ବାତ୍ୟା ନାଁରେ ଖାଦ୍ୟ ସାମଗ୍ରୀ ହୋର୍ଡିଙ୍ଗ କଲେ କାର୍ଯ୍ୟାନୁଷ୍ଠାନ

0
  • ଭୁବନେଶ୍ୱର//TATKAL ODISHA//

ବାତ୍ୟା ନାଁରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋର୍ଡିଙ୍ଗ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ଏହା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ I

ବୁଧବାର ମନ୍ତୀ ଶ୍ରୀ ନାୟକ କହିଛନ୍ତି ଯେ, ଯାହା ଆମେ ପାଣିପାଗ ଓ ସରକାରୀ ସୂତ୍ରରୁ ଖବର ପାଇଛୁ, ବାତ୍ୟା ନେଇ ସ୍ପଷ୍ଟ ସୂଚନା ଆସିନି I ତେବେ ବାତ୍ୟା ନାଁରେ ଯିଏ ବି ଖାଦ୍ୟ ସାମଗ୍ରୀ ହୋର୍ଡିଙ୍ଗ କରିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ଯୋଗାଣ ବିଭାଗ ଦୃଷ୍ଟି ରଖିଛି I ଯଦି କେହି ଅସାଧୁ ବ୍ୟକ୍ତି ବଜାରରେ ଖାଦ୍ୟ ସାମଗ୍ରିରେ ଅଭାବ ସୃଷ୍ଟି କରିବେ, ଆମେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ I ସାମଗ୍ରୀ ସରିଯିବ ବୋଲି କିଛି ଲୋକ ବିଭ୍ରାନ୍ତ କରୁଛନ୍ତି, ଏହା କରିବା ଅନୁଚିତ ବୋଲି
ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ପଷ୍ଟ କରିଛନ୍ତି I

Leave A Reply

Your email address will not be published.