୍କ ସମ୍ମୁଖରେ ତାହା ରଖନ୍ତୁ । କାରଣ ପୁଲିସ୍ ଯାହା ବି କରିଛି ତାହା ଏକ ଅପବାଦର ଦିଗ । ତେଣୁ ଅସଲ କାରଣ ସାମ୍ନାକୁ ଆଣିବା ଦରକାର ।

 କିଛି ରାଜନୈତିକ ବିଷାରଦଙ୍କ ମତ କିନ୍ତୁ ଭିନ୍ନ I ସେମାନେ କହିଛନ୍ତି ଯେ, ଗୋଟିଏ ଅନୁଷ୍ଠାନ ବୋଲି କୁହାଯାଉଥିବା ସୌମ୍ୟବାବୁଙ୍କ ଭଳି ଜ୍ଞାନୀଗୁଣି ଲୋକ ଏଭଳି ହାଲୁକା ଭାବେ ବୟାନ ଦେଇ ନାହାନ୍ତି । ସେ ଯାହା ବି କହିଛନ୍ତି ଜାଣିଶୁୁଣି କହିଛନ୍ତି ଓ ତିନୋଟି ସ୍ପର୍ଶକାତର ପ୍ରସଙ୍ଗରେ ଚେଙ୍ଗି ଦେଇଛନ୍ତି । ଯଦି ଏହା ସତ ତାହାଲେ ତର୍ଜମାର ବିଷୟ ।

Leave A Reply

Your email address will not be published.