ସରପଗଡ଼-ବାଢ଼ୁନଝରିଆ ‘ହିଲ ଷ୍ଟେସନ’: ଓଡ଼ିଶାରେ କୋଡ଼ାଇକେନାଲ
- ସୁନ୍ଦରଗଡ଼ର ECO TOURIST SPOTକୁ ଆସନ୍ତୁ ବୁଲିଯିବା..
- //TATKAL ODISHA// ପର୍ଯ୍ୟଟନ//
“ସୁନ୍ଦର ତୃପ୍ତିର ଅବସାଦ ନାହିଁ I ଯେତେ ଦେଖୁଥାଇ ନୂଆ ଦିଶୁଥାଇ”
ଆପଣ ଯଦି କେବେ ସରପଗଡ଼-ବାଢ଼ୁନଝରିଆ ହିଲ ଷ୍ଟେସନ ଯିବେ ତାହାଲେ ଏହି ପଂକ୍ତିର ଅସଲ ସୁନ୍ଦରତା ସେଠାରେ ଅନୁଭବ କରିବେ I
ସ୍ବର୍ଗରୁ ଚେନାଏ ଯେମିତି ସେଠାରେ ଖସି ପଡ଼ିଛି I
ଥାକ ଥାକ ପାହାଡ଼, ଆକାଶକୁ ଛୁଇଁଥିବା ଘଞ୍ଚ ଶାଳବଣ ଆଉ ପାହାଡ଼ ତଳେ ବିସ୍ତିର୍ଣ୍ଣ ଜଳଭଣ୍ଡାର ଅପରୂପ ସୌନ୍ଦର୍ଯ୍ୟର ହିଁ ଗନ୍ତାଘର I ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଚିତାବାଘ, ହାତୀ, ବଣୁଆ ଘୁଷୁରି ଓ ହରିଣ ଭଳି ହିଂସ୍ର ଜୀବଜନ୍ତୁଙ୍କ ଆବାସ ସ୍ଥଳ I ଆପଣ କଟେଜରେ ରହିଲେ ଏସବୁ ଜୀବଜନ୍ତୁ ଦେଖିବାର ସୁଯୋଗ ପାଇବେ I ଜଙ୍ଗଲ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରେକିଂ ବି କରିପାରିବେ I
ଦ୍ଵିତୀୟରେ ତିନି ପାର୍ଶ୍ୱରେ ଏଇ ସୁଦୀର୍ଘ ପାହାଡ଼ ମଝିରେ ଥିବା ବିସ୍ତିର୍ଣ୍ଣ ସରାପଗଡ଼-ବାଢ଼ୁନଝରିଆ ଜଳଭଣ୍ଡାରରେ ଆପଣ ଚାହିଁଲେ ଏଠାରେ ନୌବିହାର କରିପାରିବେ I ସ୍ୱତନ୍ତ୍ର ଜେଟି ରହିଛି I
ମନର ଶାନ୍ତି ପାଇଁ ଅତ୍ୟନ୍ତ ପ୍ରସିଦ୍ଧ ହିଲ ଷ୍ଟେସନ I ତାମିଲନାଡୁରେ ଥିବା କୋଡାଇକେନାଲ ଭଳି ଏଠାରେ ଅନୁରୂପ ସ୍ଥିତି ରହିଛି I
ଗୋଟିଏ ‘ମିଡିଲ କ୍ଲାସ ଫ୍ୟାମିଲି’କୁ ନଜର ଦେଇ କଟେଜର ରାତିକ ଦର ଧାର୍ଯ୍ୟ ହୋଇଛି I ପ୍ରତି ରୁମ ପାଇଁ Rs 3100/-ଟଙ୍କା ଦେବାକୁ ହେବ I
ସମ୍ପର୍କ :https://www.ecotourodisha.com/sarafgarh-nature-camp.php
କେମିତି ଯିବେ?
ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ଅବସ୍ଥିତ | ସୁନ୍ଦରଗଡ ସଦର ମହାକୁମାରୁ 40 କିଲୋମିଟର, ଝାରସୁଗୁଡା ଠାରୁ 37 କିମି ଏବଂ ରାଜଧାନୀ ଭୁବନେଶ୍ୱରରୁ ସିଧାସଳଖ ଆସିଲେ 440 କିମି ଦୂରରେ ପଡ଼ିବ ଏହି ବିରଳ ‘ପରିବେଶ ପର୍ଯ୍ୟଟନ କ୍ଷେତ୍ର’ I ସଡ଼କପଥରେ ଏଠିକୁ ଭାରତର ସବୁ ଅଞ୍ଚଳରୁ ଭଲ ସଂଯୋଗ ପଥ ରହିଛି I
- ନିକଟତମ ରେଳ ଷ୍ଟେସନ ହଉଛି ଝାରସୁଗୁଡା
- ନିକଟତମ ବିମାନ ବନ୍ଦର ବି ଝାରସୁଗୁଡା
ରହିବେ କେଉଁଠି?
ଆପଣ ସୁନ୍ଦରଗଡ଼ରେ ରହି ସରପଗଡ଼- ବାଢ଼ୁନଝରିଆ ବୁଲାବୁଲି କରି ନିଜ ଗାଡ଼ିରେ ଫେରି ପାରିବେ I
ମାତ୍ର ସେଠାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ନିର୍ମିତ ଚାରୋଟି କଟେଜରେ ରହି ରାତିର ମଜା ନେଇ ପାରିବେ I ହେଲେ ଘର ଭିତରୁ ରାତିରେ ବାହାରିବେ ନାହିଁ I
ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଏଠାରେ ବୁଲିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି I ଯନ୍ତ୍ର ଚାଳିତ ନୌବିହାର କରି ଆପଣ ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ଯାଇ ପାରିବେ I
IRS ଚାକିରୀ ଛାଡ଼ି ସୁନ୍ଦରଗଡ଼ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ସମାଜସେବୀ ସନ୍ତୋଷ ଅମାତ ସରପଗଡ଼-ବାଢ଼ୁନ ଝରିଆ ପ୍ରସଙ୍ଗରେ TATKAL ODISHAକୁ କହିଛନ୍ତି ଯେ, ଏହି ECO TOURISM SPOTଟିର ଗୁରୁତ୍ୱ ଢେର ବଢ଼ିଛି I ଆମେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଓ ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ କମ୍ପାନୀଙ୍କ ମିଳିତ ସହଯୋଗରେ ‘ରୂଫ ୱେ’ କରିବାକୁ ପ୍ରସ୍ତାବ ଦେଇଛୁ I ଏହି କାର୍ଯ୍ୟ ହୋଇ ଗଲେ ଗୋଟିଏ ପାହାଡ଼ ଶୀର୍ଷରୁ ଆଉ ଏକ ପାହାଡ଼ ଶୀର୍ଷକୁ ଲୋକେ ଯାଇ ପାରିବେ I ସେଠାରେ ରହିବାର ପାଇଁ କଟେଜ ବ୍ୟବସ୍ଥା ବି ହେବ I ଆଗାମୀ ଦିନରେ ଏହି ସ୍ପଟ ବିଶ୍ୱ ସ୍ତରରେ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିବ, ଏଥିରେ ଦ୍ବିମତର ପ୍ରଶ୍ନ ନାହିଁ ବୋଲି ଶ୍ରୀ ଅମାତ କହିଥିଲେ I
ତେଣୁ ଆପଣ ଆସନ୍ତୁ ସୁନ୍ଦରଗଡ଼ର ସେଇ ଆକର୍ଷଣ ସ୍ଥାନକୁ ବୁଲିଯିବା…