ଓରସାକକୁ ସମ୍ମାନଜନକ ଗୋଲଡ ସ୍କଚ ଆୱାର୍ଡ

0

 ଭୁବନେଶ୍ୱର,//TATKAL ODISHA //

ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ) ଚଳିତ ବର୍ଷ ପାଇଁ ସମ୍ମାନଜନକ ଗୋଲଡ ସ୍କଚ ଆୱାର୍ଡ ପାଇବାକୁ ମନୋନୀତ ହୋଇଛି I ଏହି ପୁରସ୍କାର ଦୁଇଟି କ୍ଷେତ୍ର ପାଇଁ ମିଳିଛି Iବିନା ଜମିରେ ଚାଷ କରୁଥିବା ନକଲି ଚାଷୀଙ୍କୁ ସାଟେଲାଇଟ ଜିଆଇଏସ ଜରିଆରେ ଧରିବା ଏବଂ ସଠିକ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଓରସାକ ବେଶ ସଫଳ ହୋଇଛି I ଏଥିପାଇଁ ସମ୍ପୃକ୍ତ ସଂସ୍ଥା  ଦେଶରେ ଖୁବ ସୁନାମ ଅର୍ଜିଛି I

  ରାଜ୍ୟରେ ପ୍ରତି ଗ୍ରାମରେ ଧାନ ଫସଲ ଥିବା ପ୍ଲଟ ଭିତ୍ତିକ କ୍ଷେତ୍ରଗୁଡ଼ିକର ବିଶ୍ଳେଷଣ ପାଇଁ ଓଡ଼ିଶା ସରକାରଙ୍କ ତରଫୁରୁ ଏହି ଗୋଲଡ ଇ-ପ୍ରଶାସନ ସ୍କଚ ପୁରସ୍କାର ମିଳିଛି I ଏହି ଅଭିନଵ ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ ହେଉଛି |

ଓଡିଶାର ପ୍ରକୃତ କୃଷକମାନଙ୍କ ଠାରୁ ଧାନ କ୍ରୟ, ଯେଉଁମାନେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ପ୍ରଣାଳୀର ପି-ପାସ (ପ୍ୟାଡି ପ୍ରୋକ୍ୟୁମେଣ୍ଟ ଅଟୋମେସନ୍ ସିଷ୍ଟମ୍) ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି | ଏଥିଯୋଗୁଁ ଓଡ଼ିଶା ସରକାର 1500 କୋଟିରୁ ଅଧିକ ଟଙ୍କାର ସଂଚୟ କରିଛନ୍ତି I ଏହି ସଫଳତା ପାଇଁ ସମସ୍ତ ହିତାଧିକାରୀଙ୍କୁ ଓରସାକ ସିଇ ପ୍ରଫୁଲ୍ଲ କୁମାର ମଲ୍ଲିକ  ଧନ୍ୟବାଦ ଦେଇଛନ୍ତି I 

Leave A Reply

Your email address will not be published.