ମାଡ଼ି ଆସୁଛି ବାତ୍ୟା ‘ସିତରଙ୍ଗ’

0
  • ଭୁବନେଶ୍ୱର//TATKAL ODISHA//
  • ରିପୋର୍ଟ : ମାନସ ରଞ୍ଜନ ପାତ୍ର

ମାଡ଼ି ଆସୁଛି ମହାବାତ୍ୟା ‘ସିତରଙ୍ଗ’ I ତାର ପ୍ରଭାବରେ ଘଣ୍ଟା ପ୍ରତି ପବନର ବେଗ ୨୨୦ରୁ ୨୫୦ କିଲୋମିଟର ରହିବ I ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଉଠିବାର ଯଥେଷ୍ଟ ସମ୍ଭାବନା ରହିଛି I

ବାତ୍ୟା ‘ସିତାରଙ୍ଗ’ ଅଧିକ ଭୟଙ୍କର ହୋଇ ମହାବତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତିି ।

ବାଙ୍ଗଲାଦେଶର ସୁନ୍ଦରବନ ଉପକୂଳ ଏବଂ ପଶ୍ଚିମ ପଶ୍ଚିମବଙ୍ଗର ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି ।

ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହିବ I ଉପକୂଳ ଓଡ଼ିଶା ସମେତ ଅଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ 25 ତାରିଖ ସୁଦ୍ଧା ପବନ ସହ ପ୍ରବଳ ବର୍ଷା ହେବ I

ଆମେରିକାର ଏକ ପାଣିପାଗ ସଂସ୍ଥା ଏହି ପୂର୍ବାନୁମାନ କରିଥିଲେ ହେଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କିଛି ରିପୋର୍ଟ ପ୍ରକାଶ କରିନାହିଁ I

Leave A Reply

Your email address will not be published.