ନୂଆ ରୂପ ନେଉଛି  ଜୟଦେବ ଜନ୍ମପୀଠ ‘କେନ୍ଦୁଲି’

0

 – ଡିସେମ୍ବର ୨୩ ସୁଦ୍ଧା ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ 
– ପୀଠରେ ଥିବା ମନ୍ଦିର ଓ ପୁଷ୍କରିଣୀର ପୁନରୁଦ୍ଧାର ଖୁବଶୀଘ୍ର 

ଭୁବନେଶ୍ୱର//TATKAL ODISHA //

ନୂଆ ରୂପ ନେଉଛି ଜୟଦେବ ଜନ୍ମପୀଠ ‘କେନ୍ଦୁଲି’ I ୧୭ ଏକର ପରିମିତ ଜମିରେ ଥିବା  କେନ୍ଦୁଲୀ  ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କର ସ୍ମୃତି ବହନ କରୁଛି I  ରାଜ୍ୟର ଏକ ପ୍ରମୁଖ  ସଂସ୍କୃତିକ ପୀଠ I ବହୁ ପର୍ଯ୍ୟଟକ ଓ ଦର୍ଶକ ଏହି ସ୍ଥଳକୁ ବର୍ଷ ସାରା ପରିଦର୍ଶନ କରିବାକୁ ଆସିଥା’ନ୍ତି  I

ଏସିଏସ ସତ୍ୟବ୍ରତ ସାହୁ

୨୦୧୯ ଫନୀ ବାତ୍ୟା ଦ୍ୱାରା ଜୟଦେବ ପୀଠରେ ଥିବା ଗଛ ଓ ପୀଠର ପରିବେଶ ନଷ୍ଟ ହୋଇଥିଲା । ଏହି ଦୃଷ୍ଟିରୁ ପୀଠର ପୁନରୁଦ୍ଧାର ସହିତ ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବୀ ହୋଇ ଆସୁଥିଲା ।

 ଏହି ପରିପ୍ରେକ୍ଷୀରେ ଜୟଦେବ ପୀଠର ଉନ୍ନତିକରଣ ପାଇଁ ଜାରି ରହିଥିବା କାର୍ଯ୍ୟକୁ  ତ୍ୱରିତ ପଦକ୍ଷେପ ନେଇ ସମ୍ପୂର୍ଣ୍ଣ କରିବାକୁ ଏଇ ନିକଟରେ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ  ସାହୁ ନିର୍ଦ୍ଦେଶ ଦେଇଥିଲେ I ସେହି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି I

ନିଷ୍ପତ୍ତି ଅନୁସାରେ ଡିସେମ୍ବର ୨୩ ସୁଦ୍ଧା ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସହ  ପୀଠରେ ଥିବା ମନ୍ଦିର ଓ ପୁଷ୍କରିଣୀର ପୁନରୁଦ୍ଧାର ହେଉଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I 

Leave A Reply

Your email address will not be published.